ଗୁଣ୍ଡିଚା ଘର ବ୍ୟବସାୟୀ ସଂଘର ଦ୍ଵିତୀୟ ବାର୍ଷିକ ଉର୍ତ୍ସବ ପାଳନ କରାଯାଇଛି

ଆଜି ପୁରୀ ବଡଶଙ୍ଖ ଓମ ମଣ୍ଡପ ପରିସରରେ ଗୁଣ୍ଡିଚା ଘର ବ୍ୟବସାୟୀ ସଂଘ ର ଦ୍ଵିତୀୟ ବାର୍ଷିକ ଉର୍ତ୍ସବ ପାଳନ କରାଯାଇଛି l ଏହି ଉର୍ତ୍ସବ ପାଳନ ଅବସରରେ ଅନୁଷ୍ଠାନ ର ସଭାପତି ଅରୁଣ କୁମାର ପଟ୍ଟନାୟକଙ୍କ ସଭାପତିତ୍ୱ ରେ ମୁଖ୍ୟ ଅତିଥିଭାବେ ସମାଜସେବୀ ବୀରେନ୍ଦ୍ର ହୋତା, ସମ୍ମାନିତ ଅତିଥିଭାବେ ପ୍ରସନ୍ନ କୁମାର ମିଶ୍ର, ସଂଗ୍ରାମ କେଶରୀ ମିଶ୍ର ଯୋଗଦାନ କରି ଏହି ଦୁଇବର୍ଷ ଭିତରେ ଅନୁଷ୍ଠାନ ପକ୍ଷରୁ ରକ୍ତଦାନ ଶିବିର, ରଥଯାତ୍ରା ରେ ରନ୍ଧାଖାଦ୍ୟ ଏବଂ ପିଇବା ପାଣି ବଣ୍ଟନ, ଗଣେଶ ପୂଜା, ଦୁର୍ଗାପୂଜା ଇତ୍ୟାଦି ରେ ବିଭିନ୍ନ ସାମାଜିକ ସେବା ବଡଦାଣ୍ଡ ରେ ଯୋଗାଇ ଆସୁଥିବା କ୍ଷେତ୍ରରେ ଗୁଣ୍ଡିଚା ଘର ବ୍ୟବସାୟୀ ସଂଘର ଅଗ୍ରଣୀ ଭୂମିକା ବିଷୟରେ ଆଲୋଚନା କରିବା ସହିତ ଆଗକୁ ବ୍ୟବସାୟୀ ମାନଙ୍କ ଦୋକାନରୁ ଚୋରି ଏବଂ ଅନ୍ଧାରିଆ ସ୍ଥାନ ମାନଙ୍କରେ ନିଶାଖୋର ମାନଙ୍କର ଆଡା ଜମୁଥିବାରୁ ଜଣେ ଜଗୁଆଳି କୁ ନିଯୁକ୍ତି ଦେବାପାଇଁ ନିଷ୍ପତି ନିଆଯାଇଥିଲା l ସଭାଶେଷହେବାପରେ ସମସ୍ତ ବ୍ୟବସାୟୀ ପ୍ରସାଦ ସେବନ କରି ଫେରିଥିଲେ l ଏହି କାର୍ଯ୍ୟକ୍ରମକୁ ଅନୁଷ୍ଠାନ ର ସମ୍ପାଦକ ମନୋଜ କୁମାର ରଥ, ସହସମ୍ପାଦକ ମହେଶ୍ୱର ମହାନ୍ତି, ସଂଗଠକ ବନମାଳୀ ସାହୁ, ଉପସଭାପତି ପ୍ରହଲ୍ଲାଦ ସାହୁ, କୋଷାଧକ୍ଷ ନୀଳକଣ୍ଠ ଭୋଇ, ଉପଦେଷ୍ଟା ରାଜେଶ ନନ୍ଦଙ୍କ ସହିତ ଅନୁଷ୍ଠାନର ସମସ୍ତ ସଦସ୍ୟ ସଦସ୍ୟା ମିଶି କାଶ୍ମୀର ଆତଙ୍କବାଦୀ ଗୁଳିରେ ନିହତ ପର୍ଯ୍ୟଟକ ମାନଙ୍କ ପାଇଁ ଦୁଇ ମିନିଟ ନିରବ ପ୍ରାର୍ଥନା କରିବା ସହିତ ଏହି ଉର୍ତ୍ସବକୁ ପରିଚାଳନା କରିବାରେ ପୂର୍ଣ୍ଣ ସହଯୋଗ କରିଥିଲେ l
ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