September 19, 2026

ଚାକିରୀ ନିୟମିତ ଦାବିରେ ବେଲଗୁଣ୍ଠା ବ୍ଳକ୍ ଯୋଗାଣ ସହାୟକଙ୍କ ସମୂହ ଛୁଟି ପାଇଁ ସ୍ମାରକ ପତ୍ର

IMG-20250406-WA0052
Share

 

ବେଲଗୁଣ୍ଠା,୦୬/୦୪, ଦୀର୍ଘ ବର୍ଷ ବର୍ଷ ଧରି ରାଜ୍ୟରେ କାର୍ଯ୍ୟ କରି ଆସୁଥିବା ଯୋଗାଣ ସହାୟକ ମାନେ ସରକାରଙ୍କ ନିୟମିତ ସରକାରୀ କର୍ମଚାରୀର ମାନ୍ୟତା ଦାବି କରି ଆସୁଥିଲେ ମଧ୍ୟ ରାଜ୍ୟ ସରକାର ଏ ଦିଗରେ କୌଣସି ପଦକ୍ଷେପ ଗ୍ରହଣ କରୁନଥିବାରୁ ରାଜ୍ୟ ଯୋଗାଣ ସହାୟକ ସଂଘ ଆଜିଠାରୁ ଆସନ୍ତା ଚଉଦ ତାରିଖ ପର୍ଯ୍ୟନ୍ତ ସମୂହ ଛୁଟି ଡ଼ାକରା ଦେଇଛି I ରାଜ୍ୟ ସଂଘର ଏହି ଡାକରାରେ ସାମିଲ୍ ହୋଇଛି ଗଂଜାମ ଜିଲ୍ଳା ବେଲଗୁଣ୍ଠା ବ୍ଳକ୍ ର ଯୋଗାଣ ସହାୟକ ସଂଘ I ବେଲଗୁଣ୍ଠା ବ୍ଳକ୍ ର ଅଠରଟି ପଂଚାୟତରେ ଅଠର ଜଣ ଯୋଗାଣ ସହାୟକ ଭାବେ କାର୍ଯ୍ୟ କରୁ୍ଥିବା ବେଳେ ଆଜି ବ୍ଳକ୍ ର ସମସ୍ତ ଯୋଗାଣ ସହାୟକ ବେଲଗୁଣ୍ଠା ପଂଚାୟତ ସମିତି କାର୍ଯ୍ୟାଳୟରେ ବେଲଗୁଣ୍ଠା ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିଜୟ ପ୍ରଧାନଙ୍କୁ ସାକ୍ଷାତ କରି ସେମାନଙ୍କର ସମୂହ ଛୁଟି ସମ୍ପର୍କିତ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି I ରାଜ୍ୟ ଯୋଗାଣ ସହାୟକ ସଂଘର ନିର୍ଦ୍ଦେଶକ୍ରମେ ସ୍ମାରକ ପତ୍ରରେ ଆସନ୍ତା ଚଉଦ ତାରିଖ ପର୍ଯ୍ୟନ୍ତ ସମୂହ ଛୁଟି ସମ୍ପର୍କରେ ଉଲ୍ଲେଖ ଥିବା ବେଳେ ନିର୍ଦ୍ଧାରିତ ସମୟ ମଧ୍ୟରେ ସରକାର ଯଦି ଯୋଗାଣ ସହାୟକଙ୍କ ଦାବି ପୂରଣ ଦିଗରେ କୌଣସି ପଦକ୍ଷେପ ଗ୍ରହଣ ନକରନ୍ତି ତେବେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଭୁବନେଶ୍ଵରରେ ଧାରଣା ଦିଆଯିବ ବୋଲି ବେଲଗୁଣ୍ଠା ଯୋଗାଣ ସହାୟକ ନେତୃତ୍ୱ ପ୍ରକାଶ କରିଛନ୍ତି I

 

ବେଲଗୁଣ୍ଟା,ରିପୋଟର,ପଞ୍ଚାନନ,ସାହୁ

You may have missed