April 30, 2026

ଚାଷଜମିକୁ ପାଣିର ସୁବିଧା ନକରିଲେ ପୁଣି ହେବ ଏକ ବଡ଼ ବିକ୍ଷୋଭ l

IMG-20250509-WA0051
Share

 

ଆଜି ପୁରୀଜିଲ୍ଲା ବ୍ରହ୍ମଗିରି ର ଶ୍ରୀଅଲାରନାଥ ମନ୍ଦିର ପରିସରରେ ପୁରୀଜିଲ୍ଲା ବିପର୍ଯୟ ସୁରକ୍ଷା କ୍ରିୟାନୁଷ୍ଠାନ କମିଟିର ଆବାହକ ବିହାରୀବନ୍ଧୁ ପଳାଇଙ୍କ ସଭାପତିତ୍ୱ ରେ ଚାଷୀମାନଙ୍କ ଜମିକୁ ପାଣି ଯୋଗାଇଦେବା ଉଦେଶ୍ୟରେ ବ୍ରହ୍ମଗିରି ଚାଷୀ ସୁରକ୍ଷା ସଂଘ ନାମରେ ଏକ ସଂଗଠନ କରାଯାଇ ତାହାର ସଭାପତି ଭାବେ ଆଡଭୋକେଟ ଯୁଧିଷ୍ଠିର ଜେନାଙ୍କୁ ମନୋନୀତ କରାଯାଇଛି l ଏଇ ସଂଗଠନ ର ମୂଳ ଉଦେଶ୍ୟ ହେଲା ସମସ୍ତ ନଦୀ, କେନାଲ ଦଳରେ ଭର୍ତ୍ତି ଏବଂ ଏଲାଈ ପଏଣ୍ଟ ର ପାଣିଯିବା ରାସ୍ତାଗୁଡିକ ଅଳିଆ ଆବର୍ଜନା ଭରି ରହୁଛି ଯାହାଦ୍ୱାରା ଚାଷୀ ପାଣିପାଇଁ ଦୁଇଦୁଇଥର ଧାନ ଚାଷ କରିବା ବଦଳରେ ଥରିଏ ଧାନ ଚାଷ କରୁଛି ଏବଂ ପାଣିର ଅଭାବରୁ ମଧ୍ୟ କ୍ଷତି ସହିବାକୁ ପଡୁଛି l ଆଗକୁ ସରକାର ଚାଷ ଜମିକୁ ପାଣିର ସୁବିଧା ନ କରିଲେ ଚାଷୀମାନେ ରାଜରାସ୍ତାରେ ଏକ ବଡ଼ ଧାରଣ ର ବିକ୍ଷୋଭ କରିବେ ବୋଲି ଆବାହକ ବିହାରୀବନ୍ଧୁ ପଲାଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି l

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ

You may have missed