June 18, 2026

ମହାଯଜ୍ଞ ର ପୂର୍ଣ୍ଣାହୁତି ଉତ୍ସବରେ ଶିଳ୍ପ ମନ୍ତ୍ରୀଙ୍କ ଯୋଗଦାନ…

IMG-20250510-WA0041
Share

 

ଜଗତସିଂହପୁର ଜିଲ୍ଲାର ପ୍ରମୁଖ ବାଣିଜିକକେନ୍ଦ୍ର ରାହାମା ନିକଟସ୍ଥ ତାଳପଡା ଗ୍ରାମ ପଞ୍ଚାୟତର ବାଲିଢ଼ି ଗ୍ରାମରେ ମା ସାହାଡ଼ା ସୁନ୍ଦରୀଙ୍କ ନୂତନ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ମହାଯଜ୍ଞର ଯଜ୍ଞ ପୂର୍ଣ୍ଣାହୁତି ମହା ସମାରୋହରେ ଅନୁଷ୍ଠିତ ହୋଇଅଛି।ମାଙ୍କର ଏହି ଭବ୍ୟଦିବ୍ୟ ଆଧ୍ୟାତ୍ମିକ ମହୋତ୍ସବ କୁ ଗ୍ରାମର ମୁରବି ତଥା ଜିଲ୍ଲାପରିଷଦ ସଭ୍ୟ ଶ୍ରୀଯୁକ୍ତ ରବିନାରାୟଣ ସାହୁ ପ୍ରତ୍ୟକ୍ଷ ତତ୍ୱାବଧାନରେ ପରିଚାଳିତ କରିବା ସହ ସମାଜସେବୀ ଡ଼କ୍ଟର ସୁନାକର ବେହେରା ଆଧ୍ୟାତ୍ମିକ ମଞ୍ଚର ପରିଚାଳନା କରିଥିଲେ। ଯଜ୍ଞ ପୂର୍ଣ୍ଣାହୁତି ଉତ୍ସବରେ ଜିଲ୍ଲାର ବହୁ ପଣ୍ଡିତ ବିଦ୍ୱାନ ଶ୍ରଦ୍ଧାଳୁ ମାନେ ଯୋଗଦେବା ସହିତ ପାରାଦ୍ୱୀପ ବିଧାୟକ ତଥା ମାନ୍ୟବର ଶିଳ୍ପ ଦକ୍ଷତା ମନ୍ତ୍ରୀ ଇ. ସମ୍ପଦ ଚଦ୍ର ସ୍ୱାଇଁ, ଏରସମାବାଲିକୁଦା ବିଧାୟକ ଶ୍ରୀଯୁକ୍ତ ସାରଦା ପ୍ରସାଦ ଜେନା, ପୂର୍ବତନ ବିଧାୟକ ପ୍ରଶାନ୍ତ କୁମାର ମୁଦୁଲି,ପାରାଦ୍ୱୀପ ପୌରପାଳିକା ଅଧ୍ୟକ୍ଷ ବସନ୍ତ ବିଶ୍ୱାଳ ଓ ତାଙ୍କର ଅନୁଗାମୀ ମାନେ ଏହି ଆଧ୍ୟାତ୍ମିକ କାର୍ଯ୍ୟରେ ଯୋଗଦେଇ ଗ୍ରାମବାସୀଙ୍କ ଦ୍ୱାରା ସମ୍ବର୍ଦ୍ଧିତ ହୋଇଥିଲେ।ଯଜ୍ଞର ପ୍ରଥମ ଦିବସରେ ପାରାଦ୍ୱୀପ ଶ୍ରମିକ ସଂଗଠନ ବିଶିଷ୍ଟ ଶ୍ରମିକ ନେତା ଅରିନ୍ଦମ ସରଖେଲ “ବାପି ବାବୁ”ଏବଂ ଦ୍ୱିତୀୟ ସନ୍ଧ୍ୟାରେ ପାରାଦ୍ୱୀପ ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ଇ ସମ୍ବିତ କୁମାର ରାଉତରାଏ ଙ୍କ ସହ କୁଜଙ୍ଗ ପଞ୍ଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ନିନାରାଣୀ ସାହୁ,ଉପାଧ୍ୟକ୍ଷ ଇତ୍ୟାଦି ବହୁ ଅତିଥିମାନଙ୍କ ଯୋଗଦାନ ସହ ସମ୍ବର୍ଦ୍ଧିତ ହୋଇଥିଲେ। ଉଦଯାପନୀ ସନ୍ଧ୍ୟାର ଓ ବିଶ୍ୱ ମାତୃତ୍ୱ ଦିବସ ଅବସରରେ ରାଷ୍ଟ୍ରୀୟ ଶ୍ରୀଜଗନ୍ନାଥ ସଂସ୍କୃତି ପ୍ରଚାରକ ବ୍ରହ୍ମଚାରୀ ବାବା ସତ୍ୟାନନ୍ଦ ଦାସ ମହାରାଜ ଙ୍କୁ ସଂକୀର୍ତ୍ତନ ଶୋଭାଯାତ୍ରାରେ ଯଜ୍ଞ ମଣ୍ଡପ ଓ ନୂତନ ମନ୍ଦିର ନିକଟକୁ ନିଆଯାଇ ଉପସ୍ଥିତ ହଜାର ହଜାର ଶ୍ରଦ୍ଧାଳୁ ମାନଙ୍କ ହରିବୋଲ ହୁଳହୁଳି ଧ୍ୱନିରେ ସନ୍ଥଙ୍କୁ ଭବ୍ୟ ସ୍ୱାଗତ କରିବାର ଦେଖିବାକୁ ମିଳିଥିଲା। ଭକ୍ତ ମାନେ ବ୍ରହ୍ମଚାରୀ ବାବା ସତ୍ୟାନନ୍ଦ ଦାସ ମହାରାଜଙ୍କ ଆଶ୍ରିବଚନ ଶ୍ରବଣକରି ମାଙ୍କ ଅଭୟ କୃପା ପାଇ ନିଜକୁ ଧନ୍ୟ ମଣିଥିଲେ।ଉକ୍ତ ମହାନ ଆଧ୍ୟାତ୍ମିକ ମହୋତ୍ସବ ରେ ଯଜ୍ଞକର୍ତ୍ତା ମନୋରଞ୍ଜନ ସାହୁ କର୍ତ୍ତୀ ମାମିନା ସାହୁ ଙ୍କ ସହିତ ଗ୍ରାମବାସୀଙ୍କ ମଧ୍ୟରେ ବିଷ୍ଣୁ ଚରଣ ସାହୁ, ବାବାଜୀ ଚରଣ ସାହୁ,ଭାସ୍କର ଦାସ, ରାମ ଚନ୍ଦ୍ର ସାହୁ, ନିତ୍ୟାନନ୍ଦ ସାହୁ, ସାଧୁ ଚରଣ ସାହୁ,ଭଞ୍ଜ କିଶୋର ସାହୁ,ଉପେନ୍ଦ୍ର ସାହୁ,ନିରଞ୍ଜନ ଦାସ, ନଟବର ସାହୁ,ତପନ କୁମାର ସାହୁ ଙ୍କ ସହିତ ଗ୍ରାମର ସମସ୍ତ ଯୁବକ ବନ୍ଧୁ ଓ ମାଆ ଭଉଣୀ ମାନେ ପୂର୍ଣ୍ଣ ସହଯୋଗ କରିଥିଲେ। ରିପୋର୍ଟ ଶାରଦା ପ୍ରସନ୍ନ ପରିଜା

You may have missed