February 24, 2025
Share

 

୧-ଓସିଏର ନୂତନ ସଭାପତି ହେଲେ ପଙ୍କଜ ଲୋଚନ ମହାନ୍ତି।ବବି ଦାସଙ୍କ ଇସ୍ତଫା ପରେ ଖାଲି ପଡ଼ିଥିଲା ପଦବୀ।

 

୨-ମହାକୁମ୍ଭରେ ବୁଡ଼ ପକାଇଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଆଜି ରାମଲାଲାଙ୍କୁ କରିବେ ଦର୍ଶନ।

 

୩-ଭିଜିଲାନ୍ସ ଜାଲରେ ନବରଙ୍ଗପୁର ଉମରକୋଟ ୨ କୃଷି ଅଧିକାରୀ, ୫ ହଜାର ଲାଞ୍ଚ ନେବା ବେଳେ ଧରା ପଡିଲେ।

 

୪-୧୨ ଜିଲ୍ଲାକୁ ବର୍ଷା ନେଇ ସତର୍କତା ସୂଚନା ଜାରିକଲା ପାଣିପାଗ ବିଭାଗ।

 

୫-ନୂଆ ରୂପ ନେବ ବିଜେଡ଼ି ସଂଗଠନ,ପଣା ସଂକ୍ରାନ୍ତି ପୂର୍ବରୁ ହେବ ସାଂଗଠନିକ ନିର୍ବାଚନ।

 

୬-ଅନୁଗୋଳ: ସାତକୋଶିଆ ନିଷିଦ୍ଧାଞ୍ଚଳରେ ପୁଣି ଉଡ଼ିଲା ହେଲିକପ୍ଟର, ଚିଠିଲେଖିଲା ବନ ବିଭାଗ।

 

୭-ଚୌଦ୍ଵାର:ଲିଫ୍ଟ ଦେବା ବାହାନାରେ ଲୁଟ୍ କରୁଥିଲେ ଗାଡ଼ିରେ ବସାଉଥିଲେ, ବନ୍ଧୁକ ଦେଖାଇ ଲୁଟ୍‌ କରୁଥିଲେ, ଏବେ ପଡ଼ିଲେ ପୋଲିସ ହାବୁଡ଼ରେ।

 

୮-ବ୍ରହ୍ମଗିରି: ଜାଗର ପାଇଁ ଚାଲିଛି ପ୍ରସ୍ତୁତି,ଦୀପ ଗଢ଼ିବାରେ ବ୍ୟସ୍ତ କାରିଗର।

 

୯-ଭୁବନେଶ୍ୱର:ଅସ୍ତ୍ରୋପଚାର ସଫଳ, ସୁସ୍ଥ ହେଉଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ।

 

୧୦-ଏମ୍ସ ଭୁବନେଶ୍ୱର ଯକୃତ ପ୍ରତିରୋପଣ କ୍ଲିନିକ୍ ଉଦଘାଟିତ।

 

୧୧-ଯାଜପୁର ରୋଡ ମିଲିଟାରୀ ଛକ ନିକଟରେ ଜଳିଗଲା ବସ୍‌ । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ , କେହି ଆହତ ହୋଇନଥିବା ଜଣାପଡ଼ିଛି।

 

୧୨-ଇ-କେୱାଇସି ଗୋଲକ ଧନ୍ଦାରେ ବଣ୍ଡାଘାଟିର ଅପାଠୁଆ ମଣିଷ,ଅଣଦେଖା କରୁଛି ପ୍ରଶାସନ।

 

୧୩-ତାଳଚେର:ଯୁବତୀଙ୍କ ଅନିଚ୍ଛା ସତ୍ତ୍ୱେ କଲେ ବାହାଘର, ଚତୁର୍ଥୀ ଦିନ ସ୍ୱାମୀ ବଦଳରେ ପ୍ରେମିକକୁ ଖୋଜିଲେ କନ୍ୟା।

 

