ଖବର ଆଜିର
*ଖବର ଆଜିର*
ତାରିଖ ୦୬/୦୪/୨୦୨୩ ଗୁରୁବାର ।
ରାଷ୍ଟ୍ରପତି ଭବନରେ ପ୍ରଦାନ କରାଯାଇଛି ୨୦୨୩ର ଦ୍ୱିତୀୟ ପର୍ଯ୍ୟାୟ ପଦ୍ମ ପୁରସ୍କାର ।
ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନାଗରିକ ସମ୍ମାନ ସମାରୋହରେ ଓଡ଼ିଶାର ଡକ୍ଟର ଅନ୍ତର୍ଯ୍ୟାମୀ ମିଶ୍ରଙ୍କୁ ସାହିତ୍ୟ ଓ ଶିକ୍ଷାକ୍ଷେତ୍ରରେ, ଡକ୍ଟର କ୍ରିଷ୍ଣା ପଟେଲଙ୍କୁ କଳାକ୍ଷେତ୍ରରେ ଏବଂ ବୈଦ୍ୟ ପଟାୟତ କୁମାର ସାହୁଙ୍କୁ କୃଷିକ୍ଷେତ୍ରରେ ଉତ୍କର୍ଷ ହାସଲ ଲାଗି ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କରିଛନ୍ତି।
ରଙ୍ଗବତୀର ଗାୟିକା କ୍ରିଷ୍ଣା ପଟେଲ ପାଇଲେ ପଦ୍ମଶ୍ରୀ: ରାଷ୍ଟ୍ରପତି ଭବନରେ ସମ୍ମାନିତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ଓବାନ ପରେ ‘ଆସା’ ଗାୟବ; କୁନୋ ଜାତୀୟ ଉଦ୍ୟାନ ବାହାରକୁ ଚାଲିଗଲା ଚିତା, ଫେରାଇ ଆଣିବାକୁ ବନ ବିଭାଗର ଉଦ୍ୟମ।
ଓଡ଼ିଶା ଦେଶର ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତି ଭାବେ ଉଭା ହୋଇ ପୁଞ୍ଜିନିବେଶକାରୀଙ୍କୁ ଆକର୍ଷିତ କରୁଛି: ମୁଖ୍ୟମନ୍ତ୍ରୀ ।
ଘରୋଇ ହିଂସା ମାମଲାରେ ଦିଲ୍ଲୀ କୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ ଶୁଣାଇଛନ୍ତି । ସ୍ତ୍ରୀ ଶିକ୍ଷିତ ଏବଂ ଚାକିରି ଖୋଜିବାକୁ ସକ୍ଷମ ଥିଲେ ସ୍ବାମୀଙ୍କୁ ଦେବାକୁ ପଡ଼ିବ ନାହିଁ ଭରଣ ପୋଷଣ ଭତ୍ତା ।
କିଚା ସୁଦୀପଙ୍କ ବୟାନ ଏବଂ ବିଜେପିରେ ଯୋଗଦାନ ଖବର ଶୁଣି ମୁଁ ସ୍ତବ୍ଧ ଏବଂ ମର୍ମାହତ: ପ୍ରକାଶ ରାଜ ।
ନକଲି ସାର୍ଟିଫିକେଟ୍ ମାମଲା; ତଦନ୍ତ ପାଇଁ ବଲାଙ୍ଗୀରରେ ପହଞ୍ଚିଲେ କ୍ରାଇମବ୍ରାଞ୍ଚ ଆଇଜି ।
ଅସ୍ଥିର ବଜାରରୁ ବେଶ୍ ଫାଇଦା କମେଇଛି LIC, ଅର୍ଜନ କରିଛି ୬୫,୫୦୦ କୋଟିର ଲାଭ ।
ବଢୁଛି ଅରୁଣାଚଳପ୍ରଦେଶକୁ ନେଇ ଭାରତ-ଚୀନ ମଧ୍ୟରେ ବିବାଦ । ୧୧ଟି ସ୍ଥାନ ନାଁ ପରିବର୍ତନକୁ ଭାରତର ବିରୋଧ ପରେ ଅରୁଣାଚଳ ଉପରେ ସାର୍ବଭୌମତ୍ୱ ଦାବି କଲା ଚୀନ ।
ମାଲାୟଲମ ଚ୍ୟାନେଲ ଟେଲିକାଷ୍ଟ ବ୍ୟାନ ହଟାଇଲେ ସୁପ୍ରିମକୋର୍ଟ । ଶୁଣାଣୀ କରି କୋର୍ଟ କହିଲେ ସରକାରଙ୍କ ସମାଲୋଚନା ଦେଶ ବିରୋଧୀ ଗତିବିଧି ନୁହେଁ ।
ହସ୍ତକ୍ଷେପ କଲେ ମୁଖ୍ୟମନ୍ତ୍ରୀ: ହଟିଲା ନବକୃଷ୍ଣ ଚୌଧୁରୀଙ୍କ ତ୍ରୁଟିପୂର୍ଣ୍ଣ ପ୍ରତିମୂର୍ତ୍ତି, ପୁନଃ ସ୍ଥାପନ କରାଯିବ ନୂତନ ପ୍ରତିମୂର୍ତ୍ତି ।
ଭୁବନେଶ୍ବରରେ ହେବ ସ୍ମାର୍ଟ ଫୁଟ୍ପାଥ୍ ।
ମସ୍କଙ୍କୁ ପ୍ରଶ୍ନ କଲେ ବିଲ୍ ଗେଟ୍ସ: କାହିଁକି ଏଆଇ ପରୀକ୍ଷାନିରୀକ୍ଷା ବନ୍ଦ ହେବ?
ହିନ୍ଦୋଳ, ଅତାବିରାରେ ବିଜେଡିର ଏକତରଫା ବିଜୟ ।
IPL 2023: ସଂଘର୍ଷପୂର୍ଣ୍ଣ ମୁକାବିଲାରେ ବାଜି ମାରିଲା ପଞ୍ଜାବ, ରାଜସ୍ଥାନକୁ ୫ ରନରେ ଦେଲା ମାତ୍ ।
ଏପ୍ରିଲ ୧୦ ତାରିଖରୁ ଯୁକ୍ତଦୁଇ ଖାତାଦେଖା ଆରମ୍ଭ: ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ସୂଚନା ।
ସୁପ୍ରଭାତ ,ଶୁଭ ସକାଳ ।