May 28, 2025

  ମୁଁ ହେବି ଅଧ୍ୟାପିକା କହିଲେ ବ୍ରହ୍ମଗିରି ବ୍ଲକ ଟପ୍ପର ଅନ୍ୟାସୀମ

Share

 

ପୁରୀଜିଲ୍ଲା ବ୍ରହ୍ମଗିରି ବ୍ଲକ ରେ ମାଟ୍ରିକ ପରୀକ୍ଷାରେ ତିନିଜଣ ଛାତ୍ରୀ ୫୬୦ ନମ୍ବର ରଖି ବ୍ଲକରେ ତିନିଜଣ ଟପ୍ପର ହୋଇଛନ୍ତି l ଅନ୍ୟାସୀମା ପ୍ରଧାନ ବ୍ରହ୍ମଗିରି ହାଇସ୍କୁଲ ର ଛାତ୍ରୀ ୫୬୦ ନମ୍ବର ରଖି ଟପ୍ପର ହୋଇଛନ୍ତି l ବ୍ରହ୍ମଗିରି ଗାଁର ଅଭିମନ୍ୟୁ ପ୍ରଧାନ ଓ ଅମ୍ବିକା ପ୍ରଧାନଙ୍କ କନ୍ୟା ଅନ୍ୟାସୀମା l ଅନ୍ୟାସୀମା ବ୍ଲକରେ ଟପ୍ପର ହେବାପରେ ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟିତ୍ରୀ, ଅଲାରନାଥ ଷ୍ଟଡି କମ୍ପ୍ଲେକ୍ସ ର ଅଧକ୍ଷ ପ୍ରଭାକର ବାରିକଙ୍କୁ ସମସ୍ତ ଶ୍ରେୟ ଦେବା ସହିତ ପରିବାରର ସମସ୍ତ ସଦସ୍ୟଙ୍କୁ କୃତଜ୍ଞତା ଜଣାଇଛନ୍ତି l ଆଗକୁ ସେ ଅଧ୍ୟାପିକା ହେବେବୋଲି ସୂଚନା ଦେଇଛନ୍ତି l

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ l

You may have missed