August 24, 2026

ମସିଆଖାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ କ୍ରୀଡା ଉତ୍ସବ ଉଦଘାଟିତ

WhatsApp Image 2023-01-17 at 3.39.38 PM
Share

 

ସୋମବାର ଦିନ ବିଦ୍ୟାଳୟ ପରିସରରେ ଚଳିତ ବର୍ଷର ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ ହୋଇଛି। ବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷ ଘନଶ୍ୟାମ ନନ୍ଦଙ୍କ ସଭାପତିତ୍ବ କରିଥିବା ବେଳେ ଏଥିରେ ମସିହାଖାଲି ଗ୍ରାମ ପଞ୍ଚାୟତର ସରପଞ୍ଚ କାପଲ ବୁଲୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ଏହି କାର୍ଯ୍ୟକର୍ମକୁ ସର୍ବ ପ୍ରଥମେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗଗନ ବିହାରୀ ବେହେରା ଅତିଥି ମନଙ୍କୁ ସ୍ବାଗତ କରିଥିଲେ।ସହକାରୀ ଶିକ୍ଷକ ହେମନ୍ତ କୁମାର ସେଠୀ ସଭା ପରିଚାଳନା କରିଥିଲେ । ସରପଞ୍ଚ ନିଜର ଅଭିଭାଷଣରେ କ୍ରୀଡାର ମହତ୍ତ୍ଵ ବିଷୟରେ ଆଲୋକପାତ କରିବା ସହ ଚଳିତ ବର୍ଷ ପଞ୍ଚମ ଶ୍ରେଣୀ ବୃତ୍ତି ପରୀକ୍ଷାରେ କୃତିତ୍ୱ ଅର୍ଜନ କରିଥିବା ଅର୍ଚ୍ଚିତା ବିଷୋୟୀଙ୍କୁ ପୁରସ୍କାର ପ୍ରଦାନ କରି ସମ୍ମାନିତ କରିଥଲେ । ଗତ ବାର ବର୍ଷ ଧରି କ୍ରମାଗତ ଭାବରେ ଏହି ବିଦ୍ୟାଳୟର ଛାତ୍ର ଛାତ୍ରୀ ବିଭିନ୍ନ ସରକାରୀ ବୃତ୍ତି ପାଇ ବିଦ୍ୟାଳୟର ଗୌରବ ଅର୍ଜନ କରିଥିବା ହେତୁ ସେ ସମସ୍ତ ଶିକ୍ଷକ / ଶିକ୍ଷୟିତ୍ରୀଙ୍କୁ ଧନ୍ୟବାଦ ଦେଇଥିଲେ । ଏହି ଧାରାଜାରି ରଖିବା ପାଇଁ ପରାମର୍ଶ ଦେଇ ଥିଲେ। ପରେ ରିବନ୍ କାଟି କ୍ରୀଡା ପ୍ରତିଯୋଗିତା ଆରମ୍ଭ କରିଥିଲେ। ପରିଶେଷରେ ବରିଷ୍ଠ ଶିକ୍ଷକ ଏମ୍. ମିନକେତନ ଦୋରା ଧନ୍ୟବାଦ ଅର୍ପଣ କରଥିଲେ। ଉକ୍ତ ଉତ୍ସବରେ ଶିକ୍ଷକ ଜି. ଦିଲିପ କୁମାର ପାତ୍ର, ଶିକ୍ଷୟତ୍ରୀ ଇନୁ ଦଳ ବେହେରା, ଅର୍ଚ୍ଚନା ବେହେରା ଓ ସବିତା ଦାସ କ୍ରୀଡା ପରିଚାଳନା କରିଥିଲେ। ବରିଷ୍ଠ ସମାଜ ସେବୀ ରବୀନ୍ଦ୍ର ମହାରଣା, ପ୍ରଦୀପ ମହାରଣା, ବାବୁଲା ଦାସ, ଚିତ୍ତରଞ୍ଜନ ନନ୍ଦ ସହ ବିଦ୍ୟାଳୟର ପରିଚାଳନା କମିଟିର ସଦସ୍ୟମାନେ ସହଯୋଗ କରିଥିଲେ। କୁକୁଡ଼ାଖଣ୍ତି ରୁ ପି.କୃଷ୍ଣମୂର୍ତ୍ତିଙ୍କ ରିପୋର୍ଟ

You may have missed