May 10, 2026

ଜଙ୍ଗଲ ପାଲଟିଛି ମୁରୁଭୂମି ରେଞ୍ଜରମତ ଦେଉଛନ୍ତି କୌଣସି ଗଛ କଟାଯାଉନାହିଁ 

IMG-20250411-WA0032
Share

 

 

 

 

କୋରାପୁଟ ଜିଲ୍ଲା ବୈପାରିଗୁଡା ଅବାଧରେ ଗଛ କଟା ଯାଇ ଜଙ୍ଗଲ ପଦା ପଡ଼ିଲା ବେଳେ ବନାଞ୍ଚଳ ଅଧିକାରୀ କୈାଣସି ଗଛ କଟା ଯାଇନଥିବା କହିଛନ୍ତି। ବୈପାରିଗୁଡା ବ୍ଲକ ଅନ୍ତର୍ଗତ ଗୁପ୍ତେଶ୍ୱର ବନାଞ୍ଚଳ ଅଧିନସ୍ଥ ଘୋଡାଘାଟ ଜଙ୍ଗଲରେ ଶହଶହ ବିଶାଳକାୟ ମୂଲ୍ୟବାନ ଗଛ ଗୁଡିକ କାଟାଯିବା ଫଳରେ ପଦା ପଡ଼ିଗଲାଣି ଗୁପ୍ତେଶ୍ୱର ଜଙ୍ଗଲ। ଗୁପ୍ତେଶ୍ୱର ଜଙ୍ଗଲର ସୁରକ୍ଷା ପାଇଁ ସରକାରଙ୍କ ତରଫରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଥିଲେ ମଧ୍ୟ ରକ୍ଷଣାବେକ୍ଷଣର ଅଭାବରୁ ଦିନ ଦ୍ବିପହରରେ ଶହଶହ ଗଛ କଟା ଯାଉଛି। ବିଗତ ଦିନରେ ସରକାରଙ୍କ ତରଫରୁ ଗୁପ୍ତେଶ୍ୱର ଜଙ୍ଗଲକୁ ଜୈବ ବିବିଧତା ଐତିହ୍ୟ ସ୍ଥଳୀ ରୂପେ ଚୟନ କରାଯାଇଥିଲା। ଗୁପ୍ତେଶ୍ୱର ଜଙ୍ଗଲରେ ବିଭିନ୍ନ ପ୍ରକାରର ଔଷଧିୟ ବୃକ୍ଷ ରହିଥିବାରୁ ଏହାର ସଂରକ୍ଷଣ ଏବଂ ରକ୍ଷଣାବେକ୍ଷଣ ନିମନ୍ତେ ଜୈବ ବିବିଧତା କେନ୍ଦ୍ରୀୟ ଟିମ୍ ଗୁପ୍ତେଶ୍ୱର ଜଙ୍ଗଲ ବୁଲି ଦେଖିବା ପରେ ଏହି ଜଙ୍ଗଲକୁ ଜୈବ ବିବିଧତା ଐତିହ୍ୟ ସ୍ଥଳୀ ରୂପେ ଚୟନ କରାଯାଇଥିଲା। କିନ୍ତୁ ବନବିଭାଗର ଅବହେଳା ଯୋଗୁ ପ୍ରତିଦିନ ଶହଶହ ଗଛ କଟା ଯାଉଛି। ଏହାଛଡ଼ା ପଡୁ ଚାଷ ପାଇଁ ଗଛରେ ନିଆଁ ଲଗାଇ ଦେଉଛନ୍ତି। ବନବିଭାଗର ଉଦାସୀନତା ମନୋଭାବ ଏବଂ ଅବହେଳା ଦିନେ ଗୁପ୍ତେଶ୍ୱର ଜଙ୍ଗଲ ମରୁଭୂମିରେ ପାଲଟି ଯିବ ଏହା ତିଳେ ମାତ୍ର ସନ୍ଦେହ ନାହିଁ। ବିଗତ ଦିନରେ ବହୁ ସଂଖ୍ୟାରେ କାଠ ମାଫିଆ ଗଛ କାଟି ପଟ୍ଟା ଚୋରା ଚାଲାଣ କରୁଥିବା ନଜିର ରହିଛି। ଅଳ୍ପ କେତେ କାଠ ମାଫିଆଙ୍କ କାଠ ପଟ୍ଟା ବୋଝେଇ ଟ୍ରାକ୍ଟର ଏବଂ ଟ୍ରକ୍ ଜବତ କରାଯାଇଛି। ଏଭଳି ଗଛ କଟାକୁ ନେଇ ଗୁପ୍ତେଶ୍ୱର ବନାଞ୍ଚଳର ହଳଦିକୁଣ୍ଡ ବନପାଳଙ୍କୁ ଫୋନ୍ ଯୋଗେ ଯୋଗାଯୋଗ କରିବାରୁ ଫୋନ୍ ଉଠାଇ ନଥିଲେ। ପରବର୍ତ୍ତୀ ସମୟରେ ଗୁପ୍ତେଶ୍ୱର ବନାଞ୍ଚଳ ଅଧିକାରୀ ରାମଚନ୍ଦ୍ର ନେପାକଙ୍କୁ ଯୋଗାଯୋଗ କରିବାରୁ, ସେ କୈାଣସି ଗଛ କଟା ଯାଇନଥିବା ପ୍ରକାଶ କରିଥିଲେ।କୋରାପୁଟ ଜ଼ିଲ୍ଲା ପ୍ରତି ନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ଖବର ଉପାନ୍ତ ଓଡିଶା I