ଲିମ୍ବ ଗଛରେ ଗାମୁଛା ଲଗାଇ ଆତ୍ମହତ୍ୟା କଲେ ଯୁବକ 

Share

 

କେନ୍ଦୁଝର : ( ରତି ରଞ୍ଜନ ମହାନ୍ତ ) କେନ୍ଦୁଝର ଜିଲ୍ଲା ପାଟଣା ଥାନା ସାହାରପଡା ଫାଣ୍ଡି ଅଧିନସ୍ଥ ଗିଦିପଶି ଗ୍ରାମ ନିକଟ ଏକ ଲିମ୍ବ ଗଛରେ ଜଣେ ଯୁବକ ନିଜ ଗାମୁଛା ସାହାଯ୍ୟରେ ବେକରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡିଛି l

 

ସୂଚନା ଅନୁଯାଇ ” ଯୁବକ ଜଣକ ମାଛଗଡ଼ ଗ୍ରାମ ପଞ୍ଚାୟତ ନିକଟ ଅସ୍ତଯୋଡି ଗ୍ରାମର ସ୍ୱର୍ଗତ ଲେମ୍ବୁଦର ନାଏକଙ୍କ ପୁଅ ମହେଶ୍ୱର ନାଏକ (23),ସେ ଶଶୁର ଘର ଆସିଥିଲେ କୌଣସି କାରଣକୁ ନେଇ ସ୍ୱାମୀ ଏବଂ ସ୍ତ୍ରୀ ମଧ୍ୟ୍ୟରେ ବଚସା ହେବାରୁ ଆତ୍ମହତ୍ୟା କରିଥିବା ଜଣାପଡିଛି l

ଯୁବକ ଜଣକ ଗଛରେ ଝୁଲୁ ଥିବା ଦେଖି ଗ୍ରାମର ଲୋକ ସାହାରପଡା ଫାଣ୍ଡି ଅଧିକାରୀ ପାର୍ତ ଓରାମ ଙ୍କୁ ଜଣାଇ ଥିଲେ, ଖବର ପାଇ ପୁଲିସ ପହଞ୍ଚି ମୃତ ଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ନିମନ୍ତେ ପାଟଣା ମେଡିକାଲକୁ ପଠାଇଛନ୍ତି l ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି l

You may have missed