ଘରେ କେହି ନଥିବା ବେଳେ ବଳାତ୍କାର ଉଦ୍ୟମ କରି ଯୁବକ ଫସିଲେ ..

କୁଜଙ୍ଗ
ଅନେକ ପଶୁ ପ୍ରକୃତିର ମଣିଷ ସୁଯୋଗ ଖୋଜୁଥାଏ ଦୁର୍ବଳ ମଣିଷ ଠାରୁ ଫାଇଦା ପାଇବାକୁ seସେ ଜାଣି ନଥାଏ ଯେ ତାର ଚତୁର ପଣିଆ ତାକୁ କୋଉ ପର୍ଯ୍ୟନ୍ତ ନେଇଯିବ l ଏପରି ଏକ ଅଭାବନୀୟ ଘଟଣା ବିଷୟରେ ଜଣାଉଛୁ ଯାହା ଜଗତସିଂହପୁର ଜିଲ୍ଲାର କୁଜଙ୍ଗ ବ୍ଲକ ଅଧିନସ୍ତ ଅଭିଯୋଗକାରୀ ଜନୈକ ଭିନ୍ନକ୍ଷମ ବ୍ୟକ୍ତି ଙ୍କ ପତ୍ନୀଙ୍କୁ ଘରେ କେହି ନଥିବା ସମୟରେ, ଭାସ୍କର ବେହେରା ପିତା -ଦାମୋଦର ବେହେରା, ଗ୍ରାମ -ନୋଳିଆସାହି ଗଡ଼କୁଜଙ୍ଗ, ଅଭୟଚନ୍ଦପୁର ଥାନା ଅଧିନସ୍ତ ଜଣେ ୪୦ ବର୍ଷୀୟ ଯୁବକ, ଘରେ ପଶି ଭିତରୁ କବାଟ ବନ୍ଦ କରି ପାଶବିକ ଅତ୍ୟାଚାର କରିବାକୁ ଦୁଃସାହସ କରିଥିଲେ l ଏପରିକି ମହିଳାଙ୍କୁ ସମ୍ପୂର୍ଣ୍ଣ ଵିଵସ୍ତ୍ର କରି ତାଙ୍କର ଫଟୋ ଉଠାଇ ଥିଲେ l ମହିଳା ଜଣକ ଚିତ୍କାର କରିବାରୁ ତାଙ୍କ ପାଟିକୁ ଚିପି ଧରି,ଧମକ ଦେଇଥିଲେ ଯେ ତୋର ନଗ୍ନ ଫଟୋ ସୋସିଆଲ ମିଡିଆରେ ଭାଇରାଲ କରିଦେବି l ଦ୍ଵିତୀୟ ଥର ଯେତେବେଳେ ଭାସ୍କର ପୁଣି ତାଙ୍କ ଘରକୁ ଯାଇ ତାଙ୍କ ଭିନ୍ନକ୍ଷମ ସ୍ୱାମୀଙ୍କୁ ଧମକ ଦେଇ କହିଲେ ଯେ ତୋର ସ୍ତ୍ରୀକୁ ମୁଁ ଗଡ଼କୁଜଙ୍ଗ ଜଗନ୍ନାଥ ମନ୍ଦିରରେ ବିବାହ କରିବି, ଏବଂ ସାଙ୍ଗରେ ଟାଣିଟାଣି ନେଇଯାଉଥିଲେ l ଭିନ୍ନକ୍ଷମ ସ୍ୱାମୀ ପ୍ରତିବାଦ କରିବାରେ ନିରାଶ ହୋଇଥିଲେ l ତାପରେ ପୋଲିସ ର ଆଶ୍ରୟ ନେଇ ତାର ସ୍ତ୍ରୀର ଆପତ୍ତି ଜନକ ଫଟୋ ସୋସିଆଲ ମିଡ଼ିଆ, ଓ ସମ୍ପର୍କୀୟ ମାନଙ୍କୁ ନ ପଠେଇବାକୁ ଏକ ଅଭିଯୋଗ ପତ୍ର ଦାଖଲ କରିଥିଲେ l କୁଜଙ୍ଗ ପୋଲିସ ଏହି ଘଟଣାକୁ ଗମ୍ଭୀର ସହିତ ତଦନ୍ତ କରି ସମ୍ପୃକ୍ତ ଅପରାଧୀ ଭାସ୍କର ବେହେରାଙ୍କୁ ଗିରଫ କରି ଭାରତୀୟ ଆଇଟି ଆକ୍ଟ U/S-64(2)(f)(m)296/351(3)BNS R.W Sec. 66E /67/67(A) ଅନୁସାରେ କୋର୍ଟ ଚାଲାଣ କରିଛନ୍ତି !ଏହି ଘଟଣାର ଆରମ୍ଭ ୧୬/୦୧/୨୦୨୫ ରୁ ଆରମ୍ଭ ହୋଇଥିବା ବେଳେ ୨୪/୦୨/୨୦୨୫ ରେ ଆସାମୀର ପାଶବିକ ନିଶା ଖସେଇ ଦେଇଥିଲେ କୁଜଙ୍ଗର ଥାନାଧିକାରୀ !ଏହିପରି କ୍ରାଇମ କରୁଥିବା କାମାନ୍ଧ ମାନଙ୍କୁ ଯେବେ ପୋଲିସ ର ଲାଠି ଠିକ ସମୟରେ ପଡି ନଥାନ୍ତା ତେବେ ଭାସ୍କର ପରି ଅପରାଧୀଙ୍କୁ ଫଲୋ କରି ଅନେକ ଯୁବଗୋଷ୍ଠି ଅପରାଧ କରିବାକୁ ଯେ ଆଗେଇ ଆସି ନଥାନ୍ତେ ତାହା କିଏ କହିପାରିଥାନ୍ତା ? କୁଜଙ୍ଗ ପୋଲିସ ଙ୍କୁ ସର୍ବସାଧାରଣରେ ସାଲ୍ୟୁଟ ପ୍ରଦାନ କରିବା ଏକ ଚର୍ଚ୍ଚାରେ ପରିଣତ ହୋଇଯାଇଛି l
ଜଗତସିଂହପୁର ରୁ ଶରତ କୁମାର ଦାଶ ଙ୍କ ସହିତ ତିର୍ତୋଲ ରୁ ରଞ୍ଜନ କୁମାର ମଲ୍ଲିକ ଙ୍କ ରିପୋର୍ଟ, ନିୟୁଜ ଉପାନ୍ତ ଖବର…… l