March 8, 2026

ଅପରେସନ୍ ସିନ୍ଦୁର” ” ସଫଳତାରେ ପରେ ପରାକ୍ରମ ଶୋଭାଯାତ୍ରା ଆୟୋଜିତ ୦୫ , ୧୫, ୨୦୨୫ “ଅପରେସନ୍ ସିନ୍ଦୁର” ” ସଫଳତାରେ ପରେ ପରାକ୍ରମ ଶୋଭାଯାତ୍ରା ଆୟୋଜିତ

IMG-20250515-WA0041
Share

 

 

ଅନୁଗାଳ,ତା.୧୫.୦୫:- ଆତଙ୍କବାଦ ବିରୋଧରେ ଲଢେଇ“ଅପରେସନ୍ ସିନ୍ଦୁର”ର ସଫଳତା ପରେ ଏହାର ବୀରଗାଥା ଜଣାଇବାକୁ ଆଜି ପୂର୍ବାହ୍ନରେ ଅନୁଗୋଳ ସଭାଘର ଠାରେ ପରାକ୍ରମ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଭାରତର ବୀର ସୈନିକମାନଙ୍କୁ କୃତଜ୍ଞତା ସହିତ ସମର୍ଥନ ଜଣାଇବା ପାଇଁ ଏକ ମୋଟର ସାଇକଲ ଶୋଭାଯାତ୍ରା ଜିଲ୍ଲା ପ୍ରଶାସନ ଦ୍ବାରା ଆୟୋଜନ କରାଯାଇଥିଲା । ମାନ୍ୟବର ଅନୁଗୋଳ ବିଧାୟକ ଶ୍ରୀ ପ୍ରତାପ ଚନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି ତ୍ରିରଙ୍ଗା ମୋଟର ସାଇକଲ ଶୋଭାଯାତ୍ରାକୁ ଶୁଭାରମ୍ଭ କରିଥିବାବେଳେ ଅନୁଗୋଳ ପୌରପାଳିକାର ଅଧ୍ୟକ୍ଷ ଶ୍ରୀ ଅକ୍ଷୟ କୁମାର ସାମନ୍ତ, ଜିଲ୍ଲାପାଳ ଶ୍ରୀ ଅବଦାଲ୍ ମୁହମ୍ମଦ୍ ଅଖତର, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରତାପ ପ୍ରୀତିମୟ, ଅନୁଗୋଳ ଉପଜିଲ୍ଲାପାଳ ଶ୍ରୀ ମାୟାଧର ବେହେରା, ଅନୁଗୋଳ ପୌରପାଳିକାର ନିର୍ବାହୀ ଅଧିକାରୀ ଶ୍ରୀ ସତ୍ୟ ପ୍ରକାଶ ତ୍ରିପାଠୀ ପ୍ରମୁଖ ଯୋଗ ଦେଇଥିଲେ । ତ୍ରିରଙ୍ଗା ପତାକା ଧରି ବନ୍ଦେ ମାତରମ୍ ଧ୍ବନି ଦେଇ ଏହି ମୋଟର ସାଇକଲ ଶୋଭାଯାତ୍ରା ଅନୁଗୋଳ ସଭାଘର ଠାରୁ ଆରମ୍ଭ ହୋଇ ଥାନାଛକ ,ସଞ୍ଜିବନୀ ମାର୍କେଟ, ବଜାର ଛକ, ଗାନ୍ଧୀ ମାର୍ଗ, ଡି ଆଇ ସି ଛକ, ସିମିଳିପଡା, ରାଜ୍ ହୋଟଲ ଛକ ଦେଇ ପୁନଶ୍ଚ ସଭାଘରକୁ ଫେରିଥିଲା । ଏହି ଶୋଭାଯାତ୍ରାରେ ଅନ୍ୟମାନଙ୍କ ମଧ୍ୟରେ ବିଭାଗୀୟ ଜିଲ୍ଲା ସ୍ତରୀୟ ଅଧିକାରୀ, କାଊନସିଲର, ପୂର୍ବତନ ସେନା ଅଧିକାରୀ, ଖେଳାଳି, ମହାବିଦ୍ୟାଳୟର ଏନ୍ ସି ସି ଛାତ୍ର ଛାତ୍ରୀ, ଆରକ୍ଷୀ ବାହିନୀ, ବନ ବିଭାଗ, ସ୍ବାସ୍ଥ୍ୟ ବିଭାଗ, ସ୍ବେଛାସେବୀ ଓ ଗଣମାଧ୍ୟମର ପ୍ରତିନିଧି ପ୍ରମୁଖ ଯୋଗ ଦେଇଥିଲେ ।

 

ଅନୁଗୋଳ ରୁ ଅଜିତ୍ କୁମାର ଭୋଇ ଙ୍କ ରିପୋର୍ଟ