September 24, 2026

ବାବା ଯୋଡାଲିଙ୍ଗଙ୍କ ପୀଠରେ ହଜାର ହଜାର ଭକ୍ତଙ୍କୁ ମାଗଣା ପ୍ରସାଦ ବଣ୍ଟନ କରାଯାଇଛି l

IMG-20250227-WA0010
Share

 

ପୁରୀଜିଲ୍ଲା ପୁରୀ ସଦରବ୍ଲକ ର ବାବା ଯୋଡାଲିଙ୍ଗଙ୍କ ପୀଠରେ ପବିତ୍ର ଜାଗାରଯାତ୍ରା ଉପଲକ୍ଷେ ପୁରୀଜିଲ୍ଲା କିନ୍ନର ସଂଘ, ଭୂମିକା ଫାଉଣ୍ଡେସନ ଓ ମହାବୀର ସେବାସଙ୍ଘ ମିଳିତ ସହଯୋଗ ରେ ପନ୍ଦର ହଜାରରୁ ଉର୍ଦ୍ଧ ଭକ୍ତଙ୍କୁ ମାଗଣା ଅନ୍ନପ୍ରସାଦ ବଣ୍ଟନ କରାଯାଇଛି l ଭୂମିକା ଫାଉଣ୍ଡେସନ ଓ ମହାବୀର ସେବାସଙ୍ଘ ର ଅଧକ୍ଷ ସୁଶାନ୍ତ କୁମାର ଦାସଙ୍କ ଅଧକ୍ଷତାରେ ପୁରୀଜିଲ୍ଲା କିନ୍ନର ସଂଘର ସଭାନେତ୍ରୀ ପ୍ରିୟାଂଶୀ ଦାସ, ଦେବକୀ ମା, ବିଜୟଲଷ୍ମୀ ଦାସ, ସୁଶୀଲ କୁମାର ଦାସ, ସୁକାନ୍ତ କୁମାର ଦାସ, ପ୍ରଶାନ୍ତ କୁମାର ଦାସ, ଅମରେନ୍ଦ୍ର ନନ୍ଦ, ସନ୍ତୋଷ କୁମାର ମୁଦୁଲି, ମିଟୁ, ଗୌରୀ, ବ୍ଲାକକୁଇନ, ରିମଝିମ ଓ ପ୍ରିୟାଙ୍କ ସହିତ ଅନୁଷ୍ଠାନ ର ସମସ୍ତ ସଦସ୍ୟ ସଦସ୍ୟା ଏହି ମାଗଣା ପ୍ରସାଦ ବଣ୍ଟନ କାର୍ଯ୍ୟକ୍ରମ କୁ ସୁଚାରୁରୂପେ ପରିଚାଳନା କରିଥିବା ବେଳେ ଏଭଳି କାର୍ଯ୍ୟକ୍ରମ ରେ ସୁଶାନ୍ତ କୁମାର ଦାସଙ୍କ ନିସ୍ଵାର୍ଥପର ସହଯୋଗକୁ ପ୍ରଶଂସା କରିଥିଲେ ପୁରୀଜିଲ୍ଲା କିନ୍ନର ସଂଘର ସଭାନେତ୍ରୀ ପ୍ରିୟାଂଶୀ ଦାସଙ୍କ ସହିତ ସମସ୍ତ ସଦସ୍ୟାମାନେ l

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ

You may have missed