ଉମରକୋଟ ନିକଟସ୍ଥ ଝରିଗାଁ ରେ ଅକ୍ଷୟ ତୃତୀୟାରେ ବିଧାୟକଙ୍କ ଦ୍ୱାରା ଅଖିମୁଠି ଅନୁକୂଳ……

IMG-20250501-WA0009
Share

 

 

ଝରିଗାଁ:-(ଏମ୍.ଦିନା°ଶୁ ଆଚାରୀ) ଅକ୍ଷୟ ତୃତୀୟା ଚାଷୀ ମାନଙ୍କ ଚାଷ ଭିତିକ ପର୍ବ ମଧ୍ୟରେ ଏକ ପ୍ରମୁଖ ପର୍ବ ହୋଇଥିବା ବେଳେ ଚାଷୀମାନେ ଅକ୍ଷୟ ତୃତୀୟା ତିଥିରେ ବିଲରେ ଅଖିମୁଠି ଅନୁକୂଳ କରି ଚାଷ କାମ ଆରମ୍ଭ କରିଥାନ୍ତି | ଏହି ପରିପ୍ରେକ୍ଷୀରେ ଝରିଗାଁ ବିଧାୟକ ନରସିଂହ ଭତରା ଝରିଗାଁ-ଉମରକୋଟ ମୁଖ୍ୟରାସ୍ତା ପାର୍ଶ୍ଵରେ ଥିବା ବାଞ୍ଜିଆମ୍ବା ଗ୍ରାମ ନିକଟରେ ଥିବା ଭିକାରି ନାୟକଙ୍କ ଜମିରେ ଅଖିମୁଠି ଅନୁକୂଳ କରି ହଳ କରିଥିବା ଦେଖିବାକୁ ମିଳିଛି |ଅନ୍ୟ ମାନଙ୍କ ମଧ୍ୟରେ ପୂର୍ବତନ ରାଜ୍ୟସଭା ସାଂସଦ ଭଗବାନ ମାଝୀ,କୃଷକ ମୋର୍ଚା ରାଜ୍ୟ ପ୍ରଭାରୀ, ଯୋଗଦୀଶ କଲାର, ସାଂସଦ ପ୍ରତିନିଧି ଚନ୍ଦ୍ରଭାନୁ ନାୟକ, ଆତ୍ମା ଚେୟାରମ୍ୟାନ ଚିତ୍ର ପ୍ରସାଦ ତିୱାରୀ,ବରିଷ୍ଠ ସମାଜସେବୀ ପଦ୍ମନାଭ ପାଣ୍ଡେ,ବରିଷ୍ଠ ଚାଷୀ ଅଶୋକ ମୂର୍ତ୍ତୀ, ସୁମିତ୍ରା ମାଝୀ, ପ୍ରେମାନନ୍ଦ ପାଣ୍ଡେ, ତମ୍ବୁଦାସ ପନକା, ପଦ୍ମନ ସାନ୍ତା, ସୁବାସ ଗଣ୍ଡ, ମୋହନ ପ୍ରଧାନୀ.ଭିକାରି ନାୟକ, ରବୀନ୍ଦ୍ର ନାୟକଙ୍କ ସମେତ ଶତାଧିକ ଚାଷୀ ଉପସ୍ଥିତ ରହିଥିଲେ | ସମସ୍ତେ ପ୍ରଥମେ ପ୍ରଭୁ ଜଗନ୍ନାଥଙ୍କ ପୂଜାର୍ଚନା ସାରି ଜମିରେ ଧାନବୁଣି ହଳ କରିଥିଲେ | ପରେ ବିଧାୟକ ଉପସ୍ଥିତ ଚାଷୀମାନଙ୍କ ସହ ବିଭିନ୍ନ ଚାଷ ସମସ୍ୟା ଉପରେ ଆଲୋଚନା କରିଥିଲେ ଓ ସମସ୍ୟାର ସମାଧାନ ପାଇଁ ଉପସ୍ଥିତ କୃଷି ବିଭାଗୀୟ କର୍ମଚାରୀ ଓ ଲ୍ୟାମ୍ପ କର୍ମଚାରୀ ମାନଙ୍କ ସହିତ ଆଲୋଚନା କରିଥିଲେ |