May 10, 2026

ଟିପିଡବ୍ଲ୍ୟୁଓଡିଏଲର ସମସ୍ତ ଦପ୍ତରରେ ନୈତିକତା ସପ୍ତାହ ପାଳନର ଶୁଭାରମ୍ଭ

IMG-20250225-WA0035
Share

 

ସମ୍ବଲପୁର,(ରାଜାରାମ ଷଡ଼ଙ୍ଗୀ): ନୈତିକ ମୂଲ୍ୟବୋଧକୁ ସର୍ବାଧିକାର ଦେଇ ଟାଟା ପାୱାର ଏବଂ ଓଡିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ୱେଷ୍ଟର୍ଣ୍ଣ ଓଡିଶା ଡିଷ୍ଟ୍ରିବୁସନ୍ ଲିମିଟେଡ୍ (ଟିପିଡବ୍ଲ୍ୟୁଓଡିଏଲ) ପକ୍ଷରୁ ଏହାର ବୁର୍ଲା ସ୍ଥିତ କର୍ପୋରେଟ୍ କାର୍ଯ୍ୟାଳୟଠାରେ ନୈତିକତା ସପ୍ତାହ ପାଳନର ଶୁଭାରମ୍ଭ ହୋଇଯାଇଛି I ଟାଟା ଗ୍ରୁପର ପ୍ରତିଷ୍ଠାତା ସ୍ୱର୍ଗତଃ ଶ୍ରୀ ଜାମସେଦଜୀ ନୁଶେରୱାନଜୀ ଟାଟାଙ୍କ ଜନ୍ମ ବାର୍ଷିକୀ ପାଳନ ଅବସରରେ ଟାଟା ଗ୍ରୁପ୍ ଅଧିନସ୍ଥ ସମସ୍ତ ସଂସ୍ଥା ଦ୍ୱାରା ପ୍ରତିବର୍ଷ ଏହି ନୈତିକ ସପ୍ତାହ ପାଳନ କରାଯାଇଥାଏ I ଶ୍ରୀ ଜାମସେଦଜୀ ନୁଶେରୱାଜୀ ଟାଟା ୩ ମାର୍ଚ୍ଚ ୧୮୩୯ ରେ ଜନ୍ମଗ୍ରହଣ କରିଥିଲେ । ତେଣୁ ପ୍ରତିବର୍ଷ ମାର୍ଚ୍ଚ ୩ ତାରିଖର ପୂର୍ବ ସପ୍ତାହକୁ “ନୈତିକତା ସପ୍ତାହ” ଭାବରେ ଟାଟା ଗ୍ରୁପ ପକ୍ଷରୁ ପାଳନ କରାଯାଉଅଛି I ଏହି ଅବସରରେ ଟିପିଡବ୍ଲ୍ୟୁଓଡିଏଲର ମୁଖ୍ୟ ନୈତିକ ପରାମର୍ଶଦାତା ଶ୍ରୀ ପି.ପି. ତେନ୍ଦୁଲକର, ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ପ୍ରବୀଣ ବର୍ମା, ମାନବ ସମ୍ୱଳ ବିଭାଗ ମୁଖ୍ୟ ଶ୍ରୀ କସମସ୍ ଲାକ୍ରା ତଥା ଅନ୍ୟାନ୍ୟ ବିଭାଗର ମୁଖ୍ୟ ଅଧିକାରୀ ଉପସ୍ଥିତ ରହି ଦୀପ ପ୍ରଜ୍ୱଳନ କରିବା ସହିତ ଟାଟା ଗ୍ରୁପର ନିର୍ମାତାମାନଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ।