May 14, 2026

ଆନ୍ତର୍ଜାତିକ ମାତୃଭାଷା ଦିବସ ପାଳିତ 

IMG-20250221-WA0024
Share

 

ସମ୍ବଲପୁର, (ରାଜାରାମ ଷଡ଼ଙ୍ଗୀ ): ଧନୁପାଲି ଶିଶୁ ବିଦ୍ୟାମନ୍ଦିର ଠାରେ ଆଜି ଆନ୍ତର୍ଜାତିକ ମାତୃଭାଷା ଦିବସ ପାଳିତ ହୋଇଯାଇଛି। ଏଥିରେ ବିଦ୍ୟାଳୟର ସଭାପତି ଡ଼କ୍ଟର ଦେବେନ୍ଦ୍ର ପଣ୍ଡା, ମାତୃଭାଷା ଶିକ୍ଷା ଦାନ କରୁଥିବା ବିଦ୍ୟାମନ୍ଦିର ଶ୍ରୀମତୀ ସବିତା ମହାପାତ୍ର, ମୁଖ୍ୟ ଅତିଥି ଡ଼ଃ.ଶ୍ୟାମ ସୁନ୍ଦର ଧର, ପ୍ରଧାନ ଆଚାର୍ଯ୍ୟ ବିଭୁ ପ୍ରସାଦ ମହାପାତ୍ର, ସହ ପ୍ରଧାନ ଆଚାର୍ଯ୍ୟ ଅମୃତ ପଟେଲ ମଞ୍ଚସୀନ ଥିଲେ l ବିଦ୍ୟାଳୟର ସହ ପ୍ରଧାନ ଆଚାର୍ଯ୍ୟ ଅମୃତ ପଟେଲ ଅତିଥି ମହୋଦୟଙ୍କ ପରିଚୟ ପ୍ରଦାନ କରିଥିଲେ।ମୁଖ୍ୟ ଅତିଥି ଡ଼କ୍ଟର ଧର ତାଙ୍କ ଅଭିଭାଷଣରେ ଆଜିର ଶିକ୍ଷା ବ୍ୟବସ୍ଥାକୁ ଗଢି ତୋଳିବାରେ ଶିଶୁ ମନ୍ଦିରର ଅବଦାନ ଅତୁଳନୀୟ ବୋଲି ମତବ୍ୟକ୍ତ କରି ଓଡ଼ିଆ ଭାଷା ସମସ୍ତ ଭାଷାର ଜନନୀ ଓ ସଂସ୍କୃତି ର ବାର୍ତ୍ତାବହ ବୋଲି କାହିଥିଲେ ଏପରିକି ସମ୍ବଲପୁରୀ ଭାଷାର ମାଧୁର୍ଯ୍ୟ ବିଷୟରେ ବଖାଣି ଏହାର ସାମ୍ବିଧାନିକ ମାନ୍ୟତା ଗୁରୁତ୍ୱ ଆରୋପ କରିଥିଲେ l ସଭାପତି ମହୋଦୟ ତାଙ୍କ ଅଭିଭାଷଣରେ ଭାଷାର ମାହାତ୍ମ୍ୟ ବିଷୟରେ ଅବତାରଣା କରିଥିଲେ l ମୁଖ୍ୟବକ୍ତା ଶ୍ରୀମତୀ ସବିତା ମହାପାତ୍ର ମାତୃଭାଷା ଦିବସର ତତ୍ପର୍ଯ୍ୟ ବିଷୟରେ ଅବତାରଣା କରିଥିଲେl ଏହି ଅବସରରେ ହୋଇଥିବା ବିଭିନ୍ନ ପ୍ରତିଯୋଗିତା ର କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା l କାର୍ଯ୍ୟକ୍ରମରେ ଅନୁଷ୍ଠାନର ସମସ୍ତ ଭାଇଭଉଣୀ ଓ ଗୁରୁଜୀ ଗୁରମା ଅଂଶ ଗ୍ରହଣ କରିଥିଲେ l