କୁକୁଡାଖଣ୍ଡିରେ କଂଗେସ ତରଫରୁ ପ୍ରେସମିଟ
ଗଞ୍ଜାମ ଜିଲ୍ଲା କଂଗେସ ପକ୍ଷରୁ ଗୁରୁବାର କୁକୁଡାଖଣ୍ଡି ଡାକ ବଙ୍ଗଳା ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଜିଲ୍ଲା ସଭାପତି ରମେଶ ଚନ୍ଦ୍ର ଜେନାଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା l ଏଥିରେ ଓଡ଼ିଶାର ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ କୁମାର ପଟ୍ଟନାୟକ ଯୋଗଦାନ କରିଥିଲେ l ଗଞ୍ଜାମର ବହୁ ଲୋକ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଇଛନ୍ତି ଯାହାର ତଥ୍ୟ ରାଜ୍ୟ ସରକାରଙ୍କ ପାଖରେ ନାହିଁ।ଗୋପାଳପୁରରେ ବହୁ ଜମି ଲୋକଙ୍କ ଠାରୁ ଜମି ଅଧିଗ୍ରହଣ କରାଯାଇଛି କିନ୍ତୁ ସେହି ଜମି ଗୁଡିକ ପଡିଆ ପଡିଛ, ଗଞ୍ଜାମରେ ଏକ ଅଟୋମୋବାଇଲ କରିଲେ ବହୁ ବେକାର ଯୁବକ ଯୁବତୀ ଚାକରି ପାଇପାରିବେ, ରାଜ୍ୟ ସରକାରଙ୍କ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ଙ୍କୁ ପୁନଃନିଯୁକ୍ତି ନଦିଅନ୍ତୁ, ଗଞ୍ଜାମ ଜିଲ୍ଲାରେ ସରକାରୀ କର୍ମଚାରୀ ମାନଙ୍କୁ ସରକାର ଦଳୀୟ କାର୍ଯ୍ୟରେ ଲଗାନ୍ତୁ ନାହିଁ ଯଦ୍ଵାରା ସେମାନଙ୍କ ମର୍ଯ୍ୟାଦା କ୍ଷୁର୍ଣ୍ଣ ହେଉଛି ଏବଂ ସରକାରୀ ଆଇନ ର ଅବମାନନା ହେଉଛି,ଏହିପରି ବିଭିନ୍ନ ଅଭିଯୋଗ ସହ ସରକାରଙ୍କୁ ପାରିବାପଣିଆ ଉପରେ ପ୍ରଶ୍ନବାଚୀ କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ବିଜୟ କୁମାର ପଟ୍ଟନାୟକ l ଏହି ସମ୍ମିଳନୀରେେ କଂଗ୍ରେସର ପୂର୍ବତନ ଦିଗପହଣ୍ଡି ବିଧାୟକ ପ୍ରାର୍ଥୀ ତଥା ଯୁବ ନେତା ସାକା ସୁଜିତ୍ କୁମାର, କୁକୁଡ଼ାଖଣ୍ଡି ବ୍ଲକ୍ ସଭାପତି ପି. ଶିବ ପ୍ରସାଦ ଦୋରା, ଅଦଲ ଭରତ , ସାରଦା ପ୍ରସାଦ ସ୍ବାଇଁ, ଅରୁଣ ଭୂୟାଁ , ଗଞ୍ଜାମ ଜିଲ୍ଲା ଯୁବ କଂଗ୍ରେସ ସଭାପତି ସନାତନ ସାହୁ, ଗଞ୍ଜାମ ଜିଲ୍ଲା କଂଗ୍ରେସ କମିଟି ସମ୍ପାଦକ ଏସ୍. ଦଣ୍ଡ ପାଣି ପାତ୍ର ,ରାଜ୍ୟ ସୋସିଆଲ ମିଡିଆ ସମ୍ପାଦକ ଭବାନୀ ସାହୁ, ଗଞ୍ଜାମ ଜିଲ୍ଲା ଯୁବ କଂଗ୍ରେସ ସୋସିଆଲ ମିଡ଼ିଆ ସହ ସଂଯୋଜକ ଇପିଲି ପୂର୍ଣ୍ଣଚନ୍ଦ୍ର , ପୁର୍ବତନ ଚେୟାରମେନ ଭୀମ ରାଜୁ ରେଡ୍ଡୀ , ସମାଜ ସେବୀ ଦିଲ୍ପ୍ଲୀପ କୁମାର ପାତ୍ର, ଯୁବ ନେତା ପ୍ରସନ୍ନ କୁମାର ସ୍ବାଇଁ, ସମୀର କୁମାର ପଟ୍ଟନାୟକ, ସୁଶାନ୍ତ ପାଢ଼ୀ, କୃପାସିନ୍ଧୁ ଗ୍ରାମ ର ଯୁବ ନେତା ଉମେଶ ଗୌଡ, ସଂଜିବ ପଟ୍ଟନାୟକଙ୍କ ସମେତ ବହୁ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ l ପରିଶେଷରେ କୃପାସିନ୍ଧୁପୁର ଓ ନଳିହାଡ ଗ୍ରାମରୁ ଶତାଧିକ ବିଜେଡି କର୍ମୀ କଂଗ୍ରେସରେ ଯୋଗଦାନ କରିଥିଲେ l କୁକୁଡ଼ାଖଣ୍ତି ରୁ ପି.କୃଷ୍ଣମୂର୍ତ୍ତିଙ୍କ ରିପୋର୍ଟ