September 19, 2026

ଶିକ୍ଷକଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା 

IMG-20250405-WA0060
Share

 

ବୁଗୁଡା : ତା ୦୫/୦୪/୨୫ : ମାଣିତରା କ୍ଲଷ୍ଟର ଅନ୍ତର୍ଗତ ଭୋଗଡା ଗ୍ରାମସ୍ଥ ପ୍ରାଥମିକ ବିଦ୍ୟାଳୟ ପକ୍ଷରୁ ସ୍ବପରିସରରେ ଶିକ୍ଷକ ସୁଦର୍ଶନ ପ୍ରଧାନଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ପ୍ରଦାନ ଉପଲକ୍ଷେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏସ୍ଏମସି ସଭାନେତ୍ରୀ ଅନିତା କୁମାରୀ ବେହେରାଙ୍କ ପୌରୋହିତ୍ଯରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ଅତିଥି ଭାବେ ଏନପିଏସ୍ ଶିକ୍ଷକ ସଂଘ ସଭାପତି ପିତାମ୍ବର ଗୌଡ , ପ୍ରାକ୍ତନ ଏବିଇଓ ସିମାଞ୍ଚଳ ସେଠୀ , ମାଣିତରା ହାଇସ୍କୁଲ ପ୍ରଧାନ ଶିକ୍ଷକ କୈଳାସ ଚନ୍ଦ୍ର ମହାରଣା, ଘୋଳପୁର ସ୍କୁଲ ପ୍ରଧାନ ଶିକ୍ଷକ ହରେକୃଷ୍ଣ ପ୍ରଧାନ , ଚିଲିଖମା ସ୍କୁଲ ପ୍ରଧାନ ଶିକ୍ଷକ କିରଣ କୁମାର ବେହେରା , ସଙ୍କୁରୁ ସ୍କୁଲ ପ୍ରଧାନ ଶିକ୍ଷୟିତ୍ରୀ ସସ୍ମିତା ବେହେରା ପ୍ରମୁଖ ଯୋଗ ଦେଇଥିଲେ। ଏ ଅବସରରେ ବିଦାୟୀ ଶିକ୍ଷକ ସୁଦର୍ଶନ ପ୍ରଧାନଙ୍କ କର୍ତ୍ତବ୍ୟନିଷ୍ଠା ଓ ଉତ୍ତମ ଅଧ୍ଯାପନା ସମ୍ପର୍କୈ ଅତିଥିଗଣ ଆଲୋକପାତ କରିଥିଲେ ଏବଂ ତାଙ୍କୁ ଉପଢୌକନ ଓ ଉପହାର ପ୍ରଦାନ ପୂର୍ବକ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ପରିଶେଷରେ ସହକାରୀ ଶିକ୍ଷୟିତ୍ରୀ ସୁଜାତା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

You may have missed