ଆଜିର ଖବର..

୧-ପୁରୀ:ଚଳଚଞ୍ଚଳ ଶ୍ରୀକ୍ଷେତ୍ର, ଅକ୍ଷୟ ତୃତୀୟାରେ ହେଲା ରଥ କାଠ ଅନୁକୂଳ, ନରେନ୍ଦ୍ର ପୁଷ୍କରିଣୀରେ ଚାପ ଖେଳିଲେ ମହାପ୍ରଭୁ।
୨-ସମ୍ବଲପୁର: ଶୀତଳଷଷ୍ଠୀର ଆଦ୍ୟ ପର୍ବ ଥାଳ ‘ଉଠା ନୀତି’ ସମ୍ପନ୍ନ।ମେ ୩୧ରେ ଶିବ-ପାର୍ବତୀ ବିବାହ।
୩-ମେ’ ୧୪ରେ OPSC ପରିଚାଳିତ OCS ଆନ୍ଥ୍ରୋପୋଲୋଜି ପରୀକ୍ଷା, ସାନି ପରୀକ୍ଷା ନେଇ ବିଜ୍ଞପ୍ତି ପ୍ରକାଶ।
୪-ପ୍ରକାଶ ପାଇଲା ଆଇସିଏସ୍ଇ ଦଶମ, ଆଇଏସ୍ସି ଦ୍ୱାଦଶ ରେଜଲ୍ଟ।ବାଜି ମାରିଲେ ଛାତ୍ରୀ,ଦଶମ ପାସ୍ ହାର ୯୯.୦୯% ଓ ଦ୍ବାଦଶ ପାସ୍ ହାର ୯୯.୦୨%।
୫-ଦୁର୍ଘଟଣାରେ ୨ ପୋଲିସ କର୍ମଚାରୀଙ୍କ ମୃତ ଘଟଣା: ଚାକିରି ପାଇଲେ ମୃତ ପୋଲିସଙ୍କ ପତ୍ନୀ।
୬-ଘରକୁ ଘର ବୁଲି ସର୍ଭେ କରିବେ ଶିକ୍ଷକ, ଅଧାରୁ ପାଠ ଛାଡ଼ିଥିବା ପିଲାଙ୍କୁ ଦିଆଯିବ ଅଧିକ ଗୁରୁତ୍ୱ।ଡ୍ରପ୍ ଆଉଟ୍ ପିଲାଙ୍କୁ ପୁଣି ସ୍କୁଲକୁ ଫେରାଇ ଆଣିବାକୁ ହେବ ଉଦ୍ୟମ।
୭-ଭୁବନେଶ୍ୱର:ଉଚ୍ଚା ଦର ସତ୍ବେ ପବିତ୍ର ଅକ୍ଷୟ ତୃତୀୟାରେ ସାରା ରାଜ୍ୟରେ କାରବାର ହେଲା ୧୭୫ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ସୁନା ଓ ରୂପା।
୮-ପଦ୍ମପୁର:ବିଲରେ ପାଣି ମଡ଼ାଇବା ବେଳେ ବଜ୍ରପାତ, ଗୋଟିଏ ପରିବାରର ୩ ମୃତ।
୯-୧.୧୩ କୋଟି ଠକେଇ କରିଥିବା ଅଭିଯୁକ୍ତ ନୀଲେଶ କର ଦୋଷୀ ସାବ୍ୟସ୍ତ।
୧୦-ଚାନ୍ଦବାଲି, କମାରିଆ ଛକ:କାର ଓ ଅଟୋ ଦୁର୍ଘଟଣାଗ୍ରସ୍ତ, ୧୦ ଗୁରୁତର ଆହତ।
୧୧-୩ ଲକ୍ଷ ଟଙ୍କା ନେବା ଅଭିଯୋଗରେ ଢେଙ୍କାନାଳ ଅବକାରୀ ଅଧୀକ୍ଷକ କ୍ରିଷ୍ଣା ନାୟକ ଗିରଫ।
୧୨-ଅନଲାଇନ୍ ଶିଶୁ ଯୌନ ଶୋଷଣର ବଡ଼ ରାକେଟକୁ ଧରିଲା ସିବିଆଇ।
୧୩-ବିବାହର ୧୮ ବର୍ଷ ପରେ ମେରି କମ୍ଙ୍କ ଛାଡ଼ପତ୍ର, ଅନ୍ୟ କାହା ସହ ସମ୍ପର୍କକୁ କଲେ ଖଣ୍ଡନ।
୧୪-ଚଣ୍ଡିଗଡ:ଅବସର ଗ୍ରହଣ କଲେ ଚର୍ଚ୍ଚିତ IAS ଅଫିସର ଅଶୋକ ଖେମକା, ୩୪ ବର୍ଷର ଚାକିରୀରେ ୫୭ ଥର ହୋଇଛନ୍ତି ବଦଳି।
୧୫-ଚେନ୍ନାଇ: ଚହଲଙ୍କ ହ୍ୟାଟ୍ରିକ,CSKକୁ ପ୍ଲେ ଅଫ୍ ରୁ ବିଦା କଲା ପଞ୍ଜାବ।
୧୬-ଜୟପୁର:ଆଜି IPLରେ ୫୦ତମ ମ୍ୟାଚରେ, ମୁମ୍ବାଇକୁ ରୋକିବା ଲକ୍ଷ୍ଯରେ ରାଜସ୍ଥାନ ଖେଳିବ।
୧୭-କଲିକତାର ଋତୁରାଜ ହୋଟେଲରେ ଅଗ୍ନିକାଣ୍ଡ ଘଟଣା, ୩ ଓଡ଼ିଆ ଜୀବନ୍ତ ଦଗ୍ଧ ସୂଚନା
୧୮-ନୁଆ ଦିଲ୍ଲୀ:ବାୟୁ ସୀମା ବନ୍ଦ କଲା ଭାରତ, ରଣନୀତି ଚୁଡାନ୍ତ, କାର୍ଯ୍ୟାନୁଷ୍ଠାନ ଆସନ୍ନ।
୧୯-ଦୀଘାରେ ପ୍ରତିଷ୍ଠା ହେଲା ଜଗନ୍ନାଥ ମନ୍ଦିର : ଅବକିଳ ପୁରୀ ମନ୍ଦିର ଭଳି ହୋଇଛି ନିର୍ମାଣ।
୨୦-ଜାତି ଜନଗଣନା କରିବେ ମୋଦୀ ସରକାର ; କ୍ୟାବିନେଟ୍ ବୈଠକରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି।
୨୧-ମଧ୍ୟପ୍ରଦେଶ:ପାକ୍ ପିତା ଭାରତୀୟ ମା’ ଙ୍କ ୯ ପିଲାମାନଙ୍କୁ ନେଇ ଦ୍ବନ୍ଦରେ ସରକାର।
୨୨-ପାକ ଅଧିକୃତ କାଶ୍ମୀରରୁ ଓ ପାକ ଅଧିକୃତ କାଶ୍ମୀରକୁ ବିମାନ ଉଡ଼ାଣ ବାତିଲ କଲା ପାକିସ୍ତାନ।
*🙏 ସୁପ୍ରଭାତ 🙏*