June 29, 2026

ତାଳଚେର ଠାରେ ପ୍ରଥମ ମିଳିତ ଜମିହରା ପ୍ରଜାଙ୍କ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ

IMG-20250515-WA0047
Share

 

ଅନୁଗୋଳ/ତାଳଚେର -ତାଳଚେର ସ୍ଥିତ ଉପ-ଜିଲ୍ଲାପାଳଙ୍କ ସଭାଗୃହରେ ପ୍ରଥମ ମିଳିତ ଜମିହରା ପ୍ରଜାଙ୍କ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ଶିବିର ମଙ୍ଗଳବାର ତା.୧୩.୦୫.୨୦୨୫ ରିଖରେ ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ ଶିବିରରେ ଉପ-ଜିଲ୍ଲାପାଳ ଶ୍ରୀ ସମୀର କୁମାର ଜେନା, ଭା.ପ୍ର.ସେ ମହୋଦୟ ଅଧ୍ୟକ୍ଷତା କରିଥିଲେ । ଏହି ଶିବିରରେ ସ୍ବତନ୍ତ୍ର ଭୂ-ଅର୍ଜନ ଅଧିକାରୀ, ମହାନଦୀ କୋଲଫିଲଡ ଲିମିଟେଡ଼, ଅନୁଗୋଳ ଶ୍ରୀ ପ୍ରତାପ ହରି ପ୍ରଧାନ, ମହାନଦୀ କୋଲଫିଲଡ ଲିମିଟେଡ଼ ର ତାଳଚେର କୋଇଲା କ୍ଷେତ୍ର ର ମହାପ୍ରବନ୍ଧକ ଶ୍ରୀଯୁକ୍ତ କେ ଭି ଚୌଧୁରୀ, ଜଗନ୍ନାଥ କ୍ଷେତ୍ରର ମହାପ୍ରବନ୍ଧକ ଶ୍ରୀଯୁକ୍ତ ଏ କେ ଧଳ, ଭରତପୁର କ୍ଷେତ୍ରର ମହାପ୍ରବନ୍ଧକ ଶ୍ରୀଯୁକ୍ତ ଦିବ୍ୟଜୀବନ ସି, କଣିହାଁ କ୍ଷେତ୍ରର ମହାପ୍ରବନ୍ଧକ ଶ୍ରୀଯୁକ୍ତ ନରେଶ ସିଂ, ଭୁବନେଶ୍ବରୀ କ୍ଷେତ୍ରର ମହାପ୍ରବନ୍ଧକ ଶ୍ରୀଯୁକ୍ତ ଅଜୟ କୁମାର ସିଂ, ଲିଙ୍ଗରାଜ କ୍ଷେତ୍ରର ମହାପ୍ରବନ୍ଧକ ଶ୍ରୀଯୁକ୍ତ ସୁବ୍ରତ ବିଶ୍ବାଳ, ସମସ୍ତ କ୍ଷେତ୍ରର ଭୂମି ଅଧିଗ୍ରହଣ ଅଧିକାରୀ ଏବଂ ପୁନଃ ସ୍ଥାପନ ଏବଂ ପୁନଃ ଥଇଥାନ ଅଭିଯୋଗ ସମାଧାନ କାର୍ଯ୍ୟାଳୟର ଅଧିକାରୀ ଶ୍ରୀଯୁକ୍ତ ପ୍ରେମାନନ୍ଦ ପ୍ରଧାନଙ୍କ ସହିତ ଏବଂ ବିଭିନ୍ନ ଗ୍ରାମର ଅଭିଯୋଗକାରୀ ଏବଂ ଅଭିଯୋଗ କାରିଣୀ ମାନେ ଯୋଗ ଦେଇଥିଲେ । ଏହି ଶିବିରରେ ସମୁଦାୟ ୧୬ ଟି ଅଭିଯୋଗ ଗ୍ରହଣ ଏବଂ ଶୁଣାଣି କରାଯାଇଥିଲା, ସେଥି ମଧ୍ୟରୁ ୧୨ ଟି ଅଭିଯୋଗର ତୁରନ୍ତ ନିଷ୍ପତି ନିଆଯାଇଥିଲା ।

 

ଅନୁଗୋଳ ରୁ ଅଜିତ୍ କୁମାର ଭୋଇ ଙ୍କ ରିପୋର୍ଟ

You may have missed