ଅଧ ଘଣ୍ଟା ଧରି ଶୂନଶାନ ସମ୍ବଲପୁର, ହୀରାକୁଦ ସମ୍ଭାବ୍ୟ ଜରୁରୀ ପରିସ୍ଥିତି ର ମୁକାବିଲା ପାଇଁ ହେଲା ମକ୍‌ଡ୍ରିଲ 

Share

 

ସମଜପୁର,୦୭. ୦୫():ସତେ ଯେମିତି କିଛି ଅଘଟଣ ଘଟିଗଲା। ସ୍ତବ୍ଧ ହୋଇଗଲା ସମ୍ବଲପୁର। ଅପରାହ୍ଣ ୪ଟାରେ ବାଳିଲା ଲମ୍ବା ସାଇରନ୍ । ସାଇରନ ଶବ୍ଦରେ ଅଟକି ଯାଇଥିଲା ଜାନ ବାହାନ। କିଏ କିଏ ନିଜ ବାଇକ, ଗାଡି ରୁ ଓ଼ଲ୍ଳେଇ ଦୌଡିଥିଲେ ସୁରକ୍ଷିତ ସ୍ଥାନକୁ। ପୁଣି ୧୫ ମିନିଟ ପରେ ସବୁ କିଛି ସ୍ୱାଭାବିକ ହୋଇଥିଲା।

 

ପୂର୍ବ ସତର୍କତା ସ୍ୱରୂପ ଏହି ସାଇରନ ବାଜିଥିଲା ସମ୍ବଲପୁରୀରେ।ବ୍ୟସ୍ତବହୁଳ ଲକ୍ଷ୍ମୀ ଟକିଜ ଛକ -କ୍ଷେତରାଜପୁର ରେଲୱେ ଷ୍ଟେସନ ମଧ୍ୟ ଭାଗରେ ପ୍ରଦର୍ଶନ ହୋଇଥିଲା ସଭିଲ୍ ଡିଫେନ୍ସ ମକଡିଲ । ପ୍ରଶାସନ, ପୁଲିସ, ଅଗ୍ନୀଶମ, ମେଡିକାଲ୍, ରେଡ଼କ୍ରସ ଏବଂ ସେଚ୍ଛାସେବୀଙ୍କ ମାନଙ୍କ ଦ୍ୱାରା ଏହା ପ୍ରଦର୍ଶିତ ହୋଇଥିଲା। ସାଇରନ୍ ବାଜିବା ମାତ୍ରେ ବାହାରେ ଥିବା ଲୋକମାନେ ତୁରନ୍ତ ସୁରକ୍ଷିତ ସ୍ଥାନକୁ ଚାଲିଯାଇଥିଲେ ।ଏହାର ପ୍ରାୟ ୧୫ ମିନିଟ୍ ପରେ ପୁଣି ଦ୍ଵିତୀୟ ସାଇରନ ବାଜିଥିଲା। ଏହାପରେ ସ୍ଥିତି ସ୍ୱାଭାବିକ ହେବା ସହ ସମସ୍ତେ ବାହାରକୁ ବାହାରିଥିଲେ। ସମର ଶିକ୍ଷର୍ଥୀ ବାହିନୀ, ଏନଏସ୍.ଏସ୍,ମେଡିକାଲ, ରେଡ଼କ୍ରସ ଓ ଅନ୍ୟ ପ୍ରଶିକ୍ଷିତ ଗୋଷ୍ଠୀ ଦ୍ୱାରା ଉଦ୍ଧାର ଅପରେସନ୍ ଆରମ୍ଭ ହୋଇଥିଲା । କେନ୍ଦ୍ର ଗୃହ ମନ୍ତ୍ରଣାଳୟରେ ନିର୍ଦ୍ଦେଶାବଳୀ ଅନୁସାରେ, ସମ୍ଭାବ୍ୟ ଜରୁରୀ ପରିସ୍ଥିତି ମୁକାବିଲା ପାଇଁ ଏପରି ମକଡ୍ରିଲ ପାଇଁ ଆଜି ପ୍ରସ୍ତୁତି ଓ ଡେମୋ କରିଦେଖାଇଛି ଜିଲ୍ଲା ପ୍ରଶାସନ। ସମ୍ବଲପୁର ସହର ଓ ହୀରାକୁଦ ନଦୀବନ୍ଧ ନିକଟରେ ଅପରାହ୍ନରେ ସମାନ ସମୟରେ ଏହି ଅଭ୍ୟାସ ଅନୁଷ୍ଠିତ ହୋଇଥିଲା। ଏଥିପାଇଁ ହୀରାକୁଦ ନଦୀବନ୍ଧରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଥିଲା।

 

ଗୁରୁତ୍ୱ ପୂର୍ଣ୍ଣ ପ୍ରତିଷ୍ଠାନ ଓ ଭିତ୍ତିଭୂମି ଥିବା ୧୨ଟି ସମ୍ବେଦନଶୀଳ ସ୍ଥାନ ଚିହ୍ନଟ କରାଯାଇଥିଲା। ଏହି ସବୁ ସ୍ଥାନରେ ଜରୁରୀ ସ୍ଥିତିର ମୁକାବିଲା ପାଇଁ ଏଇ ମଡ୍ରିଲ କରାଯାଇ ସମଗ୍ର ସମ୍ବଲପୁର ମହାନଗର କୁ ପ୍ରସ୍ତୁତ କରାଯାଇଥିଲା।

ଏଥିପାଇଁ କିଛି ଘଣ୍ଟା ପାଇଁ ପର୍ଯ୍ୟଟକଙ୍କ ପାଇଁ କଟକଣା ରହିଥିଲା।

 

