March 12, 2026
ajiro khabar
Share

୧-‘ମୁଁ କହୁନାହିଁ ଯେ, ମୁଁ ଯୁଦ୍ଧ ବନ୍ଦ କରି ଦେଲି…’, ଭାରତ-ପାକ୍ ଅସ୍ତ୍ରବିରତି ଉପରେ ବଦଳିଲା ଟ୍ରମ୍ପଙ୍କ ସ୍ଵର।

 

୨-ଝାରସୁଗୁଡ଼ା :ଅଳ୍ପକେ ବଞ୍ଚିଲା ଜୀବନ,୨ଟି ଆଙ୍ଗୁଠି କଟିଲା,ଝାରସୁଗୁଡ଼ା ରେଲୱେ ଷ୍ଟେସନ ଠାରେ ଏକ ବ୍ୟକ୍ତି ଟ୍ରେନ୍ ରେ ଅସାବଧାନତା ଭାବରେ ଚଢ଼ିବା ସମୟ ଟ୍ରେନ୍ ତଳେ ଖସିଲା ଏବଂ ସଙ୍ଗେ ସଙ୍ଗେ ଟ୍ରେନ୍ ଅଟକି ରେଲୱେ ପୋଲିସ ଙ୍କ ସାହାଯ୍ୟରେ ବ୍ୟକ୍ତି ଙ୍କୁ ଉଦ୍ଧାର କରାଯାଇଛି। ଟ୍ରେନ ନଂ 18006 ସମଲେଶ୍ଵରୀ ଏକ୍ସପ୍ରେସ, ଜଗଦଳପୁର ଠାରୁ ହାୱଡା ଯାଉଥିବା ଟ୍ରେନ୍ ତଳେ ଖସି ପଡିଥିବା ଜଣା ପଡିଛି l

 

୩-ଭିଜନ୍‌ ୨୦୩୬ର ଚାଲିଛି ମାନସମନ୍ଥନ; ପ୍ରସ୍ତାବ, ପରାମର୍ଶ ନେଉଛନ୍ତି ସରକାର।

 

୪-ଜଳୁଛି ଓଡ଼ିଶା, ଝାରସୁଗୁଡାରେ ତାପମାତ୍ରା ସର୍ବାଧିକ ୪୨.୨ ଡିଗ୍ରୀ।

 

୫-ରାଜଧାନୀର ଜାଗମରାରେ ଚାଞ୍ଚଲ୍ୟ, ହୋଟେଲ ତଳକୁ ଡେଇଁ ପଡ଼ି ଯୁବତୀଙ୍କ ମୃତ୍ୟୁ, ପୁରୁଷ ବନ୍ଧୁ ଅଟକ।

 

୬-ସିଡ଼ିଓ ଓ ବିଡ଼ିଓ କର୍ମଶାଳା: ଦାୟିତ୍ୱରେ ଅବହେଳା କଲେ ଦୃଢ଼ ନିଆଯିବ ଦୃଢ଼ କାର୍ଯ୍ୟାନୁଷ୍ଠାନ: ମୁଖ୍ୟମନ୍ତ୍ରୀଙ୍କ ତାଗିଦ

 

୭-ଓଡ଼ିଶାର ଯୁକ୍ତ ତିନି ପିଲାଙ୍କୁ ଇଣ୍ଟନସିପ୍ ଟ୍ରେନିଂ ଦେବ NSE । ଏଥିପାଇଁ ଉଚ୍ଚ ଶିକ୍ଷା ବିଭାଗ ଓ NSE ମଧ୍ୟରେ ଏମଓୟୁ ସ୍ବାକ୍ଷରିତ।

 

୮-ପୁରୀ: ତିନି ରଥର ୧୨ ଚକ ପ୍ରସ୍ତୁତ,ଅଖ ନିର୍ମାଣ କାର୍ଯ୍ୟ ଆରମ୍ଭ।

 

୯-କୃଷି ଓଭର୍‍ସିଅରମାନଙ୍କ ମାସିକ ଗସ୍ତଭତ୍ତା ୪୫୦ ଟଙ୍କାରୁ ୧୫୦୦ ଟଙ୍କାକୁ ବୃଦ୍ଧି, ଉପକୃତ ହେବେ ୧୨୫୭ କୃଷି ଓଭର୍‍ସିଅର।

 

୧୦-ମିଶିଗଲା ମମତା ଓ ମାତୃବନ୍ଦନା ଯୋଜନା, ଝିଅ ଜନ୍ମ ହେଲେ ମିଳିବ ୧୨ ହଜାର, ପୁଅ ଜନ୍ମ ହେଲେ ମିଳିବ ୧୦ ହଜାର ଟଙ୍କା।

