March 11, 2026

ପ୍ରାକ୍ତନ ସମିତି ସଭ୍ୟଙ୍କୁ ଛେରା ବନ୍ଧୁକରେ ଆକ୍ରମଣ 

IMG-20250516-WA0038
Share

 

ବୁଗୁଡ଼ା : ତା ୧୬/୦୫/୨୫ : ବୁଗୁଡ଼ା ଥାନା ଅନ୍ତର୍ଗତ ପାଙ୍ଗିଡି ଗ୍ରାମରେ ପ୍ରାକ୍ତନ ସମିତି ସଭ୍ୟ ସନ୍ତୋଷ କୁମାର ପାତ୍ର ଗୁରୁବାର ରାତିରେ ଜନୈକ ଅଜଣା ବ୍ଯକ୍ତି ଦ୍ବାରା ଛେରା ବନ୍ଧୁକ ଆକ୍ରମଣର ଶିକାର ହୋଇଥିବା ଅଭିଯୋଗ ହୋଇଛି। ଏ ନେଇ ବୁଗୁଡା ଥାନାରେ କେସ୍ ନଂ ୩୧୮/୨୫ରେ ଏକ ମାମଲା ରୁଜୁ ହୋଇଥିବା ଜଣାଯାଇଛି। ଘଟଣାରୁ ପ୍ରକାଶ ଯେ, ଗତ ଗୁରୁବାର ରାତିରେ ସନ୍ତୋଷ ଘର ବାରଣ୍ଡାରେ ବସି ତାଙ୍କର ପୁଅ ଓ ପୁତୁରାକୁ ପାଠ ପଢାଉଥିଲେ । ଏହି ସମୟରେ ଜନୈକ ମୁଖାଧାରୀ ଅଜଣା ବ୍ଯକ୍ତି ତାଙ୍କ ନିକଟକୁ ଆସି ଅଶ୍ରାବ୍ଯ ଭାଷାରେ ଗାଳି ଗୁଲଜ କରିବା ସହ ଛେରା ବନ୍ଧୁକରେ ଆକ୍ରମଣ କରିଥିଲା। ଫଳରେ ସନ୍ତୋଷର ଦେହରେ ୬୦ଟି ଜାଗାରେ ଛେରା ମାଡ ହୋଇଥିବା ବେଳେ ପୁତୁରାର ଗୋଡର ଗୋଟିଏ ଜାଗାରେ ଛେରା ବାଜିଥିଲା। ସେ ଆହତ ଅବସ୍ଥାରେ ବୁଗୁଡା ମେଡିକାଲରେ ଭର୍ତ୍ତି ହୋଇଥିଲେ । ତେବେ ଏହି ଆକ୍ରମଣ ଘଟଣା ପଛରେ ଜମିଜମା ମାମଲାକୁ ନେଇ ରହିଥିବା ପୂର୍ବ ଶତ୍ରୁତାକୁ ଦର୍ଶାଇ ମାଣିବନ୍ଧ ଗ୍ରାମର ଦୁଇ ଜଣ ଏବଂ ଏକଡାଳ ଗ୍ରାମର ଜଣେ ବ୍ଯକ୍ତିଙ୍କ ନାମ ସନ୍ତୋଷ ତାଙ୍କର ଅଭିଯୋଗ ପତ୍ରରେ ଦର୍ଶାଇଛନ୍ତି । ଏହି ମାମଲାଟି ଏସସି /ଏସଟି ଆକ୍ଟ ଅନ୍ତର୍ଭୁକ୍ତ ହୋଇଥିବା ହେତୁ ଭଞ୍ଜନଗର ଏସଡିପିଓ ଘଟଣାର ତଦନ୍ତ କରୁଥିବା ଜଣାଯାଇଛି।