May 11, 2025

ଯୁଦ୍ଧ ପରିସ୍ଥିତି ଭିତରେ ପାକିସ୍ତାନରେ ଭୂକମ୍ପ, ୪.୦ ତୀବ୍ରତା ରେକର୍ଡ…

Share

 

 

ଯୁଦ୍ଧ ପରିସ୍ଥିତି ଭିତରେ ଥରିଲା ପାକିସ୍ତାନ। ଶୁକ୍ରବାର ରାତି ପ୍ରାୟ ୧ଟା ୪୪ ମିନିଟ୍‌ରେ ପାକିସ୍ତାନରେ ଭୂକମ୍ପ ଝଟ୍‌କା। ରିକ୍ଟର ସ୍କେଲ୍‌ରେ ୪.୦ ତୀବ୍ରତା ରେକର୍ଡ। ଭୂମିକମ୍ପର କେନ୍ଦ୍ରସ୍ଥଳ ୧୦ କିଲୋମିଟର ଗଭୀରତାରେ ଥିଲା ଏବଂ ଏହାର ଅବସ୍ଥିତି ୨୯.୬୭ ଡିଗ୍ରୀ ଉତ୍ତର ଅକ୍ଷାଂଶ ଏବଂ ୬୬.୧୦ ଡିଗ୍ରୀ ପୂର୍ବ ଦ୍ରାଘିମାରେ ରେକର୍ଡ କରାଯାଇଛି। ନ୍ୟାସନାଲ ସେଣ୍ଟର ଫର୍ ସିସ୍ମୋଲୋଜି ପକ୍ଷରୁ ଏନେଇ ସୂଚନା ମିଳିଛି। ତେବେ କୌଣସି କ୍ଷୟକ୍ଷତି ହୋଇଥିବାର ସୂଚନା ନାହିଁ।

 

ସୂଚନା ଥାଉକି, ସପ୍ତାହ ଭିତରେ ପାକିସ୍ତାନକୁ ୪ ଥର ଭୂକମ୍ପ ଝଟ୍‌କା ଲାଗିଛି। ଏହା ପୂର୍ବରୁ ମେ ୫ରେ ଦୁଇ ଥର ଭୂମିକମ୍ପ ଝଟ୍‌କା ଲାଗିଥିଲା। wହାର ତୀବ୍ରତା ୪.୨ ରେକର୍ଡ କରାଯାଇଥିଲା। ସେହିପରି ଏପ୍ରିଲ ୩୦ରେ ମଧ୍ୟ ଆଉ ଏକ ଝଟ୍‌କା ଲାଗିଥିଲା। ଏହାର ତୀବ୍ରତା ୪.୪ ରେକର୍ଡ ହୋଇଥିଲା।