September 19, 2026

ଖୋର୍ଦ୍ଧା ଠାରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୨୮ ତମ ତିରୋଧାନ ଦିବସ ପାଳିତ                               

IMG-20250418-WA0003
Share

 

ଖୋର୍ଦ୍ଧା: -(ପ୍ରିୟଙ୍କା ମହାପାତ୍ର) ପ୍ରବାଦ ପୁରୁଷ ତଥା ଆଧୁନିକ ଓଡ଼ିଶାର ମହାନ ଜନ ନାୟକ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ୨୮ ତମ ଶ୍ରାଦ୍ଧ ଦିବସ ଖୋର୍ଦ୍ଧା ବିଜୁ ଜନତା ଦଳ ପଲଟନ ପଡିଆ ସ୍ଥିତ କାର୍ଯ୍ୟାଳୟରେ ଠାରେ ଏକ ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ବିଜେଡି ର ବରିଷ୍ଠ ଉପ ସଭାପତି ଶ୍ରୀଯୁକ୍ତ ଦେବୀ ପ୍ରସାଦ ମିଶ୍ର , ବେଗୁନିଆଁ ବୋଲଗଡର ବିଧାୟକ ପ୍ରଦୀପ କୁମାର ସାହୁ,ପୁର୍ବତନ ଖୋର୍ଦ୍ଧା ଓ ବେଗୁନିଆଁର ବିଧାୟକ ରାଜେନ୍ଦ୍ର କୁମାର ସାହୁ, ଟାଙ୍ଗୀ ବ୍ଲକ ଅଧ୍ୟକ୍ଷା ସୁଶ୍ରୀ ରିଶ୍ନା ମାନ୍ଧାତା , ଖୋର୍ଦ୍ଧା ପୌର ପରିଷଦର ୧୫ ରୁ ଉର୍ଦ୍ଧ କାଉନସିଲର ଏବଂ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ର ମହିଳାମାନେ , ବୁଦ୍ଧିଜୀବୀ ଓ ବିଜୁ ପ୍ରେମୀମାନେ ଉପସ୍ଥିତ ଥିଲେ। ଏହି ଆଲୋଚନା ଚକ୍ରରେ ଆଧୁନିକ ଓଡ଼ିଶା ନିର୍ମାଣରେ ବିଜୁ ବାବୁଙ୍କ ଅବଦାନ ଅତୁଳନୀୟ ଓ ତାଙ୍କରି ଆଦର୍ଶରେ ଓଡ଼ିଶାର ସମୃଦ୍ଧି ଓ ଆଗାମୀ ଆହ୍ବାନ ସମ୍ପର୍କରେ ଅତିଥିମାନେ ମତବ୍ୟକ୍ତ କରିଥିଲେ।

You may have missed