ବ୍ଲକ ସ୍ତରୀୟ ଜଳ ବିଭାଜିକା ମହୋତ୍ସବ ଅନୁଷ୍ଠିତ

କୋଲନରା : (ସଞ୍ଜୀବ କୁମାର କଣ୍ଡାଗରୀ ): କୋଲନରା ବ୍ଲକ ଅନ୍ତର୍ଗତ ମୁକୁନ୍ଦପୁର ଗ୍ରାମ ପଞ୍ଚାୟତର ଗରୁଡ ପଦର ଗ୍ରାମରେ ଥିବା ଏକ ପଡ଼ିଆ ପରିସରରେ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି | ଜଳ ବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକ ପ୍ରସନ୍ନ କୁମାର ପାତ୍ର ଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷା ସଂଯୁକ୍ତା କୁଲେସିକା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ କୋରାପୁଟ ସାଂସଦ ପ୍ରତିନିଧି ଡ଼କ୍ଟର ଆଇ ଗୋବର୍ଦ୍ଧନ ରାଓ, ଜିଲ୍ଲା ପରିଷଦ ସଭ୍ୟା ସୁନୀତା ତାଡିଙ୍ଗି, ଜିଲ୍ଲା କୃଷି ଅଧିକାରୀ ଏସ,କେ ଏହେସାନ୍, ଗୋଷ୍ଠୀ କୃଷି ଅଧିକାରୀ ଶ୍ୟାମ ମୁର୍ମୁ, ରେଖାପଦର ସରପଞ୍ଚ ଗୋପାଳ ପିର୍ବାକା, ଝୋରଡି ସରପଞ୍ଚ, ଭୋଇମଡା ସରପଞ୍ଚ, କୈଳାଶପୁର ସରପଞ୍ଚ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ | ଏବଂ ଲୋକଙ୍କ ଜୀବନ ଜୀବିକା କି ଭଳି ସୁଦୃଢ଼ ହୋଇ ପାରିବା ସହ ଜୀବନରେ ମର୍ଯ୍ୟାଦା ବଞ୍ଚିବା ବୋଲି ଅଧିକାରୀ ମାନେ କରିଥିଲେ ।ଏହି ଜଳ ବିଭାଜିକା ପ୍ରକଳ୍ପ ଅଞ୍ଚଳର ବହୁ ପରିବାର କୁ ରୋଜଗାର ଦେବା ସହ ସ୍ୱାବଲମ୍ବୀ କରି ପାରିଛି ବୋଲି କୃଷି ଅଧିକାରୀ କହିଥିଲେ।ତତ୍ ସଙ୍ଗେ କୃଷି ଓ ଜଳ କୁ ନେଇ ଏକ ନାଟକ ପରିବେଷଣ କରି ଚାଷୀ ମାନଙ୍କୁ ବୁଝାଇ ଥିଲେ ।ଉକ୍ତ କାର୍ଯ୍ୟକ୍ରମ ରେ ବହୁ ସଂଖ୍ୟାରେ ଚାଷୀ ମାନେ ଯୋଗ ଦେଇ କାର୍ଯ୍ୟକ୍ରମ କୁ ସଫଳ କରିଥିଲେ। ଏହି ଭଳି କାର୍ଯ୍ୟକ୍ରମ ଆମ ମୁକୁନ୍ଦପୁର ଅଞ୍ଚଳରେ ହୋଇଥିବା ରୁ ଆମ ଚାଷୀମାନେ କିଛି ଶିଖିବାକୁ ପାଇଥିବାରୁ ଜଳ ବିଭାଜିକା ପ୍ରକଳ୍ପ ର ଯନ୍ତ୍ରୀ ଚିନ୍ମୟ ବାବୁ ଙ୍କୁ ଧନ୍ୟବାଦ ଜଣାଉଛୁ ବୋଲି ଚାଷୀ ମାନେ ମତ ପ୍ରକାଶ କରିଥିଲେ। ଉକ୍ତ କାର୍ଯ୍ୟକ୍ରମ କୁ ଯନ୍ତ୍ରୀ ଚିନ୍ମୟ ନାୟକ ଓ ଉତ୍ତମ କୁମାର ପାତ୍ର ମଞ୍ଚ ପରିଚାଳନା କରିଥିଲେ |