May 10, 2026

୩ କୁଇଣ୍ଟାଲ ଗଞ୍ଜେଇ ସହ ଇନଭା କର ଜବତ

IMG-20250420-WA0017
Share

୩ କୁଇଣ୍ଟାଲ ଗଞ୍ଜେଇ ସହ ଇନଭା କର ଜବତ । (କୋରାପୁଟ ୨୦/୦୪/୨୫ ଗୁପ୍ତେଶ୍ୱର ରଥ) କୋରାପୁଟ ଜିଲ୍ଲା ନନ୍ଦପୁର ପୋଲିସ ୩୦୦ କିଲୋଗ୍ରାମ ସହ ଏକ ଇନଭା କାର ଜବତ କରିଛି। ବିଶେଷ ସୂତ୍ର ରୁ ଖବର ପାଇ ନନ୍ଦପୁର ପୋଲିସ ଏସ .ଇ .ଡି. ଧାରୁଆ ଙ୍କ ନେତ୍ରୁତ୍ୱରେ ପୋଲିସ ଟିମ ଗୁରୁବାର ଦିନ ୧୨.୩୦ ସମୟରେ ପଡୁୱା ପୋଟୁ ସେମିଳିଗୁଡା ଅଭିମୁଖେ ଆସୁଥିବା ଏକ ଇନଭା କାର ଯାହାର ନମ୍ବର MH 12 KJ 3925 କୁ ହିକିମପୁଟ ଛକ ନିକଟରେ ଅଟକାଇ ଯାଞ୍ଚ କରିଥିଲେ। ଯାଞ୍ଚ ବେଳେ ଉକ୍ତ କର ରୁ 300 କିଲଗରମ୍ ଗଞ୍ଜେଇ ମିଳିଥିଲା। କାର ଚାଳକ ଖସି ପାଲେଇଥିବ ଜଣାପଡିଛି । ନନ୍ଦପୁର ପୋଲିସ NDPS ଧାରାରେ କେସ ରୁଜୁ କରିଛି ଯାହାର କେସ ନଂ 66 ଓ ତଦନ୍ତ ମଧ୍ୟ ଜାରି ରହିଥିବା ନନ୍ଦପୁର ଥାନା ଅଧିକାରୀ ମମତା ପଣ୍ଡା ଗଣମାଧ୍ୟମ କୁ ସୂଚନା ଦେଇଛନ୍ତି ।