ମହୁରୀ କାଳୁଆ ଜଳ ବ୍ୟବହାରକାରୀ ସଂଘର ବାର୍ଷିକ ସାଧାରଣ ସଭା
ମୁଖ୍ୟମନ୍ତ୍ରୀ ପୁରସ୍କାରପ୍ରାପ୍ତ ମହୁରୀକାଲୁଆ ଜଳ ବ୍ୟବହାର କାରୀ ସଂଘ ୟୁରୋପିଅନ କମିଶନ ପ୍ରାପ୍ତ ସଂଘର ସଭାପତି ଗୋବିନ୍ଦ ଚନ୍ଦ୍ର ଗୌଡ଼ଙ୍କ ସଭାପତିତ୍ୱରେ ବାର୍ଷିକ ସାଧାରଣ ସଭା ମାଁ ମହୁରୀ କାଳୁଆ ପିଠାରେ ବୁଧବାର ଦିନ ଅନୁଷ୍ଠିତ ହୋଇଥିଲା । ଉକ୍ତ ସଭାରେ କଳିଙ୍ଗ ଜଳ ବ୍ୟବହାରକାରୀ ମହା ସଂଘ ଭୁବନେଶ୍ୱର ସଭାପତି ସନାତନ ଦଳ ବେହେରା , ସମ୍ପାଦକ ପ୍ରଫୁଲ୍ଲ ଚନ୍ଦ୍ର ସାହୁ , ଉପଦେଷ୍ଟା ଇଂ ଶିଶିର ରାଓ ଯୋଗ ଦେଇ ପାଣିର ସୁ-ପରିଚାଳନା ପାଣିପଞ୍ଚାୟତ ଉନ୍ନତି ରକ୍ଷଣା ବେକ୍ଷଣ ବିଷୟରେ ଚାଷୀଙ୍କୁ ସଚେତନ କରାଇଥିଲେ ।ସଂଯାଜକ ରାମଚନ୍ଦ୍ର ସ୍ୱାଇଁ ନଥିପତ୍ର ବିଷୟରେ କହିଥିଲେ , କ୍ଷୁଦ୍ର ଜଳସେଚନେ ବିଭାଗ ବ୍ରହ୍ମପୁର ଅଧିକୟାନ ଯନ୍ତ୍ରୀ ଇଂ ଲକ୍ଷ୍ମୀ କାନ୍ତ ତ୍ରିପାଠୀ ପାଣିପଞ୍ଚାୟତର ଉପକାରିତା ଉପରେ ଆଲୋକପାତ କରିଥିଲେ ।ମହୁରୀ କାଳୁଆ ପାଣିପଞ୍ଚାୟତର କାର୍ଯ୍ୟକଳାପ ପ୍ରଶଂସନୀୟ ତଥାପି ଆହୁରି ଅଧିକ ଯତ୍ନବାନ ହୋଇ ଜାତୀୟ ପୁରାସ୍କାର ପାଇଁ ଦାବିଦାର ହେବ ଦରକାର ଯେଇ ପ୍ରଶ୍ନ କୁମାର ପାଢି, ଏସଡିଓ ବ୍ରହ୍ମପୁର ଓ ଚିକିଟି ସହ ବିଭାଗୀୟ ଅଧିକାରୀ ମାନେ ଯୋଗ ଦେଇଥିଲେ ।କୃଷି ବିଜ୍ଞାନ କେନ୍ଦ୍ର ଗଂଜାମ ବୈଜ୍ଞାନିକ ସସ୍ମିତା ମହାନ୍ତି ଓ ଦେଵେରଜ ଷଡ଼ଙ୍ଗୀ ଯୋଗଦେଇ ବର୍ତମାନ ସମୟରେ ମାଣ୍ଡିଆ ମାନବ ଜାତିର ସୁଷମ ଖାଦ୍ୟ ଓ ଅର୍ଥକରି ଫସଲର ଉପା ଦେୟତେ ବୈଷୟୀକ ପ୍ରଣାଳୀରେ ଚାଷ ବିଷୟରେ ଆଲୋକପାତ କରିଥିଲେ । ଉଦ୍ୟାନ ଉପନିର୍ଦେଶକ କଳିଙ୍ଗ ସ୍ୱଦେଶ କୁମାର ଚୌଧୁରୀ ଯୋଗଦେଇ ଫଳ ଚାଷକୁ ଆର୍ଥିକ ଭାବେ ବିସ୍ଲେସଣ କରିଥିଲେ ।
କୁକୁଡ଼ାଖଣ୍ଡି ବ୍ଲକର ଗୋଷ୍ଟି କୃଷି ଅଧିକାରୀ ପ୍ରଶାନ୍ତ କୁମାର ସ୍ୱାଇଁ ,ସହଯୋଗୀ କୃଷି ଅଧିକାରୀ ବିଶ୍ବରଂଜନ ବେହେରା ଯୋଗଦେଇ ଜମିର ଉର୍ବରତା ମାଟି ପରୀକ୍ଷା , ବିଭିନ୍ନ ଚାଷ ପ୍ରଣାଳୀ , ଚାଷୀର ଆର୍ଥିକ ଉନ୍ନତି ଉପରେ ଉପଦେଶ ଦେଇଥିଲେ। ସଂଘ ର ସମ୍ପାଦକ ମଦନ ସାହୁ , ଉପ ସଭାପତି ସଦାନନ୍ଦ ଗୌଡ଼ , କୋଷାଧକ୍ଷ କୁଞ୍ଜବିହାରୀ ଗୌଡ଼ , ସହ ସମ୍ପାଦକ କନ୍ତାରୁ ମଲ୍ଲିକ , ଚାଷି ମାନେ ହେଲେ ଉଜାଲା ଗୌଡ଼ ,ପ୍ରଫୁଲ୍ଲ ସାହୁ ,ପ୍ରଭୁ ପ୍ରସାଦ ପତ୍ର , କରୁଣାକର ଗୌଡ଼ , ରାମହରି ସାହୁ, ବାବୁ ଗୌଡ଼, ତ୍ରିନାଥ ମଲ୍ଲିକ, ନିରଞ୍ଜନ ଗୌଡ଼, କୁରା ଗୌଡ଼
ବହୁସଂଖ୍ୟାରେ ଚାଷୀ ମାନେ ଉପସ୍ଥିତ ରହି ସଭାକୁ ସାଫଲ୍ୟ କରିଥିଲେ। କୁକୁଡ଼ାଖଣ୍ତି ରୁ ପି.କୃଷ୍ଣମୂର୍ତ୍ତିଙ୍କ ରିପୋର୍ଟ