February 23, 2025

ଏମ୍ସ୍ ରେ ବଡ଼ ଧରଣର ସିବିଆଇ ରେଡ୍ ..

Share

 

ଭୁବନେଶ୍ବର ( ଦେବାଶିଷ ଦାଶ )

 

ଏମ୍‌ସରେ ସିବିଆଇ ରେଡ୍‌। ବିଭିନ୍ନ ପଦପଦବୀ ନିଯୁକ୍ତିରେ ବଡ଼ ଧରଣର ଘୋଟାଲା ନେଇ ଜାଣିବାକୁ ପାଇବା ପରେ ଭୁବନେଶ୍ବର ଏମସ୍‌ରେ ହୋଇଛି ସିବିଆଇ ରେଡ୍‌। ବୁଧବାର ଭୁବନେଶ୍ବର ସିବିଆଇ ଟିମ୍‌ ପକ୍ଷରୁ ଏମ୍‌ସରେ ରେଡ କରାଯାଉଛି।

 

ମିଳିଥିବା ସୂଚନା ଅନୁସାରେ ଭୁବନେଶ୍ବର ଏମ୍‌ସରେ ନିଯୁକ୍ତି ସ୍କାମ୍ ନେଇ CBI ରେଡ୍ କରୁଛି। ଏମ୍‌ସରେ ବିଭିନ୍ନ ପଦପଦବୀ ପାଇଁ ହୋଇଥିବା ନିଯୁକ୍ତିରେ ବଡ ଘୋଟାଲା ହୋଇଥିବା ନେଇ ଅଭିଯୋଗ ହୋଇଥିଲା। ପରେ ଏ ନେଇ ସିବିଆଇ ପକ୍ଷରୁ ଯାଞ୍ଚ କରାଯିବା ସହ ନିଯୁକ୍ତି ନେଇ ସ୍କାମ୍ ହୋଇଥିବା ଜଣାପଡିଥିଲା। ଆଉ ଏହି ମାମଲାରେ ଆଜି ସିବିଆଇ ରେଡ୍‌ କରୁଛି। ଭୁବନେଶ୍ବର ସିବିଆଇ ଟିମ୍ ପକ୍ଷରୁ ୯ ଜଣିଆ ଟିମ୍ ରେଡ୍‌ରେ ସାମିଲ ହୋଇଛନ୍ତି।

ସିବିଆଇ ପକ୍ଷରୁ ଏମସ୍‌ରେ ଚଢାଉ କରାଯାଇ ମୋଟ ୨୭ ଲୋକଙ୍କୁ ପଚରାଉଚରା କରାଯାଇଥିବା ଜଣାପଡିଛି। ମାଳମାଳ ପିଟିସନ ପଡିବା ପରେ ଆଜି ଚଢ଼ାଉକୁ ବ୍ୟାପକ କରାଯାଇଛି। ଗାଜିଆବାଦ ଓ ଗୋରଖପୁରର ଜାଲ ଡକ୍ୟୁମେଣ୍ଟ ଜରିଆରେ ଭୁବନେଶ୍ୱରର ୫ ଜଣ ଠିକା କର୍ମଚାରୀଙ୍କୁ ସ୍ଥାୟୀ ନିଯୁକ୍ତି ମିଳିଥିବା ଅଭିଯୋଗ ହୋଇଛି । ସର୍ବ ଭାରତୀୟ ସ୍ତରରେ ଏମ୍‌ସରେ ନିଯୁକ୍ତି ପାଇଁ ପରୀକ୍ଷା କରାଯାଉଥିବା ବେଳେ ଭୁବନେଶ୍ୱର ଏମ୍‌ସ ନିଜସ୍ୱ ପରୀକ୍ଷା କରି ନିଯୁକ୍ତି ଦେଇଥିବା ଅଭିଯୋଗ ଆସିଛି।