ମେ’ ୧ ବିଶ୍ୱ ଶ୍ରମିକ ଦିବସ,ସାମାଜିକ ସୁରକ୍ଷା ପାଇଁ ସରକାରଙ୍କ ତରଫରୁ କରାଯାଉଛି ବିଭିନ୍ନ ଯୋଜନା

Share

 

ବୋଲଗଡ଼,(ଉପାନ୍ତ ଖବର):ଆଜି ହେଉଛି ବିଶ୍ୱ ଶ୍ରମିକ ଦିବସ । ପ୍ରତିବର୍ଷ ମେ ୧ ବିଶ୍ୱ ଶ୍ରମିକ ଦିବସ ପାଳିତ ହେଉଛି । ୧୮୮୬ମସିହା ମେ ୧ତାରିଖରେ ଆମେରିକା ରେ ପ୍ରଥମେ ଶ୍ରମିକଙ୍କ ପାଇଁ କାମ କରିବା ସମୟ ନିର୍ଦ୍ଧାରିତ ହୋଇ ଥିଲା। ସେହି ଦିନକୁ ମନେ ପକାଇବା ପାଇଁ ପ୍ରତିବର୍ଷ ମେ’୧ ତାରିଖକୁ ଶ୍ରମିକ ଦିବସ ଭାବେ ପାଳନ କରାଯାଉଛି। ଶ୍ରମିକ ମାନଙ୍କର ସୁରକ୍ଷା,ସ୍ୱାସ୍ତ୍ୟ ରକ୍ଷା ଓ ଅଧିକାର ଏହି ଦିବସର ପାଳନର ଉଦ୍ଦେଶ୍ୟ। ପ୍ରତି ଶ୍ରମିକ ମାନଙ୍କୁ ସମ୍ମାନୀତ କରିବା ସହ ସେମାନଙ୍କ କାମକୁ ସମ୍ମାନ ଦେଇ ଏହି ଶ୍ରମିକ ଦିବସ ପାଳିତ ହେଉଛି। କେବଳ ଶ୍ରମିକ ମାନଙ୍କ ପ୍ରତି ସମ୍ମାନର ବିଷୟ ତା ନୁହେଁ ବରଂ ସେମାନଙ୍କର ଅଧିକାର ପ୍ରତି ଗୁରୁତ୍ୱ ଦେବା ଦରକାର ।

ଆଠ ଘଣ୍ଟା କାର୍ଯ୍ୟ ସମୟ ଦାବୀରୁ ଜନ୍ମ ନେଲା ବିଶ୍ୱ ଶ୍ରମିକ ଦିବସ । ପୁଞ୍ଜିବାଦୀ ବ୍ୟବସ୍ଥା ବିରୋଧରେ ବିଶ୍ୱ ଶ୍ରମଜୀବୀ ସମୁଦାୟର ଏହା ଥିଲା ପ୍ରଥମ ରାଜନୈତିକ ସଂଗ୍ରାମ। ଯୁକ୍ତରାଷ୍ଟ୍ର ଆମେରିକାରେ ଏହି ଆନ୍ଦୋଳନର ସୂତ୍ରପାତ ହୋଇଥଲେ ହେଁ ବିଶ୍ୱର ସମସ୍ତ ସ୍ୱାଧୀନ ଓ ପରାଧୀନ ଦେଶର ଶ୍ରମଜୀବୀମାନଙ୍କୁ ଏହା ପ୍ରଭାବିତ କରିଥଲା କିନ୍ତୁ ଆମ ଦେଶ ନିର୍ମାଣରେ ଶ୍ରମିକର ଗୁରୁତ୍ବ ପୁର୍ଣ ଭୂମିକା ପ୍ରଥମରୁ ରହିଆସିଛି। କୌଣସି ସମୟରେ ସେମାନଙ୍କ ରହିବା,ପରିବାର କଲ୍ୟାଣ ଏବଂ ଭତ୍ତା ନିହାତି ଗୁରୁତ୍ବ ପୁର୍ଣ କଥା ଅଟେ। ଶ୍ରମିକ ମାନଙ୍କୁ କାମରେ ଲଗାଉଥିବା ସଂସ୍ଥା ଗୁଡ଼ିକ ଶ୍ରମିକ ମାନଙ୍କର ନାମ ପଞ୍ଜୀକରଣ କରିବା ନିହାତି ଜରୁରି ଅଟେ।

 

ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।