May 10, 2026

ଭବାନୀପାଟଣାରେ ଆଇନଜିବୀ ଦିବସ ପାଳିତ।

IMG-20250428-WA0019
Share

ଭବାନୀପାଟଣା(ଧୀରଜ ଆଚାର୍ଯ୍ୟ )ଆଜି ଉତ୍କଳ ଗୌରବ ମଧୁସୁଦନ ଦାସଙ୍କ ଜୟନ୍ତୀ ଉପଲକ୍ଷେ କଳାହାଣ୍ଡି ଜିଲ୍ଲା ଓକିଲ ସଂଘ ପକ୍ଷରୁ ଭବାନୀପାଟଣା କୋର୍ଟ ପରିସରରେ ଆଇନଜୀବୀ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଜିଲ୍ଲା ଓକିଲ ସଂଘ ଉପସଭାପତି ଶ୍ରୀ ଗଣେଶ୍ୱର ପଟ୍ଟନାୟକ ମଞ୍ଚ ପରିଚାଳନା ପୂର୍ବକ ମୁଖ୍ୟଅତିଥିଙ୍କ ପରିଚୟ ପ୍ରଦାନ କରି ମଞ୍ଚକୁ ଆମନ୍ତ୍ରଣ କରିଥିଲେ ଓ ପୁଷ୍ପ ଗୁଚ୍ଛ ଓ ଉପଢୌକନ ପ୍ରଦାନ କରିଥିଲେ।ଏଥିରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ତଥା ଦୌରାଜଜ ଶ୍ରୀଯୁକ୍ତ ଅନୁପରଞ୍ଜନ ପଟ୍ଟନାୟକ, ଜିଲ୍ଲା ଓକିଲ ସଂଘ ସଭାପତି ଶ୍ରୀ ସଧାଂଶୁ ନନ୍ଦ, ଟିଟିଲାଗଡ଼ର ବରିଷ୍ଠ ଆଇନଜୀବୀ ଶ୍ରୀଯୁକ୍ତ କମ୍ବୁପାଣି ପାଢ଼ୀ ପ୍ରମୁଖ ମଞ୍ଚାସିନ ହୋଇଥିଲେ।ଏହାପରେ ମୁଖ୍ୟଅତିଥିଙ୍କ ଦ୍ୱାରା ଦ୍ବୀପ ପ୍ରଜ୍ବଳନ କରାଯାଇ ଉତ୍କଳଗୌରବ ମଧୁସୂଦନ ଦାସଙ୍କ ଫୋଟ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା। ଏହାପରେ ଜାମ୍ମୁକାଶ୍ମୀରର ପହଲଗାମରେ ଆତଙ୍କବାଦୀ ଙ୍କ ଆକ୍ରମଣରେ ମୃତ୍ୟୁବରଣ କରିଥିବା ପର୍ଯ୍ୟଟକଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ଏକ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା। ତତପାଶ୍ଚାତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର(ବ୍ରଜବିହାର)ର ଛାତ୍ରୀଗଣ ବନ୍ଦେ ଉତ୍କଳ ଜନନୀ ସଂଗୀତ ଗାନ କରିଥିଲେ। ଏହାପରେ ଜିଲ୍ଲା ଓକିଲ ସଂଘ ସମ୍ପାଦକ ଶ୍ରୀ ଅଶୋକ କୁମାର ପଟ୍ଟନାୟକ ସ୍ୱାଗତ ଭାଷଣ ଦେଇଥିଲେ। ଏହାପରେ ବରିଷ୍ଠ ଆଇନଜୀବୀ ଶ୍ରୀଯୁକ୍ତ ରସିକମୋହନ ଦାସ ଓ ଶ୍ରୀଯୁକ୍ତ ଗଜେନ୍ଦ୍ର ପ୍ରସାଦ ପାଢ଼ୀଙ୍କୁ ସମ୍ବର୍ଦ୍ଧନା ଓ ଉପଢୌକନ ପ୍ରଦାନପୂର୍ବକ ସମ୍ମାନିତ କରାଯାଇଥିଲା। ଏହାପରେ ମୁଖ୍ୟ ଅତିଥି ମାନେ ତଥା ବରିଷ୍ଠ ଆଇନଜୀବୀ ମାନେ ଭାଷଣ ଦେଇ ନିଜ ନିଜର ବିଚାର ଉପସ୍ଥାପନ କରିଥିଲେ।ଶେଷରେ କଳାହାଣ୍ଡି ଜିଲ୍ଲା ଓକିଲ ସଂଘ ଯୁଗ୍ମସମ୍ପାଦକ ଶ୍ରୀଯୁକ୍ତ ସାରଣୀ ବେମାଲ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।