ଲାଞ୍ଜିଗଡ଼ ନିକଟବର୍ତ୍ତୀ ଗ୍ରାମ ଝରଣା ମଝିରେ ଏକ ଶିବଲିଙ୍ଗ ଆବିଷ୍କୃତ

ଲାଞ୍ଜିଗଡ଼-( ପୁରନ୍ଦର ଦଣ୍ଡସେନା ) ଆଜି ମହା ଶିବରାତ୍ରୀ ଅବସରରେ ଲାଞ୍ଜିଗଡ଼ ନିକଟବର୍ତ୍ତୀ ଏକ ଗ୍ରାମ ନିକଟରେ ନୂତନ ଭାବେ ଏକ ଶିବଲିଙ୍ଗର ଆବିର୍ଭାବ ସମସ୍ତଙ୍କୁ ଚକିତ କରି ଦେଇଛି l କଥାଟି ପ୍ରଚାରିତ ହେବା ପରେ ସେହି ସ୍ଥାନକୁ ଦର୍ଶନ କରିବାକୁ ଅନେକ ଲୋକଙ୍କର ସୁଅ ଛୁଟିଥିଲା l
ସୂଚନା ଅନୁସାରେ, ଲାଞ୍ଜିଗଡ଼ର ରଜାପଡ଼ା ବାସିନ୍ଦା ବିନୋଦ ଗୌଡ଼ଙ୍କୁ ରାତିରେ ସ୍ବପ୍ନ ମାଧ୍ୟମରେ ନିର୍ଦ୍ଧିଷ୍ଟ ସ୍ଥାନରେ ଲିଙ୍ଗ ଉଦ୍ଭବ କଥା ଜଣା ପଡିଥିଲା l ପ୍ରାତଃ କାଳରେ ସେ ଉଠି ତାଙ୍କର କିଛି ସାଙ୍ଗମାନଙ୍କ ସହିତ ସ୍ବପ୍ନର ସତ୍ୟତା ଜାଣିବା ପାଇଁ ସ୍ବପ୍ନ ନିର୍ଦ୍ଧିଷ୍ଟ ସ୍ଥାନରେ ପହଞ୍ଚିଲେ l ସେ ସ୍ଥାନକୁ ଯିବାକୁ ହେଲେ ଲାଞ୍ଜିଗଡ଼ରୁ ବାହାରି ବାନିଗାଁ, ଜାମଚୁଆଁ, ଭଟାଜୋରି, ବୀରସିଂଗେର, କାଣ୍ଡଗୁଡ଼ା ଯାଇ ସେଠାରୁ ବାମ ଦିଗକୁ ଗଲେ ଧାନକୁପା, ଟୁରିଗୁଡ଼ାରେ ପହଞ୍ଚିବାକୁ ହେବ l ତା ‘ ନିକଟରେ ପୁରୁଣାପାଣି ନଦୀ ମଝିରେ ସେହି ଶିବ ଲିଙ୍ଗକୁ ଦର୍ଶନ କରିହେବ l ବିନୋଜ ଗୌଡ଼ ତାଙ୍କ ସାଙ୍ଗମାନଙ୍କ ସହିତ ସେଠାରେ ପହଂଚିସେ ଦେଖିଥିବା ସ୍ବପ୍ନ କଥା ସତ୍ୟ ବୋଲି ଜାଣି ପାରିଲେ ଏବଂ ତାଙ୍କ ସାଥି ମାନେ ମଧ୍ୟ ତାହା ଦେଖିବା ଆଶ୍ଚର୍ଯ୍ୟ ହୋଇଗଲେ l ଲାଞ୍ଜିଗଡ଼ ଠାରୁ ସେ ସ୍ଥାନର ଦୂରତ୍ୱ ପ୍ରାୟ ଛ ‘ ରୁ ସାତ କିଲୋମିଟର ହେବ l ବିଦ୍ୟୁତ ବେଗରେ ଏ କଥା ଚାରିଆଡ଼େ ବ୍ୟାପିଗଲା l ଲାଞ୍ଜିଗଡ଼ ଏବଂ ଆଖ ପାଖ ଅଞ୍ଚଳର ଲୋକେ ସେଠାରେ ପହଞ୍ଚିଲେ ଏବଂ ପୂଜାର୍ଚ୍ଚନା ଚାଲିଲା l ସନ୍ଧ୍ୟା ପର୍ଯ୍ୟନ୍ତ ସେଇ ଜଙ୍ଗଲ ମଧ୍ୟରେ ଲୋକଙ୍କ ଭିଡ଼ ଜମିଥିଲା l ସେଠାରେ ଏକ ମନ୍ଦିର ନିର୍ମାଣର ପ୍ରସ୍ତାବ ଗୃହୀତ ହୋଇଥିବା ଜଣାପଡ଼ିଛି l
ଲାଞ୍ଜିଗଡ଼ରୁ ପୁରନ୍ଦର ଦଣ୍ଡସେନା / ନିୟୁଜ ଉପାନ୍ତ ଖବର