September 22, 2026

ବିଜେଡି ପକ୍ଷରୁ ଯୋଅଁରା ବଞ୍ଚାଓ ଅଭିଯାନ

IMG-20250323-WA0072
Share

 

 

 

କୋରାପୁଟ ଜ଼ିଲ୍ଲା କୋଟପାଡ଼ ବ୍ଲକର ସୀମାନ୍ତ ରେ ଥିବା ଯୋଅଁରା ମୁହାଣ ରେ ବାଲି ବସ୍ଥା ଅବରୋଧ କୁ ତୁରନ୍ତ ହଟାଇବା ପାଇଁ ବିଜୁ ଜନତା ଦଳ ପକ୍ଷରୁବହୁ ନେତା ଓ କର୍ମୀ ଛତିଶ ଗଡ଼ର ଦାଦାଗିରି ଚଳିବ ନାହିଁ.ମୁହାଣରେ ଥିବା ବାଲି ବସ୍ଥା କୁ ତୁରନ୍ତ ହଟାଯାଉ.2003ଚୁକ୍ତି ନାମାର ଉଲଙ୍ଘନ ଚଳିବ ନାହିଁବୋଲି ବିଭିନ୍ନ ସ୍ଲୋଗାନ ଦେଇଆଜି ପ୍ରତି ବାଦ କରାଯାଇଛି I ପୂର୍ବତନ ମନ୍ତ୍ରୀ ଶ୍ରୀମତୀ ପଦ୍ମିନୀ ଦିଆନ ଙ୍କ ଅଧକ୍ଷତା ରେ ଏହି ପ୍ରତିବାଦ ସଭା ରେ ପୂର୍ବତନ ମନ୍ତ୍ରୀ ରବି ନାରାୟଣ ନନ୍ଦ. ପୂର୍ବତନ ବିଧାୟକ ଚନ୍ଦ୍ର ଶେଖର ମାଝୀ. ଜ଼ିଲ୍ଲା ପରିଷଦ ସଭ୍ୟ ତ୍ରିପତି ଚାଲାଣ. ବ୍ଲକ ଉପା ଧକ୍ଷ ବାବୁଲି ପାଣିଗ୍ରାହି. କେ ସି ସି ଉପା ଧକ୍ଷା ଦୁରୁପୁତା ଭତରା. ବରିଷ୍ଟ ବିଜେଡି ନେତା ପଦ୍ମନ ବିଶଷୋୟୀ. ମହମ୍ମଦ ସଲିମ.ପୂର୍ବତନ ବିଧାୟକ ଲକ୍ଷ୍ମୀ ପୁର ପ୍ରଭୁ ଜାନି. କେ ସିସି ବ୍ୟାଙ୍କ ସଭାପତି ଈଶ୍ୱର ଚନ୍ଦ୍ର ପାଣିଗ୍ରାହୀ ଙ୍କ ସମେତ ଅଞ୍ଚଳ ର ବହୁ ନେତା ଓ କର୍ମୀ ଉପସ୍ଥିତ ଥିବାର ଜଣାଯାଇଛି I ଏନେଇ ନବରଙ୍ଗ ପୁର ଜଳ ସମ୍ପଦ ବିଭାଗର ଯନ୍ତ୍ରୀ ଚନ୍ଦ୍ରମଣି କାଲୋ ଏବଂ ସହକାରୀ ଯନ୍ତ୍ରୀ ସୁନୀଲ ମୁଣ୍ଡା ଙ୍କୁ ଯୋଗାଯୋଗ କରିବାରୁ ସରକାର ଙ୍କ ନିର୍ଦେଶ କ୍ରମେ କାମ ଚାଲିଛି ବୋଲି ସୂଚନା ପ୍ରଦାନ କରିଥିବାର ଜଣା ଯାଇଛି Iକୋରାପୁଟ ଜ଼ିଲ୍ଲା ପ୍ରତି ନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ଉପାନ୍ତ ଖବର ଓଡିଶା

You may have missed