September 19, 2026

ଦୁଇ ବାଇକ ମୁହାଁ ମୁହିଁ ଧକ୍କା ଚାରି ଆହାତ..

IMG-20250419-WA0007
Share

 

ଗତ ରାତ୍ର ୯ ଘଣ୍ଟ ସମୟରେ ମୋହନା ସ୍ଥିତ ଲାଦୃମା ଗାଁ ନିକଟସ୍ଥ ବୁଲାଣି ରାସ୍ତାରେ ଦୁଇ ବାଇକ୍ ମୁହାମୁହିଁ ଧକ୍କା ହୋଇଥିଲା। ଯାହା ଫଳରେ ଘଟଣା ସ୍ଥଳରେ ହିଁ ଛିଟିକି ପଡ଼ିଥିଲେ ଚାରିଜଣ ଯୁବକ। ସେଠାରେ ଥିବା କିଛି ସ୍ଥାନୀୟ ଲୋକେ ଏକ ଅଟୋ ଯୋଗେ ମୋହନା ମେଡ଼ିକାଲରେ ଭର୍ତ୍ତି କରି ଚିକିତ୍ସା କରାଇଥିଲେ। ସୂଚନା ଅନୁସାରେ କର୍ଚବାଡି ଗ୍ରାମ ପଞ୍ଚାୟତ ଖଜୁରୀପଡ଼ା ଗାଁର ଯୁବରାଜ ବେହେରା, ଜାମେସ ଶବର, ଅବିୟମ ଶବର ବାଇକ୍ ଯୋଗେ ମଳାସପଦର ଗାଁ ଅଭିମୁଖେ ଯାଉଥିବା ବେଳେ ବିପରୀତ ଦିଗରୁ ସାନ ଖଣି ଗାଁ ର ବାଲେରିଆନ ନାୟକ ମୋହନା ଆସୁଥିଲେ। ଯାହା ଫଳରେ ବୁଲାଣି ରାସ୍ତାରେ ଉଭୟଙ୍କ ବାଇକ୍ ମୁହାମୁହିଁ ଧକ୍କା ହୋଇଥିଲା। ଦୁଇ ଜଣ ଙ୍କ ଗୋଡ଼ ଓ ହାତ ରେ ଗଭୀର ଆଘାତ ଲାଗିଥିବାରୁ ଡାକ୍ତର ତାଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲ୍ କୁ ସ୍ଥାନାନ୍ତର କରିଛନ୍ତି। ଘଟଣା ସ୍ଥଳରେ ମୋହନା ପୋଲିସ୍ ପହଞ୍ଚି ଅଧିକା ତଦନ୍ତ ଚଳାଇଛନ୍ତି।

You may have missed