May 10, 2026

ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆତଙ୍କି ଆକ୍ରମଣ ରେ ନିହତ ପ୍ରଶାନ୍ତ ଙ୍କ ଅନ୍ତିମ ସଂସ୍କାର ରେ ଯୋଗଦେଇ ସମବେଦନା ଜଣାଇଲେ—-

IMG-20250424-WA0067
Share

ନୀଳଗିରି (ଦେବାଶିଷ ଦାଶ)

ପହଲଗାମ୍‌ରେ ଆତଙ୍କବାଦୀ ଆକ୍ରମଣରେ ପ୍ରାଣ ହରାଇଥିବା ଓଡ଼ିଆ ଯୁବକ ପ୍ରଶାନ୍ତ ଶତପଥୀଙ୍କ ଅନ୍ତିମ ସଂସ୍କାର ସମ୍ପନ୍ନ ହୋଇଛି।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କୁ ଶେଷ ଦର୍ଶନ କରିଛନ୍ତି।

ଗୁରୁବାର ସକାଳେ ମୁଖ୍ୟମନ୍ତ୍ରୀ ବାଲେଶ୍ୱର ଇସାଣୀ ଗାଁରେ ପହଞ୍ଚି ପ୍ରଶାନ୍ତଙ୍କ ଅନ୍ତିମ ସଂସ୍କାର ସମ୍ପନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶେଷ ଦର୍ଶନ କରିବା ସହ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି। ଏହାସହିତ ମୃତକଙ୍କ ପରିବାକୁ ସହାୟତା ରାଶି ମଧ୍ୟ ଘୋଷଣା କରିଛନ୍ତି।ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ମୁତାବକ ମୃତ ପ୍ରଶାନ୍ତଙ୍କ ପରିବାରକୁ ରାଜ୍ୟ ସରକାରଙ୍କ ପକ୍ଷରୁ ୨୦ ଲକ୍ଷ ଟଙ୍କାର ସହାୟତା ରାଶି ମିଳିବ। ଏହା ସହିତ ପ୍ରଶାନ୍ତଙ୍କ ସ୍ତ୍ରୀ ଙ୍କୁ ଚାକିରି ମିଳିବା ସହ ପୁଅ ପାଠପଢ଼ାର ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ।ପ୍ରଶାନ୍ତଙ୍କ ଶେଷ ଯାତ୍ରାରେ ମୁଖ୍ୟମନ୍ତ୍ରୀ ସାମିଲ ହୋଇଥିଲେ।

ପ୍ରଶାନ୍ତଙ୍କ ୯ ବର୍ଷର ଛୋଟ ପୁଅ ବାପାକୁ ଅନ୍ତିମ ବିଦାୟ ଦେଇଛନ୍ତି। କିଛି ଜାଣି ନ ଥିଲେ ବି ବିଧି ବିଧାନ ଅନୁସାରେ ବାପାଙ୍କର ଅନ୍ତିମ କ୍ରିୟା କରିଛି ପୁତ୍ର।ପ୍ରଶାନ୍ତଙ୍କ କୋକେଇ ଆଗେ ଆଗେ ଖଇ କଉଡ଼ି ବିଞ୍ଚି ବିଞ୍ଚି ସେ ବାପାଙ୍କୁ ଶ୍ମଶାନକୁ ନେଇ ଯାଇଥିଲେ।

ଗାଁ ଶ୍ମଶାନରେ ପ୍ରଶାନ୍ତଙ୍କ ଅନ୍ତିମ ସଂସ୍କାର ସମ୍ପନ୍ନ ହୋଇଛି।