May 10, 2026

ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି

IMG-20250317-WA0018
Share

*ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ଗତ କିଛି ଦିନ ହେଲା ରାଜ୍ୟର କିଛି ଅଞ୍ଚଳ ଯେମିତି ତତଲା କଡେଇରେ ସିଝୁଛି । ବୌଦ୍ଧରୁ ଆରମ୍ଭ କରି ଟିଟିଲାଗଡ଼ ସବୁଠି ତାତିକୁ ନେଇ କଲବଲ ଲୋକେ । ଲଗାତାର ଦୁଇ ଦିନ ଧରି ବୌଦ୍ଧ ସହର ଦେଶର ସବୁଠୁ ଉତ୍ତପ୍ତ ସହର ପାଲଟିଛି । ଗତକାଲି ଦେଶର ସର୍ବୋଚ୍ଚ ତାପମାତ୍ରା ୪୩.୬ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି । ଶନିବାର ବୌଦ୍ଧ ସହର ୪୨.୫ ଡିଗ୍ରୀ ତାପମାତ୍ରା ସହ ଦେଶର ସବୁଠୁ ତତଲା ସହର ପାଲଟିଥିଲା । ୨୪ ଘଣ୍ଟା ଭିତରେ ସହରର ତାପମାତ୍ରା ୧.୧ ଡିଗ୍ରୀ ବୃଦ୍ଧି ପାଇଛି । କେବଳ ବୌଦ୍ଧ ନୁହେଁ ଓଡ଼ିଶାର ଅଧିକାଂଶ ସ୍ଥାନରେ ପାରଦ ଚଳିତ ବର୍ଷର ଶୀର୍ଷ ସ୍ଥାନରେ ପହଞ୍ଚିଛି । ତେବେ ଏହାରି ଭିତରେ ଆଶ୍ବାସନା କରିଦେଲା ଭଳି ଖବର ସାମ୍ନାକୁ ଆସିଛି ।*

*ଓଡିଶା ଉପକୂଳସ୍ଥ ଗୁରୁଚାପ ବଳୟ ପ୍ରଭାବରେ ରାଜ୍ୟକୁ ପ୍ରବେଶ କରିବାକୁ ଥିବା ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ , ଉତ୍ତପ୍ତ ବାୟୁମଣ୍ଡଳ ତଥା ବାୟୁମଣ୍ଡଳର ଉପରି ଭାଗରେ ସମ୍ଭାବ୍ୟ ନିମ୍ନ ଚାପ ରେଖା ସଂସ୍ପର୍ଶରେ ଆସି କାଳବୈଶାଖୀ ସୃଷ୍ଟି ହେବାର ସମ୍ଭାବନା ରହିଛି । ଆସନ୍ତା ୧୯ ରୁ ୨୨ ପର୍ଯ୍ୟନ୍ତ ରାଜ୍ୟରେ କାଳବୈଶାଖୀର ପ୍ରଭାବ ଯଥେଷ୍ଟ ଅଧିକ ରହିବ । ବାୟୁମଣ୍ଡଳର ଉପରି ଭାଗରେ ଏକ ନିମ୍ନ ଚାପରେଖା ସୃଷ୍ଟି ହେବାର ସମ୍ଭାବନା ଥିବାବେଳେ , ବଙ୍ଗୋପସାଗରରେ ଏକ ଗୁରୁଚାପ ବଳୟ ଓଡିଶା ଉପକୂଳସ୍ଥ ହେବା ସହ ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ ଯଥେଷ୍ଟ ମାତ୍ରାରେ ରାଜ୍ୟ ମଧ୍ୟକୁ ପ୍ରବେଶ କରିବାର ସମ୍ଭାବନା ରହିଛି । ଏହି ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ ଉତ୍ତପ୍ତ ବାୟୁମଣ୍ଡଳର ସଂସ୍ପର୍ଶରେ ଆସି ବିଜୁଳି ଘଡଘଡି ସହ ବର୍ଷା, ପବନ ଘଣ୍ଟା ପ୍ରତି ୫୦ ରୁ ୬୦ କିମି ଏବଂ ଝଟକା ୭୦ କିମି ଯାଏଁ ତଥା କିଛି ଅଞ୍ଚଳରେ କୁଆପଥର ବର୍ଷା ସମ୍ଭାବନା ରହିଛି ।*