ଜିଲ୍ଲା ପାଳ ସିଦ୍ଧେଶ୍ବର ବଳିରାମ ବୋନ୍ଦର,ଏସପି ମୁକେଶ ଭାମୁ, ମହାନଗର ନିଗମ କମିଶନର ବେଦଭୁଷଣ, ଅତିରିକ୍ତ ଜିଲ୍ଲାପାଳ ସୁଧାଂଶୁ ଭୋଇ,ଜିଲ୍ଲା ମୁଖ୍ୟ ଉନ୍ନ ୟନ ଅଧିକାରୀ ପ୍ରସନ୍ନ ସେଠୀ, ଉପଖଣ୍ଡର ଉପଜିଲ୍ଲାପାଳ ଡ଼ଃ. ପୁଷ୍ପାଞ୍ଜଳି ପଣ୍ଡା,ତଥା ଉପଖଣ୍ଡଗରୀୟ ମାଜିଷ୍ଟ୍ରେଟ, କିଲ୍ଲା ଜରୁରୀକାଳୀନ ଅଧିକରା, ଅଗ୍ନିଶମ ସେବା ସଂସ୍ଥାର ଅଧିକାରୀ, ଜିଲ୍ଲା ପରିବହନ ଅଧିକାରୀ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ପ୍ରମୁଖ ଉପସ୍ଥିତ ରହି ସମ୍ଭାବ୍ୟ ଜରୁରୀ କାଳୀନ ପରିସ୍ଥିତର ମୁକାବିଲା ପାଇଁ ଜୀବନ କୌଶଳ ର ବିଭିନ୍ନ ଦିଗ ଉପରେ ଡେମୋ ମଧ୍ୟ ପ୍ରଦର୍ଶନ କରି ଦେଖାଇଥିଲେ। ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଓ ଜିଲ୍ଲା ରେଡ଼କ୍ରସ ପକ୍ଷରୁ ପ୍ରାଥମିକ ଚିକିତ୍ସା ସମ୍ପର୍କରେ ଡେମୋ କରି ଉପସ୍ଥିତ ଜନତାଙ୍କୁ ତାଲିମ ପ୍ରଦାନ କରାଯାଇଥିଲା। ପ୍ରୋଟୋକଲ୍ ଅନୁସାରେ ତୃଟିପୂର୍ଣ୍ଣ ଭାବେ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ସମ୍ଭାବ୍ୟ ଜରୁରୀ କାଳୀନ ପରିସ୍ଥିତି ସମୟରେ କୌଣସି ଭୟଭୀତ ନହୋଇ ଜରୁରୀକାଳୀନ ପ୍ରସ୍ତୁତିକୁ ନିଶ୍ଚିତ କରିବା ପାଇଁ ବହୁ ସଂଖ୍ୟାରେ ସ୍ବେଛାସେବୀ ଙ୍କ ସହିତ ସହରବାସୀ ଏଥିରେ ଯୋଡି ହୋଇଥିଲେ। ବିପର୍ଯ୍ୟୟ ପରିସ୍ଥିତିର ମୁକାବିଲା ଓ ପରିଚାଳନା ପାଇଁ ଏହି ଅଭ୍ୟାସ ଜୀବନ ସୁରକ୍ଷା ପାଇଁ ଏକ ବଡ଼ ବାର୍ତ୍ତା ଦେଇଛି।

 

ଯୁଦ୍ଧ ହେଉ ବା କୌଣସି ବିପର୍ଯ୍ୟୟ ସମୟରେ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାରେ ଜନସାଧାରଣଙ୍କୁ ସକ୍ଷମ କରିବା, ଜରୁରୀକାଳୀନ ସ୍ଥାନନ୍ତର ପ୍ରକ୍ରିୟା ସଂପର୍କରେ ସଚେତନତା ବୃଦ୍ଧି କରିବା, ଅଗ୍ନିଶ୍ରମ, ପୁଲିସ, ସ୍ବାସ୍ଥ୍ୟ ଓ ଅନ୍ୟ ଜରୁରୀ ସେବା ସଂସ୍ଥାଗୁଡିକର ପ୍ରସ୍ତୁତିକୁ ପରୀକ୍ଷା କରିବା ପାଇଁ ଏହି ମକଡ୍ରିଲ୍ ର ମୁଖ୍ୟ ଉଦ୍ଦେଶ୍ୟ ରହିଥିବା ଜିଲ୍ଲାପାଳ ସିଦ୍ଧେଶ୍ବର ବଳିରାମ ବୋନ୍ଦର କହିଛନ୍ତି।ଏହି ପ୍ରସ୍ତୁତି ଅଭ୍ୟାସ ସମସ୍ତ ନାଗରିକଙ୍କ ମଧ୍ୟରେ ଏକ ଚେତନା ଓ ଜାଗୃତି ସୃଷ୍ଟି କରିବାରେ ସହାୟକ ହୋଇଥିବା ନେଇ ସବୁ ମହଲରେ ଚର୍ଚ୍ଚା ହେଉଛି।ସମ୍ବଲପୁର ଓ ହୀରାକୁଦରେ ହୋଇଥିବା ମକଡ୍ରିଲ ର ପ୍ରଭାବ ଦେଖିବାକୁ ମିଳଥିଲା।ପ୍ରାୟ ଅଧ ଘଣ୍ଟା ଧରି ବିଭିନ୍ନ ସ୍ଥାନରେ ଦୋକାନ ବଜାର ବନ୍ଦ ରହିଥିବା ବେଳେ ଚଳାଚଳ ମଧ୍ୟ୍ୟ ଠପ ପଡି ଯାଇଥିଲା।

You may have missed