ମଦନ ମୋହନ ସ୍ୱାଇଁଙ୍କ ବିୟୋଗରେ ଉଦୟ ବଟ ଜଗନ୍ନାଥ ମନ୍ଦିର ଟ୍ରଷ୍ଟ ପକ୍ଷରୁ ଗଭୀର ଶୋକ ପ୍ରକାଶ।
ପାରାଦ୍ୱୀପ- କୁଜଙ୍ଗ ପାରାଦ୍ୱୀପ ଅଞ୍ଚଳର ଜଣାଶୁଣା ଶିକ୍ଷାବିତ ତଥା ମଦନ ମୋହନ ଶିଳ୍ପ ତାଲିମ କେନ୍ଦ୍ର ପ୍ରତିଷ୍ଠାତା ଶ୍ରୀ ମଦନ ମୋହନ ସ୍ବାଇଁ ବିୟୋଗରେ ମାଳିକା ପ୍ରସିଦ୍ଧ ଉଦୟ ବଟ ଧାମ ଶ୍ରୀ ଜଗନ୍ନାଥ ମନ୍ଦିର ଟ୍ରଷ୍ଟ ପକ୍ଷରୁ ଏକ ଶୋକ ସଭା ଶ୍ରୀ ଅମରେଶ ରାଉତରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା।
ଶ୍ରୀ ରାଉତରାୟ ଶୋକ ପ୍ରସ୍ତାବ ଆଗତ କରି ଅମର ଆତ୍ମାର ସଦ୍ଗତି କାମନା କରିଥିଲେ ଏବଂ ଉଦୟ ବଟ ଧାମ ଶ୍ରୀ ଜଗନ୍ନାଥ ମନ୍ଦିର ନିର୍ମାଣ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ତାଙ୍କର ଅବଦାନ ଅତୁଳନୀୟ। ତାଙ୍କର ଅତ୍ମୀୟତା ଓ ଆଧ୍ୟାତ୍ମିକତା ପାଖରେ ଆମେ ଚିର ଋଣୀ ରହିବୁ। ସେହିପରି ବରିଷ୍ଠ ସାମ୍ବାଦିକ ଶ୍ରୀ ଗଗନ ବିହାରୀ ସାହୁ ତାଙ୍କର ସ୍ମୃତି ଚାରଣ କରି କହିଲେ ଯେ, ମଦନ ବାବୁ ସବୁବେଳେ କହୁଥିଲେ, ଦାଦା ତୁମେ ସବୁ କାମରେ ଆଗରେ ଚାଲ ମୁଁ ତୁମ ପଛରେ ଅଛି।ତାଙ୍କ ସହଯୋଗ ଓ ଅନୁଦାନ ବିନା ଆଜି ଏଭଳି ସୁଉଚ୍ଚ ଭବ୍ୟ ମନ୍ଦିର ନିର୍ମାଣ ହୋଇ ପାରି ନ ଥାନ୍ତା।ତାଙ୍କର ବିୟୋଗ ଏକ ଅପୁରଣୀୟ କ୍ଷତି।ମହାପ୍ରଭୁ ଶ୍ରୀ ଜଗନ୍ନାଥ ତାଙ୍କ ଆତ୍ମାର ସଦ୍ଗତି କରିବେ ଏବଂ ତାଙ୍କ ପରିବାରର ଏଭଳି ଦୁଃଖଦ ତଥା ବିପଦ ସମୟରେ ସହାୟ ହୁଅନ୍ତୁ।
ଏହି ଶୋକ ସଭାରେ ଉଦୟ ବଟ ଶ୍ରୀ ଜଗନ୍ନାଥ ମନ୍ଦିର ଟ୍ରଷ୍ଟର ସମସ୍ତ କର୍ମକର୍ତ୍ତା, ସଭ୍ୟ, ପୂଜକ ଓ ସ୍ଥାନୀୟ ବାସିନ୍ଦା ଯୋଗ ଦେଇଥିଲେ।
