May 10, 2026

ରାସ୍ତା କଡସ୍ଥ ଲଟାବୁଦା ଜଳୁଛି , ପ୍ରତିକାର ଦାବି 

IMG-20250320-WA0041
Share

 

ବୁଗୁଡ଼ା : ତା ୨୦/୦୩/୨୫ : ବୁଗୁଡ଼ା ବନାଞ୍ଚଳ ଅନ୍ତର୍ଗତ ଗାନ୍ଧିଗ୍ରାମଠାରୁ ମଙ୍ଗଳପୁର ଅଭିମୁଖେ ଲମ୍ବିଥିବା ରାସ୍ତା କଡସ୍ଥ ଲଟାବୁଦା ହୁତୁହୁତୁ ହୋଇ ଜଳୁଥିବା ଦେଖିବାକୁ ମିଳୁଛି। କିଛି ଦୁବୃର୍ତ୍ତ ସନ୍ଧ୍ୟାବେଳେ ଶୁଖିଲା ଲଟାବୁଦାରେ ନିଆଁ ଲଗାଉଥିବାରୁ ପରିବେଶ କିଛି ଉତ୍ତପ୍ତ ହୋଇପଡୁଛି। ଦୁବୃର୍ତ୍ତମାନେ ବନ୍ଯଜନ୍ତୁ ଶିକାର କିମ୍ବା ଅନ୍ୟ କୌଣସି ଉଦ୍ଦେଶ୍ୟରେ ନିଆଁ ଲଗାଉଥିଲେ ହେଁ ତାହା ପରିବେଶ ଉପରେ କୁପ୍ରଭାବ ପକାଉଛି। ସେହି ରାସ୍ତା ଦେଇ ଯାତାୟତ କରୁଥିବା ଲୋକଙ୍କୁ ଅସହ୍ୟ ଉତ୍ତାପର ଶିକାର ହେବାକୁ ପଡୁଛି। ସଚେତନତାର ଅଭାବ ହେତୁ ଏଭଳି ମନୁଷ୍ଯକୃତ ଅଗ୍ନିକାଣ୍ଡ ସୃଷ୍ଟି ହେଉଥିବା ନେଇ ସାଧାରଣରେ ଆଲୋଚନା ହେଉଥିବା ବେଳେ ଯଦି ଏହି ନିଆଁ ନିକଟସ୍ଥ ଜଙ୍ଗଲକୁ ବ୍ଯାପିଯାଏ ତେବେ ପରିସ୍ଥିତି ଅଣାୟତ୍ତ ହୋଇପଡିବ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି। ଏଣୁ, ସ୍ଥାନୀୟ ବନ ବିଭାଗ ଏଥି ପ୍ରତି ଦୃଷ୍ଟି ଦେଇ ବନ ସଂଲଗ୍ନ ଗ୍ରାମାଞ୍ଚଳରେ ଆବଶ୍ୟକୀୟ ଜନସଚେତନତା ସାଙ୍ଗକୁ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି।