November 17, 2024

ପଛୁଆ ବର୍ଗ ଜନଗଣନା ପାଇଁ ଜିଲ୍ଲା ସ୍ତରୀୟ ପ୍ରଶିକ୍ଷଣ କର୍ମଶାଳା ଅନୁଷ୍ଠିତ

Share

 

 

ଆସନ୍ତା ମେ ମାସ ୦୧ ତାରିଖ ରୁ ୨୭ ତାରିଖ ପର୍ଯ୍ୟନ୍ତ ସମଗ୍ର ରାଜ୍ୟରେ କାର୍ଯ୍ୟକାରୀ ହେବାକୁ ଥିବା ପଛୁଆ ବର୍ଗ ଜନଗଣନା ପାଇଁ ବାଲେଶ୍ଵର ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଏଥିପାଇଁ ଜିଲ୍ଲାର ସମସ୍ତ ବି ଡି ଓ,ଓ ଏବିଡିଓ ସମସ୍ତ ପୈାରପରିଷଦର ନିର୍ବାହୀ ଅଧିକାରୀ, ତହସିଲଦାର, ଅତିରିକ୍ତ ତହସିଲଦାର,ଆଇସିଡିଏସ ର ସୁପରଭାଇଜର ବ୍ଲକ ସ୍ତରୀୟ ଅଧିକାରୀ ଓ ସମ୍ପୃକ୍ତ ବିଭାଗୀୟ କର୍ମଚାରୀଙ୍କୁ ନେଇ ଆଜି ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଏକ ପ୍ରଶିକ୍ଷଣ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନ୍ଧେ ଏହି ପ୍ରଶିକ୍ଷଣ ଶିବିରକୁ ଉଦଘାଟନ କରି ଶିବିର ଆୟୋଜନ ଓ ସର୍ଭେର ଆଭିମୁଖ୍ୟ ସମ୍ବନ୍ଧରେ ସୂଚନା ପ୍ରଦାନ କରିଥିଲେ। ଓଡ଼ିଶାର ଥିବା ପଛୁଆ ବର୍ଗର ଲୋକମାନଙ୍କର ବର୍ତ୍ତମାନ ଥିବା ସାମାଜିକ ଓ ଶିକ୍ଷାଗତ ସ୍ଥିତି ସମ୍ବନ୍ଧରେ ସ୍ପଷ୍ଟ ଚିତ୍ର ହାସଲ କରିବା ହେଉଛି ଏହି ସର୍ଭେର ମୁଖ୍ୟ ଉଦ୍ଦେଶ୍ୟ ବୋଲି ସେ କହିଥିଲେ। ଏହି ଶିବିରର ଉଦଘାଟନୀ ଅଧିବେଶନରେ ଜିଲ୍ଲା ନୋଡାଲ ଅଫିସର ତଥା ଅତିରିକ୍ତ ଜିଲ୍ଲାପାଳ ନୀଲୁ ମହାପାତ୍ର ଏହି ସର୍ଭେ ବାବଦରେ ବିସ୍ତୃତ ବର୍ଣ୍ଣନା କରିଥିଲେ।

 

ଦେବାଶିଷ ଦାଶ୍ କ୍କ ରିପୋର୍ଟ,,,,,