September 24, 2026

ଘୁମୁସର ଅଞ୍ଚଳ ଦଳିତ ସମାଜ ପକ୍ଷରୁ ଦଳିତ ସମାଜ ଉପରେ ଅତ୍ୟାଚାରର ପ୍ରତିବାଦ

IMG-20250221-WA0034
Share

 

 

ବେଲଗୁଣ୍ଠା, 21/02,ଯାଜପୁର ଜିଲ୍ଳା ଗୋବିନ୍ଦପୁର ଗ୍ରାମର ଜାତିଆଣ ଭିତ୍ତିକ ଗଣ୍ଡଗୋଳରେ ମୃତ୍ୟୁବରଣ କରିଥିବା ନାବାଳକ ଛାତ୍ର ଶାନ୍ତନୁ ମଳିକଙ୍କୁ ପାଇଁ ଭାରତ ରତ୍ନ ବାବା ସାହେବ ଏକତା ମଞ୍ଚ ଘୁମୁସର ଦଳିତ ମଞ୍ଚ ତରଫରୁ ଶୋକ ସଭା ଓ ନିନ୍ଦା ପ୍ରସ୍ତାବ ଆଗତ କରାଯାଇଛି I ବେଲଗୁଣ୍ଠା ବାସଙ୍ଗ ଠାକୁରାଣୀ ମନ୍ଦିର ପରିସରରେ ସଂଗଠନ ସମ୍ପାଦକ ପଞ୍ଚାନନ ନାୟକଙ୍କ ନେତୃତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସଭାପତି ସୀମାନାଥ ନାୟକ, ସମ୍ପାଦକ,ସମ୍ପାଦକ ସତ୍ୟ ନାୟକ, ମୁଖ୍ୟ ସଂଯୋଜକ ଦାମୋଦର ନାୟକ, ଉପସଭାପତି ପଞ୍ଚାନନ ଦାସ,କର୍ମକର୍ତ୍ତା ସୂର୍ଯ୍ୟ ନାୟକ, ନିରଞ୍ଜନ ନାୟକ, ଉତ୍ତମ ଦଳବେହେରା, ପ୍ରଦୀପ ନାୟକ, ଦୀନେଶ ବେହେରା, ସୁଧୀର ନାୟକ, ଶ୍ରୀକାନ୍ତ ଚୌଧୂରୀ, ମନୋଜ ବେହେରା, ରାଜେଶ ବେହେରା, କୁମାର ଦଳବେହେରା,ସୁବାଷ ଚୌଧୂରୀ, ସୀମା ଦାସ, ଭଗବାନ୍ କୁମାର୍ ପ୍ରମୁଖ ଯୋଗ ଦେଇ ମୃତ ଶାନ୍ତନୁଙ୍କ ପାଇଁ ଗଭୀର ଶୋକ ବ୍ୟକ୍ତ କରିବା ସହିତ ଘଟଣାକୁ ତୀବ୍ର ନିନ୍ଦା କରିଥିଲେ I

 

ଵେଲଗୁଣ୍ଟା, ରିପୋର୍ଟ ପଞ୍ଚାନନ, ସାହୁ