May 10, 2026

ବିଜେପି ସିଂହଦ୍ୱାର ମଣ୍ଡଳ ବନ୍ଧୁ ମିଳନ ଉର୍ତ୍ସବ ଅନୁଷ୍ଠିତ

IMG-20250327-WA0027
Share

 

ପୁରୀ ପୌରାଞ୍ଚଳର ନୀଳାଚଳ ଆଶ୍ରମ ପରିସରରେ ୱାର୍ଡ ନମ୍ବର ଏକ ଠାରୁ ଆରମ୍ଭ କରି ୱାର୍ଡ ନମ୍ବର ଦଶ ପର୍ଯ୍ୟନ୍ତ ଭାରତୀୟ ଜନତା ପାର୍ଟିର ସିଂହଦ୍ୱାର ମଣ୍ଡଳର ସମସ୍ତ ସଦସ୍ୟ ସଦସ୍ୟା ମାନଙ୍କୁ ନେଇ ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହିତ l ପୁରୀ ପୌର ନିର୍ବାଚନ ରେ କିଭଳି ଭାରତୀୟ ଜନତା ପାର୍ଟି ଅଧକ୍ଷ ପଦ ହାତେଇବ ଏବଂ ସମସ୍ତ ୱାର୍ଡରେ ବିଜୟ ଲାଭ କରିବ ସେ ବିଷୟରେ ଗୁରୁତ୍ୱର ଆଲୋଚନା କରାଯାଇଛି l ଏହି କାର୍ଯ୍ୟକ୍ରମ ରେ ପୂର୍ବତନ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ, ରାଷ୍ଟ୍ରୀୟ ସଦସ୍ୟ ମଧୁସୂଦନ ସିଂହାରୀ, ରାଜେନ୍ଦ୍ର ପ୍ରସାଦ ମହାନ୍ତି, ରବି ନାରାୟଣ ଦାସ, ଅନିଲ କୁମାର ସାହୁ, ସୋମନାଥ ପଣ୍ଡାଙ୍କ ସହିତ ଭାରତୀୟ ଜନତା ପାର୍ଟିର ଶତାଧିକ କର୍ମୀ ଯୋଗଦାନ କରି ଏହି ବନ୍ଧୁମିଳନ ଉର୍ତ୍ସବକୁ ସାଫଲ୍ୟ ମଣ୍ଡିତ କରିଛନ୍ତି l

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