April 24, 2025

ସକାଳ ସାଢ଼େ ୮ଟାରେ ଝାରସୁଗୁଡ଼ାରେ ତାପମାତ୍ରା ୩୪. ୮ ଡିଗ୍ରୀ ସେଲସିୟସ ରେକରଡ଼।

Share

 

ଭୁବନେଶ୍ୱର ( ଦେବାଶିଷ ଦାଶ )

ସକାଳୁ ସକାଳୁ ଜାଳିଲାଣି ଖରା। ସକାଳ ସାଢ଼େ ୮ଟାରେ ଝାରସୁଗୁଡ଼ାରେ ତାପମାତ୍ରା ୩୪. ୮ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ସେହିପରି ସମ୍ବଲପୁରରେ ତାତି ଅଛି ୩୪. ୪ ଡିଗ୍ରୀ। ଭୁବନେଶ୍ଵରରେ ୩୨ ଥିବା ବେଳେ ବାଲେଶ୍ଵରରେ ୩୧, ଚାନ୍ଦବାଲିରେ ୩୧.୪ ଓ ପୁରୀରେ ୩୧ ରହିଛି। ସକାଳୁ ହିଁ ପ୍ରବଳ ଗରମ ହେଲାଣି। ଗତକାଲି 45.4 ଡିଗ୍ରୀ ସହ ରାଜ୍ୟର ସବୁଠୁ ଉତ୍ତପ୍ତ ସହର ଥିଲା ଝାରସୁଗଡା । ରାଜ୍ୟରେ ୨ ଦିନ ଭିତରେ ୩ ରୁ ୫ ଡିଗ୍ରୀ ତାପମାତ୍ରା ବଢିବା ତାତି ଅସମ୍ଭାଳ ହେବ କୁହାଯାଇଛି। ବଲାଙ୍ଗୀର, ସମ୍ବଲପୁର, ଝାରସୁଗୁଡା ଓ ସୁନ୍ଦରଗଡକୁ ଜାରି କରାଯାଇଛି ୟେଲୋ ଓ୍ବାର୍ଣ୍ଣି। ଆଜି ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବା ସହ ୩୦ ରୁ ୫୦ କିଲୋମିଟର ପବନ ହୋଇପାରେ। ଆସନ୍ତା ୨୫ ତାରିଖ ଯାଏ ଗ୍ରୀଷ୍ମ ପ୍ରବାହ ସହ ଉଷ୍ମ ଓ ଆଦ୍ର ସ୍ଥିତି ଜାରି ରହିବ ବୋଲି କୁହାଯାଇଛି ।

You may have missed