 

୧୧-ପୋଲସରା: ବୁଗୁଡ଼ା ଥାନା ପାଙ୍ଗିଡ଼ି ଗାଁରେ ଫୁଟିଲା ଗୁଳି, ଟିୟୁସନ ଶିକ୍ଷକ ଆହତ।

 

୧୨-ଦିଗପହଣ୍ଡି ଜରଡ଼ା ଥାନା ଅଣ୍ଡଅଣ୍ଡା ନିକଟରେ ପିକ୍‌ଅପ୍‌ ଭ୍ୟାନ୍‌ ଓଲଟି ୧୫ ଆହତ, ୪ ଗୁରୁତର।

 

୧୩-ଅଦିନିଆ ବର୍ଷା ରାଜ୍ୟଭିତ୍ତିକ ବିପର୍ଯ୍ୟୟ ଭାବେ ଗୃହିତ, ସମୁଦାୟ ୯ଟି ବିପର୍ଯ୍ୟୟ ରାଜ୍ୟଭିତ୍ତିକ ବିପର୍ଯ୍ୟୟ ଭାବେ ଘୋଷିତ ।

 

୧୪-ମୋହନା:ବାଘୁଆ ମହୁମାଛି ଆକ୍ରମଣରେ ୪ ଗୁରୁତର, ଆହତ ସ୍ଵାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି।

 

୧୫-ମାଓବାଦୀଙ୍କ ମେରୁଦଣ୍ଡ ଭାଙ୍ଗିଲା ଅପରେସନ କେଜିଏଚ୍ : କୋରାପୁଟର ଘଞ୍ଚ ଜଙ୍ଗଲରେ ୨୧ ଦିନରେ ନିପାତ ୩୧ ମାଓବାଦୀ।

 

୧୬-ଗଜପତି:ନିଶ୍ଚିହ୍ନ ହୋଇଗଲା ପୂରା ପରିବାର ,ପୁଅ ଓ ଝିଅକୁ ବିଷ ଦେଇ ନିଜେ ବିଷ ପିଇ ଦେଲା ବାପା।

 

୧୭-ଖୋର୍ଦ୍ଧା,କୁମ୍ଭିଲେ ଛକ ନିକଟରେ ଦୁର୍ଘଟଣା :ବାଇକ୍‌କୁ ଧକ୍କା ଦେଲା ଲକ୍ଷ୍ମୀ ବସ୍,ଶିଶୁ ପୁତ୍ର ମୃତ, ମା’-ବାପା ଗୁରୁତର।

 

୧୮-ଯାଜପୁର:ଧର୍ମଶାଳା ABDOଙ୍କ ଘରେ ଭିଜିଲାନ୍ସ ଚଢାଉ, ଏକକାଳୀନ ୭ଟି ସ୍ଥାନରେ ଚଢାଉ କରୁଛି ଭିଜିଲାନ୍ସ ଟିମ୍‌।

 

୧୯-IPL ପ୍ରସ୍ତୁତି: ଅଭ୍ୟାସ ଆରମ୍ଭ କଲେ କୋହଲି,ଆୟର ଓ ପନ୍ତ। ବଟଲରଙ୍କ ସ୍ଥାନ ନେବେ ମେଣ୍ଡିସ୍।

 

୨୦-ସୀମାପାର ଆତଙ୍କବାଦ ବନ୍ଦ ନ ହେବା ପର୍ଯ୍ୟନ୍ତ ସିନ୍ଧୁ ଜଳ ଚୁକ୍ତି ସ୍ଥଗିତ ରହିବ:ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର।

 

୨୧-ତୁର୍କୀ ବିମାନ କମ୍ପାନୀର ସୁରକ୍ଷା ମଞ୍ଜୁରୀ ପ୍ରତ୍ୟାହାର କଲା ଭାରତ।

 

୨୨-କଟକ: ଆସନ୍ତା ୨୬ ଯାଏଁ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ପାଇଁ ଫର୍ମ ପୂରଣ କରାଯିବ।

 

୨୩-ଭୁବନେଶ୍ୱର:ଖୁବଶୀଘ୍ର ରାଜ୍ୟରେ ଗଡିବ ହାଇଡ୍ରୋଜେନ ବସ୍,୮ଟି ସହରରେ ଚାଲିବ ‘ମୋ ବସ୍’ ସେବା।.