February 23, 2025

ଖେଦାପଡା ପଞ୍ଚାୟତରେ     ବିକଶିତ ଗାଁ ବିକଶିତ ଓଡିଶା କୁ ନେଇ ସ୍ୱତନ୍ତ୍ର ଗ୍ରାମସଭା 

Share

କୋଲନରା:( ସଞ୍ଜୀବ କଣ୍ଡାଗରୀ ) କୋଲନରା ବ୍ଲକ ଖେଦାପଡା ଗ୍ରାମ ପଞ୍ଚାୟତ ରେ ଆଜି ସ୍ୱତନ୍ତ୍ର ଗ୍ରାମ ସଭା ସରପଞ୍ଚ ନରସିଂହ କିଲାକା ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇ ଯାଇଛି। ଏହି ସଭାରେ କୋଲନରା ବ୍ଲକ ଉପାଧ୍ୟକ୍ଷ ହଳଧର ହିମିରିକା ଯୋଗଦେଇ ରାଜ୍ୟ ସରକାରଙ୍କ “ ବିକଶିତ ଗାଁ ବିକଶିତ ଓଡିଶା “ କାର୍ଯ୍ୟକ୍ରମ ଅନ୍ତର୍ଗତ ବିଭିନ୍ନ ଯୋଜନା ସମ୍ପର୍କରେ ସୂଚନା ଦେଇଥିଲେ। ଏହି ଯୋଜନା ୫ ବର୍ଷୀୟ ଓ ଏଥିରେ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ଠାରୁ ଆରମ୍ଭ କରି ଗାଁ ରାସ୍ତାଘାଟ, ମୌଳିକ ଭିତ୍ତିଭୂମିର ବିକାଶ, ପର୍ଯ୍ୟଟନ ସ୍ଥଳୀର ବିକାଶ, ଶିକ୍ଷା,କ୍ରୀଡା ଭିତ୍ତିଭୂମିର ସଂପ୍ରସାରଣ ଓ ଆଧୁନିକୀକରଣ ସମେତ ବିଭିନ୍ନ ଜନ ମଙ୍ଗଳ କାରୀ ବହୁମୁଖୀ ପ୍ରକଳ୍ପ ନିର୍ମାଣର ପ୍ରାବଧାନ ରହିଥିବା ବୁଝାଇଥିଲେ। ଏହି ସଭାରେ ବିଭିନ୍ନ ଲାଇନ ବିଭାଗ ରୁ ବନବିଭାଗ, କୃଷି ବିଭାଗ, ଅଙ୍ଗନବାଡି, ୱାର୍ଡ ସଭ୍ୟ ସଭ୍ୟା, ଏସ ଏଚ ଜି ମା ମାନେ, ଏ ଡିଇଓ, ପିଇଓ, ସମେତ ବହୁସଂଖ୍ୟାରେ ଗ୍ରାମବାସୀ ଉପସ୍ଥିତ ରହିଥିବା ବେଳେ, ପ୍ରାରମ୍ଭିକ ଭାବେ କେତେକ ଉନ୍ନୟନ କାର୍ଯ୍ୟର ଖସଡ଼ା ପ୍ରସ୍ତୁତ କରାଯାଇଥିବା ସରପଞ୍ଚ ଶ୍ରୀ ହିକକା ପ୍ରକାଶ କରିଛନ୍ତି।