April 19, 2025

ମୋବାଇଲରେ ପ୍ରେମିକ ସହ ବିବାଦ ପରେ ହାତ କାଟି ଆତ୍ମହତ୍ୟା ଉଦ୍ୟମ।

Share

 

ବାଲେଶ୍ବର ( ଦେବାଶିଷ ଦାଶ )

ବାଲେଶ୍ୱର ଜିଲ୍ଲା ନୀଳଗିରି ଅଞ୍ଚଳର ସୀତା ସିଂ ନାମ୍ନୀ ଯୁବତୀ ବିଗତ କିଛି ବର୍ଷ ହେବ ସୋର ଥାନା ମହୁମୁହାଣ ଅଞ୍ଚଳର ରହି ପଥର ଖାଦାନରେ କାମ କରୁଥିଲେ l ତେବେ ସେ ଅନେକ ସମୟରେ ମୋବାଇଲରେ ଜଣେ ଯୁବକଙ୍କ ସହିତ କଥା ହେଉଥିଲେ l ଗତକାଲି ତାଙ୍କର କୌଣସି କଥାକୁ ନେଇ ଝଗଡା ହେବାରୁ ଯୁବତୀ ଜଣକ ବ୍ଲେଡରେ ନିଜ ହାତକୁ କାଟି ଆତ୍ମହତ୍ୟା ଉଦ୍ୟମ କରିଥିଲେ ଏବଂ ଏହାକୁ ନିଜର ମୋବାଇଲରେ ଫୋଟୋ ଉଠାଇଥିଲେ l ପରେ ଯୁବତୀ ଜଣକ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି l ତେବେ ସ୍ଥାନୀୟ ଲୋକେ ଉଦ୍ଧାର କରି ସୋର ମେଡିକାଲକୁ ଆଣିଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି .