March 1, 2025

ସ୍ଥାପନା ଚାରିଟେବଲ ଟ୍ରଷ୍ଟ ତରଫରୁ ଓଡିଶା ଆଦିତ୍ୟ ସମ୍ମାନ -2025

Share

 

ପୁରୀ,

. ସ୍ଥାନୀୟ ସଂସ୍କୃତି ଭବନ ପରିସରରେ ସ୍ଥାପନା ଚାରିଟେବଲ ଟ୍ରଷ୍ଟ ଆନୁକୂଲ୍ୟରେ “ଓଡିଶା ଆଦିତ୍ୟ ସମ୍ମାନ – 2025 ” ଅନୁଷ୍ଠିତ ହୋଇଯାଇଛି ! ଟ୍ରଷ୍ଟ ର ସମ୍ପାଦକ ଶ୍ରୀଯୁକ୍ତ ସରୋଜ ଭୂୟାଁ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଉତ୍ସବକୁ ମାନ୍ୟବର ରାଜ୍ୟସଭା ସଦସ୍ୟ ଶ୍ରୀଯୁକ୍ତ ଶୁଭାଶିଷ ଖୁଣ୍ଟିଆ ମହାପ୍ରଭୁ ଙ୍କ ନିକଟରେ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଉଦ୍ଘାଟନ କରିଥିଲେ !ଏହି ସମ୍ମାନ ନିଶ୍ଚିତ ରୂପରେ ଏକ ଅନନ୍ୟ ପ୍ରୟାସ ଏବଂ ଏହି ଅନୁଷ୍ଠାନ ଆଗକୁ ଆହୁରି ଉନ୍ନତି ପଥରେ ଆଗେଇ ଚାଲୁବୋଲି ଶ୍ରୀ ଖୁଣ୍ଟିଆ ଭାଷଣ ପ୍ରସଙ୍ଗରେ କହିଥିଲେ ! ସମ୍ମାନିତ ଅତିଥି ରୂପେ ଯୋଗଦେୟିଥିଲେ ପୁରୀ ର ପ୍ରାକ୍ତନ ବିଧାୟକ ଶ୍ରୀଯୁକ୍ତ ଜୟନ୍ତ କୁମାର ଷଡ଼ଙ୍ଗୀ, ସମାଜସେବୀ ଚକ୍ରଧର ମହାପାତ୍ର, ସନ୍ଦୀପ ଦାଶ, ସ୍ଥାପନା ଚାରିଟେବଲ ଟ୍ରଷ୍ଟ ର ଉପଦେଷ୍ଟା ଡ଼ଃ. ଗୋରେଖ ନାଥ ସାହୁ, ମହନ୍ତ ମହାରାଜ ଡ଼ଃ. ଅବଧେଶ ପୁରୀ, ଡ଼ଃ. ବିଦ୍ୟାଶ୍ରୀ ପୁରୀ, ଲେଖିକା, କବି ଶ୍ରୀମତୀ ମିନା ମହାରଣା ! କଳା ଓ ସଂସ୍କୃତିର ଏହି ମାଟି ଶ୍ରୀକ୍ଷେତ୍ର ଧାମ ରେ ଆଜିର ଏହି ଉତ୍ସବ ନିଶ୍ଚିତ ରୂପେ ସବୁ ଛୋଟ,, ବଡ କଳାକାର ଙ୍କ ମନରେ ଏକ ସୁନ୍ଦର ଅନୁଭବ ଦେୟୀ ପାରିଛି ଓ ସମସ୍ତେ ନିଜର କର୍ମପଥରେ କଠିନ ପରିଶ୍ରମ ସହ ସଫଳତା ଅର୍ଜନ କରନ୍ତୁ ବୋଲି ଅତିଥି ମାନେ ମତ ପୋଷଣ କରିଥିଲେ ! ଲଲାଟେନ୍ଦୁ ମିଶ୍ର ଓ ରଶ୍ମିରେଖା ବାରିକ ଙ୍କ ସୁନ୍ଦର ମଞ୍ଚ ସଂଚାଳନା ରେ ଚଳଚିତ୍ର ନିର୍ଦେଶକ ମୁନା ମୋଦି, କୋରିଓଗ୍ରାଫର ସନ୍ତୋଷ ବାରିକ, ସଂଗୀତା ଆଇଚ ଆଦି ଉତ୍ସବ ପରିଚାଳନା ରେ ସହାୟତା କରିଥିଲେ ! କୋଲକାତା ର ନୃତ୍ୟ ଅନୁଷ୍ଠାନ ଦ୍ୱାରା ଆୟୋଜିତ ସୁନ୍ଦର ନୃତ୍ୟ, ମନୀଷା ଡ୍ୟାନ୍ସ ଗ୍ରୁପ ଦ୍ୱାରା ନୃତ୍ୟ ଦ୍ୱାରା ଦର୍ଶକ ମାନେ ଆତ୍ମ ବିଭୋର ହୋଇଥିଲେ ! ସମାଜର ବିଭିନ୍ନ ସେବାରେ ନିଜକୁ ପ୍ରତିଷ୍ଠିତ ଲାଭ କରିଥିବା ବ୍ୟକ୍ତି ବିଶେଷ ଙ୍କୁ ସମ୍ବର୍ଦ୍ଧିତ କରା ଯାଇଥିଲା, ତନ୍ମଧ୍ୟରୁ ସମାଜସେବାରେ ଶ୍ରୀମତୀ ଅରୁଣିମା ନନ୍ଦ, ଶ୍ରୀଜଗନ୍ନାଥ ଫାଉଣ୍ଡେସନ ର ପ୍ରତିଷ୍ଠାତ୍ରୀ ରିଙ୍କି ବାରିକ, ମଡେଲ କ୍ଷୀରାବ୍ଧି ପଟନାୟକ, ଚଳଚିତ୍ର ସାଉଣ୍ଡ ରେକର୍ଡ଼ିଷ୍ଟ ପିଣ୍ଟୁ ମିଶ୍ର, ମହାବିନାୟକ ଚାରିଟେବଲ ଟ୍ରଷ୍ଟ ର ସଭାନେତ୍ରୀ ସବିତା ମିଶ୍ର, ମନୀଷା ମହାନ୍ତି ଅନ୍ୟତମ ! ସର୍ବଶେଷରେ ସ୍ଥାପନା ଚାରିଟେବଲ ଟ୍ରଷ୍ଟ ର ସଭାନେତ୍ରୀ ଶ୍ରୀମତୀ ନିବେଦିତା ନାୟକ ଧନ୍ୟବାଦ ଅର୍ପଣ ପୂର୍ବକ ସଭା ସାଙ୍ଗ କରିଥିଲେ !

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