ଶ୍ରୀ ରାମଚନ୍ଦ୍ର ନାୟକଙ୍କ ଅବସର କାଳୀନ ସମ୍ବର୍ଦ୍ଧନା

Share

ଅଦ୍ଯ ତା ୦୪.୦୫.୨୦୨୫ ରିଖ ଦିବା ୧୧ ଘଟିକା ସମୟରେ ସରକାରୀ (କଲ୍ୟାଣ) ଉଚ୍ଚ ବିଦ୍ଯଳୟ ,ସୁନାରବେଲି ନୂଆଗାଁ ଠାରେ ଶ୍ରୀ ରାମଚନ୍ଦ୍ର ନାୟକ ସଂସ୍କୃତ ଶିକ୍ଷକଙ୍କ ଉଦ୍ଦେଶ୍ୟରେ ଏକ ଅବସର କାଳୀନ ସମ୍ବର୍ଦ୍ଧନା ସଭା ଆୟୋଜିତ ହୋଇଥିଲା। ଏହି ସଭାରେ ବିଦ୍ଯଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଯଥା ବିଷ୍ଣୁ ପ୍ରସାଦ ନାୟକ, ଚୈତନ୍ୟ ତନ୍ତି, ଶିବଦତ୍ତ ବ୍ରହ୍ମା, ଜଗନ୍ନାଥ ଭତରା, ରାଜେଶ କୁଲଦୀପ୍ , ଜୟନ୍ତୀ କୁମାରୀ ଲେଙ୍କା, ସୁଶିଲ୍ ପୂଜାରୀ, ଲୋପାମୁଦ୍ରା ପଲେଇ, ଅନୀତା କୁଲୁ ତଥା ଗ୍ରାମବାସୀ ଶ୍ରୀ ଗୁପ୍ତେଶ୍ବର ପଟ୍ଟନାୟକ,ବ୍ରଜମୋହନ ପଟ୍ଟନାୟକ, କୁଞ୍ଜ ବିହାରୀ ନାୟକ, ଦେବ ମାଝୀ, ସନ୍ତୋଷ କୁମାର ପାଢୀ, ରାମତନ୍ଦ୍ର ନାୟକ (ବିଦ୍ଯଳୟ ସଭାପତି) ଓ କୋଟପାଡ ନିବାସୀ ଜୟନ୍ତ ପଟ୍ଟନାୟକ, ହେମନ୍ତ କୁମାର ପାତ୍ର ଆଦି ଉପସ୍ଥିତ ଥିଲେ।ଏହି ସଭାଟି ଅତି ଦୁଃଖମୟ ଏବଂ ଶୋକାକୂଳ ପରିବେଶ ମଧ୍ୟରେ ପରିଚାଳିତ ହୋଇଥିଲା । ଏଠାରେ

ସମସ୍ତ ଅତିଥିଙ୍କ ସମେତ ଶିକ୍ଷକ ଶିକ୍ଷୟତ୍ରୀ ମାନେ

ଶ୍ରା ନାୟକଙ୍କ ଅନେକ ଭଲଗୁଣ ବଖାଣି ଥିଲେ।ସେ କେବଳ ଜଣେ ସଂସ୍କୃତ ଶିକ୍ଷକ ନଥିଲେ, ସେ ଥିଲେ ଏକାଧାରରେ ଜଣେ ଗୁଣୀ ଜ୍ଞାନୀ, ସମୟାନୁବର୍ତ୍ତୀ, ନିୟମାନୁବର୍ତ୍ତୀ, କର୍ତ୍ତବ୍ୟ ପରାୟଣ, କର୍ମଠ, ଚଞ୍ଚଳ, ଛାତ୍ରବତ୍ସଳ, ଆଦର୍ଶବାଦୀ, ଉତ୍ତମ ପରିତାଳକ, ପ୍ରବଚକ, ସାହିତ୍ୟିକ, ଲେଖକ, ଉପଦେଷ୍ଠା, ମିଷ୍ଠଭାଷୀ, ମେଳାପୀ, ସ୍ନେହୀ, ସଚ୍ଚୋଟ, ଉତ୍ସାହ ପ୍ରଦାୟକ ବ୍ୟକ୍ତି । ତାଙ୍କ ଅବସର ପ୍ରାପ୍ତି ପରେ ସୃଷ୍ଟି ହୋଇଥିବା ଏହି ଶୂନ୍ୟସ୍ଥାନ ଆମ ପାଇଁ ଏକ ଅପୂରଣୀୟ କ୍ଷତି ଭାବେ ଅନୁଭବ କରି ଉପସ୍ଥିତ ସମସ୍ତ ସଭ୍ୟ ତଥା କୋଟପାଡ ର କିଛି ମାନ୍ୟଗଣ୍ୟ ବ୍ୟକ୍ତି ବହୁତ ଦୁଃଖ ପ୍ରକାଶ କରିଥିଲେ।