May 10, 2026

ଆମର ପୌରାଣିକ ପ୍ରଯୁକ୍ତି ବିଦ୍ୟାରେ ପୁଷ୍ପକବିମାନ  

IMG-20250420-WA0043
Share

 

ବୋଲଗଡ଼,(ଉପାନ୍ତ ଖବର):ପୁଷ୍ପକ ବିମାନରେ ଆଜିର ଯୁଗର ବିମାନଠାରୁ ଅନେକ ପ୍ରଯୁକ୍ତି ବିଦ୍ୟାର ବିଶେଷତା ରହିଥିଲା ଯେଉଁ କାରଣରୁ ପୁଷ୍ପକବିମାନ କୁ ଆଦି କାଳର ପ୍ରଥମ ବିମାନ କୁହାଯାଇଛି l

 

ଆମର ପୁରାଣ ଅନୁସାରେ ପୁଷ୍ପକବିମାନ ମୂଳତଃ ବିଶ୍ୱକର୍ମାଙ୍କ ଦ୍ୱାରା ବ୍ରହ୍ମାଙ୍କ ପାଇଁ ନିର୍ମିତ ହୋଇଥିଲା । ପରେ ବ୍ରହ୍ମା ଏହାକୁ ଧନର ଭଗବାନ କୁବେରଙ୍କୁ ଦେଲେ। କିନ୍ତୁ ପରେ କୁବେରଙ୍କ ଭାଇ ଲଙ୍କାର ରାଜା ରାବଣ ଛଡ଼ାଇ ନେଇଥିଲା। ପୁରାଣ ଅନୁସାରେ କେତେକଙ୍କ ମତରେ ଅଙ୍ଗିରା ଋଷି ଏହାକୁ ନିର୍ମାଣ କରିଥିଲେ। ଦେବଶିଳ୍ପୀ ବିଶ୍ୱକର୍ମା ତାହାର ନିର୍ମାଣ ତଥା ସାଜସଜ୍ଜା କରିଥିଲେ। କିନ୍ତୁ ମୂଳତଃ ପୁଷ୍ପକବିମାନ କୁବେରଙ୍କ ପାଖରେ ଥିଲା। ରାବଣବଡ଼ ଭାଇଙ୍କଠାରୁ ବଳ ପୂର୍ବକ ଛଡେଇ ଆଣିଥିଲ। ।ବାଲ୍ମୀକି ରାମାୟଣର ବର୍ଣ୍ଣନା ଅନୁଯାୟୀ ପୁଷ୍ପକବିମାନ ମନ ଯାନ ଥିଲା ଯାହାକି ଯେଉଁ ଆଡ଼କୁ ମନ ଇଚ୍ଛା କରେ ସେହିଦିଗକୁ ବିମାନ ଉଡ଼ୁଥିଲା। ଏପରିକି ଦରକାର ପଡି଼ଲେ ବିମାନଟିକୁ ଛୋଟ ଏବଂ ବଡ଼ କରିହେଉଥିଲା। ବୋଧହୁଏ ସେ ଯୁଗରେ ପ୍ରଯୁକ୍ତି ବିଦ୍ୟା ତାହା ହିଁ ଥିଲା। ଆମ ପୌରାଣିକ ତଥ୍ୟକୁ ଉପଯୋଗ କରି ଆକାଶରେ ଉଡ଼ିବା ସମ୍ଭବ ହୋଇଗଲା କିନ୍ତୁ ବିମାନକୁ ଇଚ୍ଛା ଅନୁସାରେ ଚଳେଇବା ଓ ଦରକାର ମୁତାବକ ଆକାରକୁ ବଡ଼ କିମ୍ବା ଛୋଟ କରିବା ପ୍ରଯୁକ୍ତି ବିଦ୍ୟାରେ ଆଜି ପର୍ଯ୍ୟନ୍ତ ବାହାରି ପାରିଲା ନାହିଁ। କିନ୍ତୁ ଏତିକି କୁହାଯାଇପାରେ କେବଳ ବିନା ଚାଳକରେ ବିମାନ ବାହାରି ସାରିଛି। ଆମ ପୌରାଣିକ ଯୁଗରେ ବି ପ୍ରଯୁକ୍ତି ବିଦ୍ୟା ର ବହୁତ ଉନ୍ନତି ଘଟିଥିଲା,କେବଳ ବିଜ୍ଞାନ କୌଶଳକୁ ଲିପିବଦ୍ଧ କରି ସଂରକ୍ଷଣ ବ୍ୟବସ୍ଥା ନଥିଲା।

 

ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।