ନାବାର୍ଡ ସହାୟତାରେ ଜଳସେଚନ ପ୍ରକଳ୍ପର ଏବଂ ସାଧାରଣ ଉପଯୋଗୀତା କେନ୍ଦ୍ର ଉଦଘାଟିତ।

ସମ୍ବଲପୁର-୨୪/୦୪
(ରାଜାରାମ ଷଡଙ୍ଗୀ)
ନାବାର୍ଡର ଆର୍ଥୀକ ସହଯୋଗରେ, ଆଦର୍ଶ ଅନୁଷ୍ଠାନର ସଂଯୋଜନାରେ ଏବଂ ଗ୍ରାମବାସୀଙ୍କର ଶ୍ରମଦାନରେ କାର୍ଯ୍ୟକାରି ହୋଇଥିବା ନୂତନ ଜଳ ସେଚନ ପ୍ରକଳ୍ପ ନାକଟିଦେଉଳ ବ୍ଲକର ବଡବାହାଲ ଗ୍ରାମରେ ଶୁଭ ଉଦଘାଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ନାବାର୍ଡ ଓଡିଶା କ୍ଷେତ୍ରୀୟ କାର୍ଯ୍ୟାଳୟ, ଭୁବନେଶ୍ବରର ମୁଖ୍ୟ ମହାପ୍ରବନ୍ଧକ ଡାଃ ସୁଧାଂଶୁ ଶେଖର ମିଶ୍ର ଯୋଗଦାନ କରିଥିଲେ।ଅନ୍ୟାନ୍ଯ ପ୍ରମୁଖ ଅତିଥି ଭାବେ ଡାଃ. ସମୀର ସାମନ୍ତରାୟ, ଉପ ମହାପ୍ରବନ୍ଧକ ନାବାର୍ଡ, ଶ୍ରୀ ଧୀରେନ୍ଦ୍ର କୁମାର ଦାଶ, ସହାୟକ ମହାପ୍ରବନ୍ଧକ, ନାବାର୍ଡ, ସମ୍ବଲପୁର, ପାଣିମୁରା ପଞ୍ଚାୟତର ସରପଞ୍ଚ ଶ୍ରୀ ଜଗନ୍ନାଥ ସାହୁ ଏବଂ ଆଦର୍ଶ ସ୍ଵେଚ୍ଛାସେବୀ ଅନୁଷ୍ଠାନର ସମ୍ପାଦକ ଶ୍ରୀ ପ୍ରଦୀପ କୁମାର ବେହେରା ଯୋଗଦାନ କରିଥିଲେ। ଗ୍ରାମବାସୀ ବୃନ୍ଦ ଜଳସେଚନ ପ୍ରକଳ୍ପ ଦାରା ବିଭିନ୍ନ ପ୍ରକାର ଉପକାର ପାଉଛନ୍ତି ଯଥା ପାକ ଶାଳା ବଗିଚା, ଜରୁରୀ ପରିସ୍ଥିତିରେ ଜଳ ଯୋଗାଣରେ କୃଷିର ବିକାଶ, ଶୌଚାଳୟ ବ୍ୟବହାର ଏବଂ ନିତ୍ୟ ବ୍ୟବହାର୍ଯ୍ୟ କାର୍ଯ୍ୟରେ ଜଳର ଉପଯୋଗୀତା ସଂମ୍ପର୍କରେ ନାବାର୍ତ ର ମୁଖ୍ୟ ମହାପ୍ରବନ୍ଧକ ଏବଂ ଅନ୍ୟ ଅତିଥ ମାନଙ୍କୁ ବୁଝେଇ କହିବା ସହିତ ପାରିପାର୍ଶ୍ବିକ ଜାଗାକୁ ବୁଲାଇ ଦେଖାଇଥିଲେ ଏବଂ ନାବାର୍ଡ କୁ ଆର୍ଥକ ସହାୟତା ପାଇଁ ଧନ୍ୟବାଦ ଜ୍ଞାପନ କରିଥିଲେ ଦିତୀୟ ପର୍ଯ୍ୟାୟରେ, ରେଢ଼ାଖୋଲ ବ୍ଳକର ପର୍ଯ୍ୟଟନ ସ୍ଥଳୀ କନ୍ଧରା ଗ୍ରାମରେ ନାବାର୍ଡ ର ଆର୍ଥକ ସହାୟତା ରେ ଏବଂ ଆଦର୍ଶ ଅନୁଷ୍ଠାନର ସହଯୋଗିତାରେ ଗଠିତ ଭୀମ ଭୋଇ ବୁଣାକାର କମ୍ପାନୀର ଗଠିତ ସାଧାରଣ ଉପଯୋଗୀତା କେନ୍ଦ୍ରକୁ ଡାଃ ସୁଧାଂଶୁ ଶେଖର ମିଶ୍ର, ମୁଖ୍ୟ ମହାପ୍ରବନ୍ଧକ, ନାବାର୍ଡ ଉଦଘାଟନ କରିଥିଲେ। ଏହି ଅବସରରେ ତାଃ ସମୀର ସାମନ୍ତରାୟ, ଉପ ମହାପ୍ରବନ୍ଧକ, ନାବାର୍ଡ ଏବଂ ଶ୍ରୀ ଧୀରେନ୍ଦ୍ର କୁ ମାର ଦାଶ, ସହାୟକ ମହାପ୍ରବନ୍ଧକ, ନାବାର୍ଡ, ସମ୍ବଲପୁର ମଧ୍ଯ ଉପସ୍ଥିତ ଥିଲେ ।ଉକ୍ତ କାର୍ଯ୍ୟକ୍ରମରେ କନ୍ଧରା ଗ୍ରାମବାସୀ ବୃନ୍ଦ ଉପସ୍ଥିତ ଅତିଥ ମାନଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ। କାର୍ଯ୍ୟକ୍ରମରେ ବୁଣାକାର କମାନୀ ର ବୋର୍ଡ ସଦସ୍ଯ କୁନା ମେହେର, ସନ୍ତୋଷ ମେହେର, ସୁଜିତ୍ ମେହେର ଏବଂ ରୋହିତ ମେହେର ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। କାର୍ଯ୍ୟକ୍ରମ ଆୟୋଜନରେ ଆଦର୍ଶ ଅନୁଷ୍ଠାନର ବାସୁଦେବ ବେହେରା, ଡେଭିଡ ରଞ୍ଜନ ପାଣି, କୁମୁଦ ବନ୍ଧୁ ଖରସେଲ, ମନବୋଧ ସାହୁ ଆଦି ସହଯୋଗ କରିଥିଲେ। କାର୍ଯ୍ୟକ୍ରମ ଶେଷରେ ଶ୍ରୀ ଧୀରେନ୍ଦ୍ର କୁମାର ଦାଶ, ଏଜିଏମ, ନାବାର୍ଡ ଧନ୍ୟବାଦ ଅର୍ପଣ କରିଥିଲେ ।ଗ୍ରାମବାସୀ ଏବଂ ବୁଣାକାର ମାନେ ନାବାର୍ଡ ର ଆର୍ଥୀକ ସହାୟତା ପାଇଁ ଧନ୍ୟବାଦ ଅର୍ପଣ କରିଥିଲେ।