୧୪-ଛତ୍ରପୁର:ଋଷିକୂଲ୍ୟା ବେଳାଭୂମିରେ ଗଣ ଅଣ୍ଡାଦାନ, ଅଲିଭ ରିଡଲେଙ୍କ ସୁରକ୍ଷା ପାଇଁ ବନ ବିଭାଗ ପକ୍ଷରୁ ବ୍ୟାପକ ପଦକ୍ଷେପ।

 

୧୫-ରାଜନଗର, ଗହ୍ମାଶିଖର ଗ୍ରାମ:ରାଜ୍ୟସ୍ତରୀୟ ସନାତନ ଧର୍ମ ସମ୍ମିଳନୀ ଓ ଭକ୍ତ ମିଳନ ଉତ୍ସବ, ମାର୍ଚ୍ଚ ୫ରୁ ୮ ପର୍ଯ୍ୟନ୍ତ ଚାଲିବ କାର୍ଯ୍ୟକ୍ରମ।

 

୧୬-ଶିକ୍ଷକ ଶିକ୍ଷା ପାଠ୍ୟକ୍ରମ ଢାଞ୍ଚାର ହେବ ପରିବର୍ତନ,୨୦୨୬ରୁ ପାର୍ଟ ଟାଇମ୍ ବିଏଡ୍ ଓ ଏମ୍ ଏଡ୍।

 

୧୭-ଉତ୍ତରପ୍ରଦେଶର ବାନ୍ଦା ଜିଲା ଅନ୍ତର୍ଗତ କୋତୱାଲି ସହର:ଘର ଅପରିଷ୍କାର ହେବାରୁ ସ୍ବାମୀ ସହ ଝଗଡ଼ା କରି ୨ ଝିଅଙ୍କ ସହିତ ବିଷ ପିଇଲା ମା’।

 

୧୮-ଶିଳ୍ପପତି ପଙ୍କଜ ଓସୱାଲଙ୍କ ଝିଅ ବସୁନ୍ଧରା ଓସୱାଲଙ୍କୁ ଉଗାଣ୍ଡା ଜେଲରେ ଅକଥନୀୟ ନିର୍ଯାତନା।

 

୧୯-ଇଂଜିନିୟର ପ୍ରାର୍ଥୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ;NTPCରେ ଆସିଷ୍ଟାଣ୍ଟ୍ ଏକ୍ଜିକ୍ୟୁଟିଭ୍ ହେବାର ସୁଯୋଗ,ଖାଲି ଅଛି ୪୦୦ ପଦବୀ।

 

୨୦-ପ୍ରକାଶ ପାଇଲା ଜେଇଇ ମେନ୍ ପେପର ୨ ଫଳ,ସମୁଦାୟ ୧୩ଟି ଭାଷାରେ ପରୀକ୍ଷା ହୋଇଥିଲା।

 

୨୧-ମନ୍ କି ବାତ୍‌ରେ ମୋଦୀଙ୍କ ମୋଟାପଣ ଚର୍ଚ୍ଚା,ଖାଇବା ତେଲର ବ୍ୟବହାର ୧୦% କମ୍‌ କରିବାକୁ ଉପଦେଶ।

 

୨୨-ଚମ୍ପିୟାନ ଟ୍ରଫି:ବିରାଟଙ୍କ ଦମଦାର ଶତକ, ପାକିସ୍ତାନକୁ ଧୂଳି ଚଟାଇ ସେମିରେ ଟିମ୍ ଇଣ୍ଡିଆ।

 

୨୩-ଜମ୍ମୁ-କାଶ୍ମୀର କୁପୱାଡାରେ ଭୂମିକମ୍ପ, ରିକ୍ଟର ସ୍କେଲରେ ତୀବ୍ରତା ୩.୮।

 

୨୪-ବ୍ରାଜିଲ:ଶତାୟୁ ଦମ୍ପତିଙ୍କ ୱାର୍ଲ୍ଡ ରେକର୍ଡ; ୮୫ବର୍ଷର ବିବାହ, ଶତାଧିକ ନାତି ନାତୁଣୀଙ୍କ ସହ ଅଛି ସୁଖୀ ପରିବାର।

 

*🙏 ସୁପ୍ରଭାତ 🙏*