September 26, 2026

ସୋରରେ ଚାଞ୍ଚଲ୍ୟ: ପ୍ରେମ ବ୍ୟାପାରରୁ ଯୁବତୀଙ୍କୁ ବୀଭତ୍ସ ହତ୍ୟା!

IMG-20250225-WA0014
Share

 

ସୋର: ( ଦେବାଶିଷ ଦାଶ )

ବାଲେଶ୍ବର ଜିଲ୍ଲା ସୋରରେ ଚାଞ୍ଚଲ୍ୟ। ପ୍ରେମ ବ୍ୟାପାରରୁ ଜଣେ ଯୁବତୀଙ୍କୁ ବୀଭତ୍ସ ଭାବେ ହତ୍ୟା କରାଯାଇଛି। ମୃତା ଯୁବତୀ ହେଲେ ସୋର ପୌରାଞ୍ଚଳ ଲିଙ୍ଗପଡ଼ା ଗ୍ରାମର ଜ୍ୟୋତିର୍ମୟୀ ରଣା (୨୫)। ଜ୍ୟୋତିର୍ମୟୀ ଭୁବନେଶ୍ୱରରେ ଏକ ଘରୋଇ ସଂସ୍ଥାରେ କାମ କରୁଥିବା ବେଳେ ଦୁଇମାସ ତଳେ ଘରକୁ ଆସିଥିଲେ।

ଆଜି ଘରେ କେହି ନଥିବା ବେଳେ ଜ୍ୟୋତିର୍ମୟୀ ଏକାକୀ ଥିଲେ। ମାତ୍ର କିଛି ସମୟ ପରେ ଘର ଲୋକ ଫେରି ତାଙ୍କ ଗଳା କଟା ଯାଇଥିବା ଦେଖିବା ପରେ ତୁରନ୍ତ ସୋର ଡାକ୍ତରଖାନାକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଖବର ପାଇ ସୋର ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।ଗତ ଦୁଇଦିନ ତଳେ ଜଣେ ଯୁବକ ତାଙ୍କୁ ହଇରାଣ କରୁଥିବା ନେଇ ସୋର ଥାନାରେ ଅଭିଯୋଗ ହୋଇଥିବା ବେଳେ ପ୍ରେମ ଜନିତ କାରଣରୁ ଏହି ହତ୍ୟା ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି।

ଆଜି ଘରେ କେହି ନଥିବା ବେଳେ ସେ ଏକାକୀ ଥିଲେ। ମାତ୍ର କିଛି ସମୟ ପରେ ଘର ଲୋକ ଫେରି ତାଙ୍କ ଗଳା କଟା ଯାଇଥିବା ଦେଖିବା ପରେ ତୁରନ୍ତ ସୋର ଡାକ୍ତରଖାନାକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଖବର ପାଇ ସୋର ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ଗତ ଦୁଇଦିନ ତଳେ ଜଣେ ଯୁବକ ତାଙ୍କୁ ହଇରାଣ କରୁଥିବା ନେଇ ସୋର ଥାନାରେ ଅଭିଯୋଗ ହୋଇଥିବା ବେଳେ ପ୍ରେମ ଜନିତ କାରଣରୁ ଏହି ହତ୍ୟା ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି।

You may have missed