ଶୋଇଥିବା ବେଳେ କାମୁଡିଲା ସାପ: ଚାଲିଗଲା ଝିଅର ଜୀବନ, ମାଆ ଓ ପୁଅ ଗୁରୁତର

Share

 

 

କେନ୍ଦୁଝର : ( ରତି ରଞ୍ଜନ ମହାନ୍ତ ) ଘରେ ଶୋଇଥିବା ବେଳେ କାମୁଡିଲା ସାପ । ଝିଅର ମୃତ୍ୟୁ ହୋଇଥିବା ବେଳେ ମା’ ଓ ପୁଅ ଗୁରୁତର ହୋଇଛନ୍ତି । କେନ୍ଦୁଝର ଜିଲ୍ଲା ତେଲକୋଇ କୃଷ୍ଣପୁର ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା ।

 

ସୂଚନା ମୁତାବକ, କୃଷ୍ଣପୁର ଗାଁରେ ସାପ କାମୁଡାରେ ଛାତ୍ରୀଙ୍କ ମୃତ୍ୟୁ ହୋଇଥ‌ିବା ବେଳେ ଦୁଇ ଜଣ ଗୁରୁତର ହୋଇଛନ୍ତି । ମୃତ ଛାତ୍ରୀ ଜଣଙ୍କ ହେଲେ ସମବାରୀ ଜୁଆଙ୍ଗ ।ସେ ପଞ୍ଚମ ଶ୍ରେଣୀରେ ପାଠ ପଢୁଥିଲେ । ଗୁରୁତର ଦୁଇ ଜଣ ହେଲେ ମା’ କଇଁତା ଜୁଆଙ୍ଗ ଓ ପୁଅ ପରମେଶ୍ବର ଜୁଆଙ୍ଗ । ଶନିବାର ରାତିରେ ଘରେ ତଳେ ଶୋଇଥ‌ିବା ବେଳେ ୩ ଜଣଙ୍କୁ ବିଷାକ୍ତ ସାପ କାମୁଡ଼ି ଦେଇଥିଲା । ସକାଳୁ ସ୍ବାମୀ ଶମ୍ଭୁନାଥ ଜୁଆଙ୍ଗ ସ୍ତ୍ରୀ କଇଁତାଙ୍କୁ ଉଠାଇବାକୁ ଯାଇଥ‌ିବା ବେଳେ ଘରେ ସାପକୁ ଦେଖୁଥିଲେ ।

 

ସ୍ୱୀ କଇଁତାଙ୍କ ସହ ପୁଅ ଏବଂ ଝିଅ ଅଚେତ ଅବସ୍ଥାରେ ପଡିଥ‌ିବା ସେ ଦେଖୁଥିଲେ । ସଙ୍ଗେ ସଙ୍ଗେ ସାହି ଲୋକଙ୍କ ସହାୟତାରେ ତିନି ଜ ଜଣଙ୍କୁ ତେଲକୋଇ ମେଡିକାଲରେ ଭର୍ତ୍ତି କରିଥିଲେ । ମେଡ଼ିକାଲରେ ଝିଅ ସମବାରୀଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ମା’ ଠାରୁ କ୍ଷୀର ପିଇ ଶିଶୁପୁତ୍ର ପରମେଶ୍ବର ମଧ୍ଯ ଗୁରୁତର ହୋଇପଡିଥ‌ିବା ଜଣାପଡିଛି । ଦୁଇ ଜଣଙ୍କ ଚିକିତ୍ସା ଜାରି ରହିଛି